Ruchikaର ଶେଷଚିଠି, ତିନିଜଣ ସିନିୟର ମୋ ସହ…. ଦେଖନ୍ତୁ Video ଶେଷଚିଠିରେ କଣ ଲେଖି ଯାଇଛି ରୁଚିକା

ବନ୍ଧୁଗଣ ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବିଜେପି ଛାତ୍ରୀ ଯାହାର ବଡ ଖୁଲାସା ହୋଇଛି । ଯାହାକୁ ନେଇ ଚାଞ୍ଚଲ୍ୟକର ସ୍ଥିତି ଦେଖାଯାଇଛି । ଛାତ୍ରୀ ଜଣକ ୩ ଜଣ ସିନିୟରଙ୍କ ମାନସିକ ନିର୍ଯାତନା ସହ୍ୟନ କରିପାରି ଜୀବନ ହାରିଥିବା କଥା ଚିଠି ରେ ଲେଖିଛନ୍ତି । ବିଜେପି କଲେଜର କାରୋବାଗି ହଷ୍ଟେଲ ର ୨୦୧ ରୁମରୁ ଗତ କାଲି ଯୁକ୍ତ-୩ ପ୍ରଥମ ବର୍ଷର ଇତିହାସ ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏବେ ତାଙ୍କର ସୁସାଇଟ ନୋଟ ସାମନାକୁ ଆସିବା ପରେ ଚାଞ୍ଚଲ୍ୟ ପ୍ରକାଶ ପାଇଛି ।

ସେଥିରେ ସେ ଲେଖିଛନ୍ତି ସମସ୍ତେ ଜାଣନ୍ତି ଆମ କଲଜେରେ ରିୟାଗିଙ୍ଗ ହୁଏ କିନ୍ତୁ ସିନିୟର ମୋର ହଷ୍ଟେଲରେ ବଞ୍ଚାଇ ଦେଲେ ନାହି । ତେବେ ନୋଟ ରେ ୩ ସିନିୟରଙ୍କ ନାଁ ଲେଖି ନାହାନ୍ତି ରୁଚିକା । ସୁସାଇଟ ନୋଟ ମିଳିବା ପରେ ମୃତ ଛାତ୍ରୀଙ୍କ ବାପା ମା ବରଗଡ ଥାନାରେ ଏତାଲା ଦେବା ସହ ହଷ୍ଟେଲରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି ।

ଏହା ପରେ ବିଜେପି କଲେଜ ଫାଟକ ଆଗରେ ଉତେଜନା ପ୍ରକାଶ ପାଇଥିଲା । ନବ ନିର୍ମାଣ ଛାତ୍ର ସଂଘଠନ ହୋ ହାଲା କରିବା ସହ ନାରାବାଜି କରିଥିଲେ । ଅନ୍ୟ ପକ୍ଷରେ ପୋଲିସ ଏ ନେଇ ତଦନ୍ତ କରିବା ସହ କଲେଜ ପକ୍ଷରୁ ଆଭ୍ୟନ୍ତରଣୀୟ କମିଟି ଯାଞ୍ଚ ହେବ ବୋଲି ହଷ୍ଟେଲ ସୁପର ଟେନ୍ଡେଣ୍ଟ କହିଛନ୍ତି ।

ଗତ କାଲି ରୁଚିକାଙ୍କ ରୁମ ମେତ କ୍ଳାସକୁ ଯାଇଥିଲେ ମଧ୍ୟ ରୁଚିକା ସେମାନଙ୍କ ସହ ଯାଇନ ଥିଲେ । ଏହାର କିଛି ସମୟ ପରେ ରୁଚିକା ରୁମ ଭିତରୁ କବାଟ ଲକ କରି ଫ୍ୟାନରେ ରସି ଲଗାଇ ଝୁଲି ପଡିଥିବା ଅଭିଯୋଗ ହୋଇଛି । କଟକ ଫୁଲନଖରାର ରୁଚିକା ୟୁପିଏସୀ ପାଇଁ ପ୍ରସ୍ତୁତ ହେଉଥିଲେ ।

ରୁଚିକାଙ୍କ ମା କହିଛନ୍ତି ରୁଚିକା ପୂର୍ବରୁ ଗୋଟେ ଝିଅର ନାଁ କହିଥିଲେ ଯିଏ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ଯାହାକୁ ସେମାନେ ଗୁରୁତର ଦେଇ ନ ଥିଲେ । ବିଜେପି କଲେଜର ଶିକ୍ଷୟତ୍ରି ଜଣକ କହିଛନ୍ତି କି କଲେଜରେ ଏଭଳି କାଣ୍ଡ କିଏ କରୁଛି ଓ କାହିଁକି ତାହା ବିଷୟରେ ସେମାନେ କିଛି ଜାଣି ନାହାନ୍ତି ।

କାରଣ ତାଙ୍କ ପାଖକୁ ଏହା ବାବଦରେ କେହି ବି ଅଭିଯୋଗ କରି ନାହାନ୍ତି ବୋଲି ଶିକ୍ଷୟତ୍ରୀ କହିଛନ୍ତି । କାରଣ କଲେଜରେ ରିଯାଗିଙ୍ଗ ବ୍ୟାନ ହୋଇ ସାରିଛି ତେବେ କଣ ପାଇଁ ଏମିତି ଘଟିଲା ତାହାକୁ ନେଇ ଉତେଜନା ଦେଖା ଯାଇଛି । ତେବେ ଭୁବନେଶ୍ବରର ସବୁଠାରୁ ବଡ କଲେଜରେ ଏଭଳି ଘଟଣା ଘଟିବା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କଲେଜର କର୍ତ୍ତୁପକ୍ଷ ଓ ଅନ୍ୟ ମାନେ କେମିତି କିଛି ଜାଣିପାରିଲେ ନାହି ଏବଂ କାର୍ଯ୍ୟକ୍ରମରେ ହୋଇଥିବା ଅଭିଯୋଗକୁ ସୁପର ଟେନ୍ଟେଡ ଅଣଦେଖା କରିଥିବା କଥା ମଧ୍ୟ ଉଠିଛି ।

ବର୍ତ୍ତମାନ ଆଇନଗତ କାର୍ଯ୍ୟ ହେଲେ କାହା ବିରୁଦ୍ଧରେ ତାହା ଏବେ ପ୍ରଶ୍ନ ଉଠିଛି । ରୁଚିକା ମୃତ୍ୟୁ ପୂର୍ବରୁ ୩ଜଣ ଝିଅଙ୍କର ନାନା ଲେଖିଛନ୍ତି ଯେଉଁମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ପୋଲିସ ରୁଚିକନକ ବାନ୍ଧବୀଙ୍କୁ ପଚରାଉଚରା କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ ।

Leave a Reply

Your email address will not be published. Required fields are marked *