ପ୍ରତିଦିନ ସକାଳୁ ଖାଆନ୍ତୁ ଏହି ଗୋଟେ ଜିନିଷ, ଗ୍ୟାସ ଓ ଥଣ୍ଡା ଭକି ରୋଗରୁ ମିଳିବ ମୁକ୍ତି

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଯାହା ବିଷୟରେ ଜାଣି ଆପଣ ବହୁତ ଖୁସି ହେବ । ଏହା ଏକ ଘରୋଇ ଉପାୟ ଯାହା କୁ କରିଲେ ଆପଣ 2ଟି ବଡ ରୋଗରୁ ମୁକ୍ତି ପାଇ ପାରିବେ । ଆଜିକାଲିର ବ୍ୟସ୍ତ ବିବ୍ରତ ଜୀବନରେ ନିଜ ଶରୀର ପ୍ରତି ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ । ଯେଉଁଥିପାଇଁ ସମସ୍ତଙ୍କୁ ନାନାଦି ପ୍ରକାରର ରୋଗ ଗ୍ରାସ କରୁଛି । ଖାସ କରି ଖାଇବା ପିଇବା ପ୍ରତି ଧ୍ୟାନ ନ ଦେବାରୁ ଗ୍ୟାସ ବା ଏସିଡିଟି ଭଳି ରୋଗ ବହୁତ ଦେଖା ଦେଉଛି । ଏବଂ ଏହି ଗ୍ୟାସ ହିଁ  ଅନ୍ୟ ସବୁ ରୋଗର ମୂଳ କାରଣ ଅଟେ ।

 

ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଘରୋଇ ଉପାୟ କହିବୁ ଯାହାକୁ ଖାଇଲେ ଆପଣଙ୍କର ଗ୍ୟାସ ଓ ଥଣ୍ଡା ଭଳି ରୋଗ ସମ୍ପୂର୍ଣ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି କଣ, ଆପଣ ଜାଣି ନଥିବେ ଯେ ଲବଗଂ ର ଏପରି ଗୁଣ ରହିଛି ଯାହା ଆମ ଗ୍ୟାସ୍ଟିକ୍ ସମସ୍ୟା କୁ ଦୂରେଇ ଥାଏ ଏବଂ ଥଣ୍ଡା, କାସ ଭଳି ସମସ୍ୟା ଠାରୁ ମଧ୍ୟ ଲବଗଂ ଆପଣ ମାନଙ୍କୁ ଦୂରେଇ ରଖି ଥାଏ ।

ତେବେ ପ୍ରତିଦିନ ସକାଳୁ ୫ ଟି ଲବଗଂ ରେ ଗୋଟିଏ ଚାମଚ ମହୁ ମିଶାଇ ସକାଳୁ ଖାଲି ପେଟରେ ଖାଆନ୍ତୁ । ତା ପରେ ଗୋଟିଏ ଗ୍ଳାସ୍ ଗରମ ପାଣି ପିଅନ୍ତୁ । ଆପଣଙ୍କ ର ଗ୍ୟାସ ସମସ୍ୟା ଓ ଥଣ୍ଡା କାସ ଆଦି ସମସ୍ଯା ଥିଲେ ଏହା ଦୂରେଇ ଯିବ । ପ୍ରତିଦିନ ସକାଳୁ ନିୟମିତ ଭାବେ ଏହି ଉପାୟ କରିକି ଦେଖନ୍ତୁ ନିଶ୍ଚୟ ଆପଣ ଗ୍ୟାସ ଓ ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ।

Leave a Reply

Your email address will not be published. Required fields are marked *