ସକାଳୁ ଘର ଦୁଆର ମୁହଁରେ ପାଣି ଢାଳିଲେ କଣ ଲାଭ ମିଳିଥାଏ ? Aajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଇଁ କିଛି ଅନୁଚିନ୍ତା ବା ନୀତିବାନୟ ନେଇ ଆସିଛୁ ଯାହାର ପାଳନ କରିଲେ ମାନବ ସମାଜର ହିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନୀତିବାଣୀ ଗୁଡିକ କଣ । ୧- ପ୍ରଖର ସୂର୍ଯ୍ୟ କିରଣରେ ଅଧିକ ସମୟ ଯାଏଁ ଠିଆ ହେଲେ ଆୟୁ କମ ହୋଇଥାଏ । ରାତିରେ ଦହି ଖାଇବା ବା ଜୀବନରେ ମଦ୍ୟପାନ କରିବା ଉଚିତ ନୁହେଁ । ଅଧିକ ଦିନ ଯାଏଁ ରାତିରେ ଜାଗୃତ ରହିବା ଦ୍ଵାରା ଆୟୁ ନଷ୍ଟ ହୋଇଥାଏ ।

୨- ଘରେ ଛେଳି ପାଳିବା ଦ୍ଵାରା ଘରେ ଦରିଦ୍ରତା ଦେଖାଯାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଲେ ଘରେ ଅର୍ଥ ଅଭାବ ଦେଖାଯିବା ସହ ଦାରିଦ୍ରତା ଦେଖାଯାଏ । ଘରକୁ ଆସିଥିବା ଅତିଥିଙ୍କୁ ସତ୍କାର କରିଲେ ଦେବାଦେବୀଙ୍କ କୃପା ଲାଭ ହୋଇଥାଏ ।

୩- ସ୍ଵାମୀ ସ୍ତ୍ରୀଙ୍କ ଶୋଇବା ଘରର ବିପରୀତ ଦିଗରେ ଦର୍ପଣ ରଖିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପ୍ରତେକ ଦିନ ସକାଳୁ ଉଠିବା ପରେ ପାଣି ଘର ଆଗରେ ଢାଳିଲେ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୪- ଦିତୀୟା ଓ ତୃତୀୟା ତିଥିରେ ଯାତରା କରିଲେ କାମ ସଫଳ ହୋଇଥାଏ । ପ୍ରତିପଦା ବା ଚତୁର୍ଥୀ ତିଥିରେ ଯତର କରିଲେ ଅର୍ଥ ହାନି ହୋଇଥାଏ । ପଞ୍ଚମୀ ଓ ସପ୍ତମୀ ତିଥିରେ ଶୁଭ କାମରେ ଯିବା ଦ୍ଵାରା ଅର୍ଥ ପ୍ରାପ୍ତି ହୋଇଥାଏ ।

୫- ପିତଳ ପାତ୍ରରେ ଭୋଜନ କରିଲେ ଆତ୍ମା ଶାନ୍ତି ଓ ଶରୀର ସୁସ୍ଥ ରହିଥାଏ । କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା ମାନସିକ ଶାନ୍ତି ସହ ଆୟୁ ବୃଦ୍ଧି ହୋଇଥାଏ । ଭୋଜନ କରିବା, ସ୍ନାନ କରିବା, ଅଶଉଚ ସମୟରେ ନମସ୍କାର କରିଲେ ଦାରିଦ୍ରତା ଦେଖାଯାଏ ।

୬- ଏକ ହାତରେ ଗୁରୁଜନ, ଦେବତା, ଗୁରୁଙ୍କୁ ନମସ୍କାର କରିଲେ ଅମଙ୍ଗଳ ହୋଇଥାଏ । ବୁଧବାର ଓ ଶୁକ୍ରବାର ଦିନ ନଖ ବା କେସ କାଟିବା ଦ୍ଵାରା ଆୟୁ ବୃଦ୍ଧି ପାଇଥାଏ । ପିଲାଙ୍କ ଜନ୍ମ ଦିନରେ ଖସା ତେଲ ଲଗାଇ ସ୍ନାନ କରିବା ସହ ଖସା ଲଡୁ ଖାଇବା ଦ୍ଵାରା ଦୁର୍ଘଟଣା ହୁଏ ନାହି ।

୭- ଶନିବାର ଦିନ ଲୁହା ଜିନିଷ କିଣିବା ଉଚିତ ନୁହେଁ କାରଣ ଦାରିଦ୍ରତା ଦେଖା ଯାଇଥାଏ । ଗଳାରେ କେବେ ହାତ ଦେଇ ବସିବା ଅନୁଚିତ । ଏହା ଦ୍ଵାରା ଖାଦ୍ୟ ହଜମ ହୁଏ ନାହି, ଗୋଡରେ ଯନ୍ତ୍ରଣା ଓ ମନରେ ଦୁଶ୍ଚିନ୍ତ ଆସିଥାଏ ।

୮- ବାଛୁରି ସହ ଗାଈକୁ ଦେବୀ ସଦୃଶ ପୂଜା କରିଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ବିବାହ ସମୟରେ ପୁଅ ଝିଅ ଅଗ୍ନି ପ୍ରଦକ୍ଷଣ କରିବା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହେବ ସହ ଦେବାଦେବୀଙ୍କ କୃପା ଲାଭ ହୋଇଥାଏ ।

୯- ଜନ୍ମମାସ, ଜନ୍ମଦିନ ଓ ଜନ୍ମ ନକ୍ଷତ୍ରରେ ପୁଅ ଝିଅର ବାହାଘର କରିଲେ ଦୁଖ ବୃଦ୍ଧି ହୋଇଥାଏ । ସମାନ ଗ୍ରୋତରେ ବିବାହ କରିଲେ ଅଶୁଭ ହେବା ସହ ବଂଶାନୁଗତ ହୋଇଥାଏ । ସୁସ୍ଥ ମଣିଷ ଦିନରେ ସୟନ କରିଲେ ଆୟୁ କ୍ଷୟ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *