ଶର୍ମୀଲା ଟୈଗୋର ନିଜ ବୟୋପିକକୁ ନେଇ ଖୋଲିଲେ ଏହି ରାଜ- କହିଲେ, ତାଙ୍କ ନାତୁଣୀ ସାରା କରିବେ ଏହି ଖାସ ଚରିତ୍ର

ଗତ ବର୍ଷ ଫିଲ୍ମ କେଦାରନାଥ ଦ୍ଵାରା ବଲିଉଡରେ ଡେବ୍ୟୁ କରିଥିବା ସାରା ଅଲି ଖାନ ଆସିବା ଦିନ ଠାରୁ କିଛି ନା କିଛି କାରଣ ପାଇଁ ଖୁସିରେ ଅଛନ୍ତି । ସାରା ଏବେ ‘ଲଭ ଆଜ କଲ 2’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀ ଶର୍ମୀଲା ଟୈଗୋର ମୁମ୍ବାଇର ଏକ ଇଭେନ୍ଟରେ ଯୋଗ ଦେବା ସମୟରେ ମିଡିଆ ସହିତ ଦେଖା ହେଇଥିଲେ, ଯେଉଁଠି ତାକୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ସେ ତାଙ୍କ ନାତୁଣୀ ସାରା ଅଲି ଖାନ ବିଷୟରେ କହୁ କହୁ କହିଲେ କି,

ଯଦି ମୋ ଉପରେ କୌଣସି ବୟୋପିକ ହୁଏ ତେବେ ମୋ ଭୂମିକରେ ସାରା ଅଭିନୟ କରିବେ ।

ସାରାର ଲୁକ ତାର ମା ଅମୃତା ଭଳି ହୋଇଛି । ଏହା ସହିତ ସେ ତା ମା ଭଳି ମଧ୍ୟ ଅଭିନୟ କରୁଛି । ଆହୁରି ମଧ୍ୟ କହିଲେ ସାରା ଯେଉଁ ଭଳି ଅଭିନୟ କରୁଛି ତା ଦ୍ଵାରା ମୁ ବହୁତ ଇମ୍ପ୍ରେସ ହୋଇଛି । ମତେ ସାରା ପ୍ରତି ବହୁତ ଗର୍ବ ଅଛି ସାରା ମୋ ପରିବାରର ଝିଅ । ମୋର ସବୁ ନାତି-ନତୁଣୀ ଆଗକୁ ବଢୁଛନ୍ତି, ଏଆହ ସହିତ ସେମାନେ ତାଙ୍କ ପରିବାରର ପରମ୍ପରାକୁ ମଧ୍ୟ ଆଗକୁ ବଢାଉଛନ୍ତି । ଏହା ଦେଖିକି ମୁଁ ବହୁତ ଖୁସିରେ ଅଛି ।

ଶର୍ମିଲା ହୈଲୋ! ହଲ ଅଫ ଫେମ ଅୱାର୍ଡ୍ସ ୨୦୧୯ ରେ ମିଡିଆଙ୍କୁ କହିଲେ କି ସେ ତାଙ୍କ ଆତ୍ମକଥା ଲେଖୁଛନ୍ତି, ତ ଏହା ମିଡିଆ ବଳ ଶୁଣିବା ପରେ ପ୍ରଶ୍ନ କଲେ କଣ ଆପଣ ଏହି ଆତ୍ମକଥା ବନେଇବେନି କି ? ଉତ୍ତରରେ ଶର୍ମିଲା କହିଲେ ବୟୋପିକ ବନେଇବା ବିଜେନେସ କାମ ଅଟେ, ଯଦି କେବେ କୌଣସି ନିର୍ମାତା ଲାଗେ କି ତାଙ୍କ କାହାଣୀକୁ ଦର୍ଶକ ଦେଖିବାକୁ ଇଚ୍ଛା କରନ୍ତି ତେବେ ବୟୋପିକ ନିଶ୍ଚୟ କରାଯିବ । ଏହା ବ୍ଯତୀତ ମିଡିଆ ବାଲା ପ୍ରଶ୍ନ କାଲେ କି ଆପଣଙ୍କର ଫେବରାଇଟ ଫିଲ୍ମ କଣ ଓ ଆପଣଙ୍କ ସ୍ମୃତିପୂର୍ଣ ମୂହର୍ତ୍ତ କେଉଁଟା, ଯାହା ଆପଣ ଆଜି ଶେୟାର କରିବାକୁ ଚାହିଁବେ ।

ମୋର ସ୍ମୃତିପୂର୍ଣ ମୂହର୍ତ୍ତ ତ ବହୁତ ସାରା ଅଛି । ଆଉ ରହିଲା ଫିଲ୍ମ କଥା ତେବେ ଯାହା ସବୁ ମୁଁ କରିଛି ସେ ସବୁ ଫିଲ୍ମ ମୋର ଫେବରାଇଟ । ଏହି ଆତ୍ମକଥା ବହିଟି କେବେ ଆସିବ, ତାହା ବିଷୟରେ କିଛି କହିନାହାନ୍ତି କିନ୍ତୁ କହିଲେ କି ଏବେ ମୁଁ ଲେଖିବା ଆରମ୍ଭ କରୁଛି । ଏହି ବହିର ନାମ କଣ ରହିବ ମିଡିଆ ବାଲା ପଚାରିବାରୁ ସେ କହିଲେ କି, ଏହାର ନାମ ଦର୍ଶକ ମାନେ ଦେବେ ଯାହା ଦର୍ଶକ ମାନେ କହିବେ ସେହି ନାମ ଏହି ପୁସ୍ତକର ହେବ ।

Leave a Reply

Your email address will not be published. Required fields are marked *