ଏହି ପିଲାଟି ପ୍ରମାଣ କରିଛି ଶାରୀରିକ ଅକ୍ଷମତା କେବେ ବାଧା ସାଜେନି ଲକ୍ଷ ସ୍ଥଳରେ ପହଞ୍ଚିବାକୁ

ମା ପାଇଁ ଏହି ଦିନଟି ବହୁତ ଗୌରବର ଦିନ । ତାଙ୍କ ଆଖିରେ ଯେଉଁ ଲୁହ ଦେଖିବାକୁ ମିଳିଥିଲା ସେ ଖୁସିର ଲୁହ ଥିଲା । ପୁଅଟି ପାଇଁ ବହୁତ କଷ୍ଟ କରିଥିଲେ କେବେବି ଭାବିନଥିଲେ ପୁଅ ଦିନେ ତାଙ୍କ ପାଇଁ ଗୌରବ ଅର୍ଜନ କରିବେ, ସେହି ପୁରୁଣା ଦିନ ମନେପକାଇ ସେ ପୁଅର କଥା କହିବା ସହିତ ବହୁତ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ କିନ୍ତୁ ତାଙ୍କ ପୁଅ ଯୁକ୍ତ ଦୁଇ ପରୀକ୍ଷାରେ ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପାସ କରିଥିବାରୁ ସେ ଆଜି ବହୁତ ଗର୍ବିତ ଅନୁଭବ କରୁଛନ୍ତି ।

ଆଜିସେ ସଫଳତାର ପ୍ରଥମ ସୋପାନ ଅତିକ୍ରମ କରି ସମସ୍ତଙ୍କୁ ଦେଖାଇଛନ୍ତି ଶାରୀରିକ ଅକ୍ଷମତା କେବେ ଲକ୍ଷସ୍ଥଳରେ ବାଧା ଦିଏନି ।

Image Courtesy: Google

ସୌମ୍ୟ ରଞ୍ଜନ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା । ସୌମ୍ୟ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଦୁଇଟି ହାତ ହରାଇଥିଲେ, ତାପରେବୀ ସେ ହାରାମାନି ନଥିଲେ । ସେ ସେଇ ପ୍ଲାଷ୍ଟିକ ହାତରେ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ପରୀକ୍ଷା ଦେଇ ପାସ ହୋଇଛନ୍ତି । ସେ ପରୀକ୍ଷାରେ ୮୬ ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ ଚକିତ କରିଛନ୍ତି । ସୌମ୍ଯା ମନୋବଳ ଦୃଢ କରିବା ସହିତ କଠିନ ପରିଶ୍ରମ କରି  ନିଜ ପ୍ଲାଷ୍ଟିକ ହାତରେ ଲେଖି ସମସ୍ତଙ୍କୁ ଦେଖାଇଛନ୍ତି ଶାରୀରିକ ଅକ୍ଷମତା କେବେ ବାଧା ଦିଏନି ଯଦି ଜଣଙ୍କର ଲକ୍ଷ ଠିକ ଥିବା ।

Image Courtesy: Google

ସେ ତାଙ୍କ ଦୁର୍ଘଟଣା ଦିନକୁ ମାନେ ପକାଇ ଥିଲେ , ସେଇ ଦିନଟି ସୌମ୍ୟାଙ୍କ ପାଇଁ ତାଙ୍କ ଜୀବନର ସବୁଠୁ ଖରାପ ଦିନ ଥିଲା କାରଣ ସେଦିନ ସେ ଛାତରେ ତାଙ୍କ ଭଉଣୀଙ୍କ ସହିତ ଖେଳୁଥିଲେ ସେହି ସମୟରେ ବିଦ୍ୟୁତ ଲାଗିଲାପରେ ସେ ଛାତରୁ ତଳକୁ ଖସି ପଡିଥିଲେ ଦେହ ମଧ୍ୟ ପୋଡିଯାଇଥିଲା ଏହା ସହିତ ତାଙ୍କର ଦୁଇଟି ହାତ ପୋଡିଯାଇଥିଲା । ମେଡିକାଲ ନେଲାପରେ ଡାକ୍ତର କହିଥିଲେକି ହାତ ଦୁଇଟି କାଟିବାକୁ ପଡିବ । ଏହା ଶୁଣି ତାଙ୍କ ବାପା ମା’ଙ୍କ ପାଦ ତଳୁ ମାଟି ଖସି ପଡିଥିଲା ଓ ସେ ବହୁତ ଦୁଃଖରେ ଭାଙ୍ଗି ପଡିଥିଲେ ।

Image Courtesy: Google

ସୌମ୍ୟ ହାତ ଅସ୍ତ୍ରୋପଚାର ହୋଇଥିଲା କିନ୍ତୁ ତାଙ୍କ ବାପା ମା ପୁଅର ଜୀବନ ସିନା ବଞ୍ଚେଇ ଦେଲେ କିନ୍ତୁ ତାର ହାତ ହାରିଥିଲେ । ସେ କେବେ ଭାବି ନଥିଲେ ତାଙ୍କ ପୁଅ ମଣିଷ ପରି ମଣିଷ ହେବ ଓ ଅଲଗା ପିଲାଙ୍କୁ ପଛରେ ପକାଇଦେବ ।

କିନ୍ତୁ ସୌମ୍ଯା ଏହା କରି ଦେଖେଇ ଥିଲେ । ଏବେ ସେ ସମସ୍ତଙ୍କ ପାଇଁ ଉଦାହରଣ ବନିଛନ୍ତି । ବାପା ମା ପୁଅକୁ ନେଇ ଯେଉଁ ସ୍ଵପ୍ନ ଦେଖିଥିଲେ ଏବେ ସୌମ୍ଯା ଯୁକ୍ତ ଦୁଇ ପରୀକ୍ଷାରେ ୮୬ ପ୍ରତିଶତ ରଖି ସ୍ଵପ୍ନର ପ୍ରଥମ ସୋପାନ ଅତିକ୍ରମ କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *