ପ୍ରଥମଥର ସାମ୍ନାକୁ ଆସିଲା Sritam Dashଙ୍କ ଝିଅ Lipaxiଙ୍କ ପ୍ରଥମ Movie, ଦେଖିଲେ ଆଶ୍ଚର୍ଯ୍ୟ ହେବେ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କୁ ବେଶ ଭଲ ଭାବେ ଅଜାଣିଥିବେ । ସେମାନେ ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଛନ୍ତି । ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଆ ସିନେ ଜଗତରେ ପାଦ ଥାପିଲେ ଅଭିନେତା ଶ୍ରୀତମ ଦାସଙ୍କ ଲାଡଲି ଝିଅ ଲିପାକ୍ଷୀ । ତେବେ ପବିତ୍ର ରଥଯାତ୍ରା ଅବସରରେ ନୂଆ ସିନେମା ମହାବାହୁ ର ପୋଷ୍ଟର ଲୋକାର୍ପଣ ହୋଇଛି ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ଏହି ସିନେମା କୁ ନେଇ ଖୁବ ଖୁସି ଅଛନ୍ତି ।

କାରଣ ଅଭିନେତା ଶ୍ରୀତମ ଦାସଙ୍କ ଝିଅ ପ୍ରଥମ ଥର ପାଇଁ ଲିପାକ୍ଷୀ ସିନେମା “ମହାବାହୁ” ରେ ଶିଶୁ କଳାକାର ଭୂମିକରେ ଅଭିନୟ କରିଛନ୍ତି । ଶ୍ରୀକ୍ଷେତ୍ର ରେ ପବିତ୍ର ରଥଯାତ୍ରା ରେ ନନ୍ଦିଘୋଷ ରଥ ଆଗରେ ମହାବାହୁ ସିନେମାର ପୋଷ୍ଟର ହୋଇଥିଲା । ଏହି ଅବସରରେ ଅନେକ କଳାକାର ମାନଙ୍କ ସମେତ ଶ୍ରୀ ଦାସଙ୍କ ଝିଅ ଲିପାକ୍ଷୀ ମଧ୍ୟ ବଡ ଦାଣ୍ଡ ରେ ଉପସ୍ଥିତ ଥିଲେ ।

ଲିପାକ୍ଷୀ ପ୍ରଥମ ଥର ଚଳଚ୍ଚିତ୍ରର ରେ ଅଭିନୟ କରି ଥିବାରୁ ନିର୍ଦେଶକ ହିସାବରେ ଶ୍ରୀ ଦାସ ପ୍ରତିକ୍ରିୟା ଦେଇଥିଲେ ଯେ ପିଲା ଦିନୁ ଅଭିନୟ ପ୍ରତି ଲିପାକ୍ଷୀୟଙ୍କର ବହୁତ ଆଗ୍ରହ ରହିଛି । କିନ୍ତୁ ସବୁଠାରୁ ବେଶୀ କଷ୍ଟ ହୋଇଥାଏ ନିଜ ପିଲାକୁ ନିର୍ଦ୍ଦେଶନା ଦେବା ବୋଲି ଶ୍ରୀ ଦାସ କହିଛନ୍ତି ।

ଇନ୍ତୁ ମୋ କ୍ଷେତ୍ର ରେ ତାହା ହୋଇ ନାହି ବୋଲି ଶ୍ରୀତମ କହିଛନ୍ତି । ଲିପାକ୍ଷୀ ଖୁବ ସହଜରେ ସ୍କ୍ରିପ୍ଟ ମାନେ ରଖୁଛନ୍ତି ତେବେ ଶୁଟିଙ୍ଗ ସେଟ ରେ ଲିପାକ୍ଷୀ ଅଭିନୟ ବହୁତ ଭଲ ବହବେ କରୁଥିଲେ । ଏ ନେଇ ଶ୍ରୀତମ କହିଛନ୍ତି କି ସିନେମାର କିଛି ଅଂସ ଶୁଟିଙ୍ଗ ପାଇଁ କଳିଙ୍ଗ ଷ୍ଟୂଡିଓ ସେଟ ଗୋଟିଏ ଦିନ ପାଇଁ ମିଳିଥିଲା । କିନ୍ତୁ ସେହି ଦିନ ଲିପାକ୍ଷୀ ଅସୁସ୍ଥ ହୋଇ ପଡିଥିଲେ ।

ପରେ ଶୁଟିଙ୍ଗ ର ପରିସ୍ଥିତିକୁ ସେ ନିଜେ ବୁଝିବା ସହ ଅସୁସ୍ଥ ସତ୍ବେ ନିଖୁଣ ଭାବେ ଅଭିନୟ କରିଥିଲେ । ଲିପାକ୍ଷୀଙ୍କର ଏକ କାନ୍ଦିବାର ସିନ ଥିଲା ବିନା ଗ୍ଳିସରିଙ୍ଗ ରେ ସତ ସତିକା କାନ୍ଦିବାର ଚମତ୍କାର ଅଭିନୟ ସେ କରିଥିଲେ । ତେଣୁ ନିର୍ଦ୍ଦେଶକ ହିସାବରେ ମୁଁ ମୋ ଝିଅକୁ ଗାଳି କରିବାର ସୁଯୋଗ ପାଇ ନାହି ବୋଲି କହିଛନ୍ତି ଶ୍ରୀତମ । ଶୁଟିଙ୍ଗ ସରିବା ପରେ ଲିପାକ୍ଷୀଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା ।

ନିଜ କଷ୍ଟକୁ ଚାଲି ନିର୍ଦ୍ଦେଶକ ଙ୍କ ପାଖରେ ପହଞ୍ଚିବା ହେଉଛି ଜଣେ ପ୍ରକୃତ କଳାକାରର ପରିଚୟ । ଶୁଟିଙ୍ଗ ସେଠାରେ ଅନ୍ୟ କଳାକାରଙ୍କ ସହ ପରିଚିତ ଥିବାରୁ ସମସ୍ତେ ଲିପାକ୍ଷୀଙ୍କ ସହ ମଜାକ ମଧ୍ୟ କରିଥିଲେ । ସିନେମାର କାହାଣୀଟି ଖୁବ ନିଛକ ହୋଇଥିବାରୁ ଦର୍ଶକ ମାନେ ଏହାକୁ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଓଡିଆ ମାଟିର କଳା ଓ ସଂସ୍କୃତିର ଝଲକ ଥିବାରୁ ଦର୍ଶକ ମାନେ ପୁରୁଣା ସ୍ମୃତିକୁ ମନେ ପକାଇବ । ଏହା ସହ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭାବ ଭକ୍ତିକୁ ସଭିଙ୍କ ହୃଦୟରେ ପହଞ୍ଚାଇବ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଶ୍ରୀତମ ଦାସଙ୍କ ଝିଅ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *