ଶୀଘ୍ର ଧନୀ ହେବାକୁ ଚାହୁଁଛନ୍ତି ତ ଘରୁ ତୁରନ୍ତ ହଟାନ୍ତୁ ଏହି ଜିନିଷ-Chanakya Niti

ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଯାହାର ନାମ ହେଉଛି ଚାଣକ୍ୟ ନୀତି । ଏଥିରେ ମଣିଷ ଜୀବନ କିପରି ସଫଳ ଓ ସୁଖମୟ ହେବ ଏହି ସମ୍ଭନ୍ଧରେ ବର୍ଣିତ କଥା ଅଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ହେଉଛି ମାନବକୁ ଜୀବନର ପ୍ରତେକ ପ୍ରହେଳିକା ର ଉଚିତ ବ୍ୟବହାର କରିବା ଶିଖାଇବା । ଚାଣକ୍ୟ ଏପରି ଜଣେ ଜ୍ଞାନୀ ମଣିଷ ଥିଲେ ଯିଏ କି ନିଜ ବୁଦ୍ଧିବଳରେ ଚନ୍ଦ୍ରଗୁପ୍ତ ଙ୍କୁ ରାଜ ଗାଦିରେ ବସାଇ ଥିଲେ । ଚାଣକ୍ୟଙ୍କ ର କିଛି ନା କିଛି ନୀତି ଆମକୁ ଜୀବନରେ ଅନେକ ସାହାର୍ଯ୍ୟ କରିଥାଏ । ଚାଣକ୍ୟ ପାଟିଲିପୁତ୍ର ର ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ ।

ସେ ଏତେ ବଡ଼ ସହରର ମନ୍ତ୍ରୀ ହୋଇ ମଧ୍ୟ ତାଙ୍କ ମନରେ ଟିକେ ହେଲେ ବି ଅହଂ ଭାବ ନଥିଲା ଓ ସେ ସର୍ବଦା ଗୋଟିଏ ଛୋଟ କୁଡ଼ିଆରେ ନିଜର ଜୀବନ ବିତାଇ ଥିଲେ । ସେ ଜଣେ ସାଧାରଣ ମଣିଷ ଭଳି ଜୀବନଯାପନ କରିଥିଲେ । ତେବେ ଚାଣକ୍ୟ ନିଜ ଜୀବନର ଅନୁଭୂତି ଯାହା ସେ ଜୀବନ ଠାରୁ ଓ ଅନ୍ୟମାନଙ୍କ ଠାରୁ ଶିଖିଛନ୍ତି ଓ ନିଜର କିଛି ଅନୁଭୂତି ଯାହା ସେ ନିଜେ ଅନୁଭବ କରିଛନ୍ତି ତାହା ସେ ମାନବ ସମାଜକୁ ଜଣାଇବା ନିମନ୍ତେ ଚାଣକ୍ୟ ନୀତି ବୋଲି ଏକ ଗ୍ରନ୍ଥ ରଚନା କରିଛନ୍ତି ।

ତେବେ ଚାଣକ୍ୟ କହିଛନ୍ତି ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଓ ସମସ୍ତଙ୍କ ରୂପ, ଗୁଣ, କର୍ମ ମଧ୍ୟ ଅଲଗା ଅଲଗା ଅଟେ । ତେବେ ମଣିଷ ପାଖେ ଏପରି କିଛି ଗୁଣ ଅଛି ଯାହା ତା ହିତ କରିଥାଏ ଓ ଏପରି ମଧ୍ୟ ଗୁଣ ଅଛି ଯାହା ମଣିଷର ନିଜର ହିଁ କ୍ଷତି ଜରିଥାଏ ।

କିଛି ଗୁଣ ଅନ୍ୟମାନଙ୍କୁ ସୁଖ ଦେଇଥାଏ ଓ କିଛି ଗୁଣ ଅନ୍ୟମାନଙ୍କୁ କଷ୍ଟ ଦେଇଥାଏ । ତେବେ ଆଜି ଚାଣକ୍ୟ ନୀତି ରୁ ଆମେ ଜାଣିବା ଯେ ଗରିବ ଅବସ୍ଥା ମଣିଷ ନିକଟକୁ କାହିଁକି ଆସିଥାଏ ଓ କେଉଁ ଭୁଲ କରିବା ଦ୍ୱାରା ମା ଲଷ୍ମୀ ଦୁରେଇ ଯାଆନ୍ତି । ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ମିଛର ସାଥ ଦେଇଥାଏ ବା ଯେଉଁ ବ୍ୟକ୍ତିମାନେ ମିଛ କୁହନ୍ତି ସେମାନେ ସର୍ବଦା ଗରିବ ରୁହନ୍ତି କେବେବି ଧନୀ ହୋଇପାରନ୍ତି ନାହିଁ ।

ଯେଉଁ ବ୍ୟକ୍ତିମାନେ ନିଜର ପୋଷାକ, ନିଜର ଶରୀର ଓ ଘର ଆଦିକୁ ପରିଷ୍କାର ପରିଛନ୍ନତା ରଖନ୍ତି ନାହିଁ ସେମାନଙ୍କ ନିକଟରେ ମା ଲଷ୍ମୀ ରୁହନ୍ତି ନାହିଁ । କାରଣ ମା ଲଷ୍ମୀଙ୍କୁ ସ୍ୱଚ୍ଛ, ପରିଛନ୍ନ ଆଦି ପସନ୍ଦ । ଯେଉଁମାନେ ନାରୀଙ୍କ ଉପରେ ଅତ୍ୟାଚାର କରନ୍ତି ନାରୀଙ୍କୁ ଉଚିତ ସମ୍ମାନ ଦିଅନ୍ତି ନାହିଁ ସେହିମାନଙ୍କ ନିକଟରେ ଧନ ରହେ ନାହିଁ ।

କାରଣ ହିନ୍ଦୁ ଶାସ୍ତ୍ର ଅନୁସାରେ ନାରୀମାନଙ୍କୁ ଲଷ୍ମୀଙ୍କ ପ୍ରତୀକ କୁହାଯାଏ ତେଣୁ ନାରୀର ଅପମାନର ଅର୍ଥ ଲଷ୍ମୀଙ୍କ ଅପମାନ । ଯେଉଁ ବ୍ୟକ୍ତିମାନେ ପ୍ରତିଦିନ ଦାନ୍ତ ସଫା କରନ୍ତି ନାହିଁ ସେମାନେ ସର୍ବଦା ଗରିବ ହୋଇ ରୁହନ୍ତି । ଯେଉଁ ମାନେ ଅନ୍ୟର ଧନ କରଜ ଭାବେ ଆଣନ୍ତି ଓ ପରେ ସେହି ଧନ ଫେରାନ୍ତିନି ସେମାନେ କେବେବି ଉନ୍ନତି ବା ଧନବାନ ହୋଇପାରନ୍ତି ନାହିଁ ।

ଯଦି ଘରେ କୌଣସି ଅଳିଆ ଆବର୍ଜନା ବା ଅବ୍ୟବହୃତ ଜିନିଷ ଅଛି ତେବେ ତାକୁ ତୁରନ୍ତ ଘରୁ କାଢି ଫିଙ୍ଗି ଦିଅନ୍ତୁ । ତେଣୁ ଯଦି ଆପଣ ମାନେ ଏହି ସବୁ ଭୁଲ କରୁଥାନ୍ତି ତେବେ ଏହି ଭୁଲ କୁ ସଂଶୋଧନ କରି ନିଅନ୍ତୁ । ମା ଲଷ୍ମୀଙ୍କ କୃପା ଆପଣ ମଧ୍ୟ ଲାଭ କରି ପାରିବେ ।

Leave a Reply

Your email address will not be published. Required fields are marked *