ସବୁଦିନ ସ୍ନାନ କରିବା ପରେ କରନ୍ତୁ ଏହି ଛୋଟ ମନ୍ତ୍ରର ଜପ, ତେବେ ଦୂର ହୋଇଯିବ ଏହି ୩ ଟି ବଡ ସମସ୍ୟା

ଭାରତରେ ପୂଜା ପାଠର ଏକ ଅଲଗା ମହତ୍ଵ ରହିଛି । ସମସ୍ତେ ପୂଜା ପାଠ ଦ୍ଵାରା ଭଗବାନଙ୍କର କୃପା ପାଇବାକୁ ଚାହାଁନ୍ତି । ସେଥିପାଇଁ ମଣିଷ ଭିନ୍ନ ଭିନ୍ନ ପ୍ରକାରରେ ପୂଜା ଅର୍ଚ୍ଚନା କରିଥାଏ । କିନ୍ତୁ ଆଜି ଆମେ ଭଗବାନ ଶିବଙ୍କ ସହିତ ଜଡିତ କିଛି ବିଶେଷ କଥାର ସୂଚନା ଦେବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ? ଶାସ୍ତ୍ରରେ ଭଗବାନ ଶିବଙ୍କୁ ଜଗତର ପିତା ବୋଲି କୁହାଯାଏ, କାରଣ ଶିବଙ୍କୁ ସର୍ବବ୍ୟାପୀ ଏବଂ ପୂର୍ଣ୍ଣ ବ୍ରହ୍ମା ବୋଲି କୁହାଯାଏ ।

ଶିବଙ୍କର ଅର୍ଥ କଲ୍ୟାଣକାରୀ ହୋଇଥାଏ ଓ ଅନ୍ୟ ପଟେ ଶିବଲିଙ୍ଗର ଅର୍ଥ ସୃଜନ ଅଟେ । ସେଥିପାଇଁ ସମସ୍ତେ ଶିବଲିଙ୍ଗକୁ ପୂଜା କରନ୍ତି, ଯେଉଁଥିରେ ବ୍ରହ୍ମା, ବିଷ୍ଣୁ ଓ ମହାଦେବ ଅଛନ୍ତି ।

 

ଏମିତିରେ ଶାସ୍ତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ମନ୍ତ୍ରର ବର୍ଣ୍ଣନା କରାଯାଇଛି, କିନ୍ତୁ ଏଠି ଆମେ ଆପଣଙ୍କୁ ଏକ ଏମିତି ମନ୍ତ୍ର ବିଷୟରେ କହିବୁ, ଯାହା ସାହାର୍ଯ୍ୟରେ ଆପଣ ସମସ୍ତ ସମସ୍ୟାକୁ ଦୂର କରି ପାରିବେ ।

ସ୍ନାନ କରିବା ପରେ କରନ୍ତୁ ଏହି ମନ୍ତ୍ରର ଜପ

ଗାଧୋଇବା ପରେ ପଶ୍ଚିମ ଦିଗକୁ ମୁହଁ କରି ବସି ଆପଣ ରୁଦ୍ରାକ୍ଷ ମାଳା ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ମହାମୃତ୍ୟୁଞ୍ଜୟ ମନ୍ତ୍ର ତଳେ ଲେଖା ହୋଇଛି, ଯାହାକୁ ଆପଣ ସକାଳେ ଉଠି ସ୍ନାନ କରିବା ପରେ ଜପ କରିବା ଉଚିତ ।

ମନ୍ତ୍ର – ଓମ ତ୍ରୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଧନଂ ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁର୍ମୋକ୍ଷିୟ ମାମୃତାତ୍ ।
ଏହି ମନ୍ତ୍ରକୁ ସବୁଦିନ ଜପ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

୧. ଜାତକ ଦୋଷ ହୋଇଥାଏ ଦୂର

ଯଦି ଆପଣ ଏହି ମନ୍ତ୍ରର ଜପ ନିୟମିତି ରୂପରେ କରିବେ, ତେବେ ଆପଣଙ୍କର ଜାତକରେ ଥିବା ଦୋଷ ଦୂର ହୋଇଯିବ, ଯେମିତି କି ମାଙ୍ଗଳିକ ଦୋଷ, ନାଡୀ ଦୋଷ, କାଳସର୍ପ ଦୋଷ, ଖରାପ ନଜର ଦୋଷ, ରୋଗ, ଦୁସ୍ୱପ୍ନ ଓ ସନ୍ତାନ ବାଧା ଇତ୍ୟାଦି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସବୁଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଉଚିତ ।

୨. ଆର୍ଥିକ ସମସ୍ୟା ହୋଇଥାଏ ଦୂର

ଏହି ମନ୍ତ୍ରର ଜପ କରିବା ଦ୍ଵାରା ମନୁଷ୍ୟର ଆର୍ଥିକ ସମସ୍ୟା ଦୂର ହୋଇଥାଏ ଓ କେବେ ବି ତା’ ଘରେ ଆର୍ଥକ ସମସ୍ୟା ଆସେ ନାହିଁ ।

୩. ବଢିଥାଏ ମାନ ସମ୍ମାନ

କହିଦେଉଛୁ କି ଏହି ମନ୍ତ୍ର ଜପ କରିବା ପରେ ଆପଣଙ୍କର ମାନ ସମ୍ମାନ ସମାଜରେ ବଢିବାକୁ ଲାଗେ ଓ ଏହା ବ୍ୟତୀତ ଆପଣଙ୍କୁ କେବେ ବି ଅପମାନ ସହିବାକୁ ପଡିବ ନାହିଁ । କାରଣ ଆପଣଙ୍କର ରକ୍ଷା ନିଜେ ଭଗବାନ ଶିବ କରିଥାନ୍ତି ।

ଏହି ଉପାୟ କରି ଦେଖନ୍ତୁ ନିଶ୍ଚୟ ଶୁଭଫଳ ମିଳିବ । ଅନ୍ୟମାନଙ୍କୁ ମଧ୍ୟ ଏହି ଉପାୟ ବିଷୟରେ ଜଣେଇବା ପାଇଁ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *