ସାବଧାନ ! ସ୍ନାନ ପୂର୍ବରୁ ଏସବୁ କାର୍ଯ୍ୟ କରୁଛନ୍ତି କି ? ପଡି ପାରନ୍ତି ଅସୁବିଧାରେ

ନିୟମିତ ସ୍ନାନ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟୀ ହୋଇଥାଏ । ତେଣୁ ନିୟମିତ ସ୍ନାନ କରିବା ଉଚିତ । ଯେଉଁ ମାନେ ନିୟମିତ ସ୍ନାନ କରନ୍ତି ସେମାନଙ୍କ ଶରୀର ସର୍ବଦା ସୁସ୍ଥ ରହିଥାଏ । ସ୍ନାନ କରିବା ହେତୁ ଶରୀରର ଥକାପଣ ଓ ମନର ଦୁଃଶ୍ଚିନ୍ତା ଦୂରହେବା ସହ ମନ ପ୍ରସନ୍ନ ଓ ଶରୀର ଚଳଚଞ୍ଚଳ ରହିଥାଏ । ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ନାନ କାର୍ଯ୍ୟ ପରେ ମଣିଷକୁ ଶୁଦ୍ଧ ବୋଲି ବିବେଚନା କରାଯାଏ । ତେଣୁ ସ୍ନାନ ପରେ କରାଯାଇଥିବା ଧର୍ମ କାର୍ଯ୍ୟ ସଫଳ ପ୍ରତୀତ ହୋଇଥାଏ ।

କିନ୍ତୁ କିଛି କାର୍ଯ୍ୟ ଏମିତି ହୋଇଥାଏ ଯାହାକୁ ସ୍ନାନ ପୂର୍ବରୁ ସମାପନ କରିବା ଉଚିତ ପ୍ରତୀତ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ଏହି କିଛି କର୍ମ ବିଷୟରେ ଯାହା ସ୍ନାନ କରିବା ପୂର୍ବରୁ କରିବା ଅନୁଚିତ ।

– ସ୍ନାନ ପୂର୍ବରୁ ଜଳ, ଦୁଗ୍ଧ, ଫଳ ଓ ଆଖୁ ରସ ପାନ କରି ପାରିବେ । ଏଥିରେ ପ୍ରଚୁର ମାତ୍ରାରେ ଜଳିୟ ଅଂଶ ରହିଥିବାରୁ ଏହା ଅତି ସହଜରେ ହଜମ ହୋଇଥାଏ ।

– ସ୍ନାନ କାର୍ଯ୍ୟ ପୂର୍ବରୁ ଭୋଜନ କରିବା ଅନୁଚିତ । ଏପରି କରିବା ଦ୍ଵାରା ଆପଣ କୌଣସି ରୋଗର ଶିକାର ହୋଇ ପାରନ୍ତି । ତେଣୁ ସର୍ବଦା ସ୍ନାନ ପରେ ଭୋଜନ ଗ୍ରହଣ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାରର ରୋଗର ଶିକାର ହେବାକୁ ପଡିବ ନାହିଁ ।

–  ଯଦି ଆପଣ ପ୍ରଥମେ ସ୍ନାନ କାର୍ଯ୍ୟ ଓ ପରେ ଭୋଜନ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପକ୍ଷରେ ପୃଷ୍ଟିକର ହେବ । କିନ୍ତୁ ଯଦି ଆପଣ ସ୍ନାନ କାର୍ଯ୍ୟ ସମାପନ କରିବା ପୂର୍ବରୁ ଭୋଜନ ଗ୍ରହଣ କରୁଛନ୍ତି ତେବେ ଆପଣ ଶରୀରରେ ପାଚନ ପ୍ରକ୍ରିୟାରେ ଅସୁବିଧା ଉପୁଜିବ । ତେଣୁ ସର୍ବଦା ସ୍ନାନ ପୂର୍ବରୁ ଭୋଜନ ଗ୍ରହଣ ନ କରି ସ୍ନାନ ପଶ୍ଚାତ ଜନ ଗ୍ରହଣ କରିବା ଉଚିତ ।

ତେବେ ଯଦି ଆପଣମାନେ ମଧ୍ୟ ଏହି ସବୁ ଭୁଲ କରୁଛନ୍ତି ତେବେ ଏବେଠାରୁ ସତର୍କ ହୋଇଯାଆନ୍ତୁ । ନଚେତ ଉପରଲିଖିତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ଆଶା କରୁଛୁ ଅମାର ଏହି ସ୍ୱାସ୍ଥ୍ୟ ଟିପ୍ସ ଦ୍ଵାରା ଆପଣ ଉପକୃତ ହେବେ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ[ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *