ସକାଳୁ ଘର ଦୁଆର ମୁହଁ ରେ ପାଣି ଢାଳିଲେ କେଉଁ ଲାଭ ହୋଇଥାଏ ? ଏହା ସହ 15+ ଅନୁଚିନ୍ତା

ବନ୍ଧୁଗଣ ମଣିଷ ଜୀବନରେ ଶାସ୍ତ୍ର ସହ ଜଡିତ ଅନେକ ଉପାୟମାନର ମହତ୍ଵ ରହିଛି । ଯାହାକୁ ଜାଣିବା ଓ ଏହାର ପାଳନ କରିବା ନିତାନ୍ତ ଜରୁରୀ ଅଟେ । ଏହି ସବୁ ଉପାୟମାନ ବିଷୟରେ ମାନବ ଜାତି ଜାଣି ପାରିଲେ ଜୀବନରେ ଥିବା ସମସ୍ୟମାନ ଦୂର କରି ପାରିବ । ଆଜି ଆମେ ଆପଣଙ୍କୁ ସେଭଳି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । 1- ପ୍ରଖର ସୂର୍ଯ୍ୟ କିରଣରେ ଅଧିକ ସମୟ ଠିଆ ହେବା ଉଚିତ ନୁହେଁ । ଶବ ଦାହ ସମୟରେ ଧୂଆଁ ନାକରେ ବାଜିବା ଅନୁଚିତ ଏହା ଦ୍ଵାରା ଆୟୁଷ ନଷ୍ଟ ହୁଏ ।

2- ରାତିରେ ଦହି ଖାଇବା ଉଚିତ ନୁହେଁ ଓ ଜୀବନରେ କେବେବି ମଦ୍ୟପାନ କରିବା ଉକିତ ନୁହେଁ । ଏହାଦ୍ବାରା ଆୟୁଷ କ୍ଷୀଣ ହୋଇଥାଏ ।

3- ଅଧିକ ଦିନ ଯାଏଁ ରାତିରେ ଉଜାଗର ରହିବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ମଈଥୁନ କରିବା ଦ୍ଵାରା ଆୟୁଷ ନଷ୍ଟ ହୋଇଥାଏ । ଘରକୁ ଆସିଥିବା ଅତିଥିଙ୍କୁ ସତ୍କାର କରିବା ଦ୍ଵାରା ଧନଧାନ୍ୟ ପ୍ରାପ୍ତ ହୋଇଥାଏ ।

4- ଘରେ କେବେବି ଛେଳି ପାଳିବା ଉଚିତ ନୁହେଁ । ଏହା ଦ୍ଵାରା ଗରିବୀ ଦେଖାଯିବା ସହ ଅଭାବ ଅନଟନ ଦେଖାଯାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେଉଥିଲେ ଘରେ ଅର୍ଥ ଅଭାବ ଦେଖାଯାଏ ।

5- ପିତଳ ପାତ୍ରରେ ଭୋଜନ କରିଲେ ଆତ୍ମସାନ୍ତି ପ୍ରାପ୍ତ ହୋଇଥାଏ , ସେହିପରି ତମ୍ବା ପାତ୍ରରେ ଭୋଜନ କରିବା ଦ୍ଵାରା ଶରୀରର କ୍ଳାନ୍ତି ବୃଦ୍ଧି ହୋଇଥାଏ ଓ ଶରୀର ସୁସ୍ଥ ସବଳ ରହିଥାଏ ।

6- କଦଳୀ ପତ୍ରରେ ଭୋଜନ କରିବା ଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହେବ ସହ ଆୟୁଷ ବୃଦ୍ଧି ହୋଇଥାଏ ଓ ଗରିବି ଦୂର ହୋଇଥାଏ ।

7- ଭୋଜନ କରୁଥିବା ସମୟରେ, ସ୍ନାନ କରୁଥିବା ସମୟରେ କାହାକୁ ନମସ୍କାର କରିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ଦେଖା ଦେଇଥାଏ ।

8- ବୁଧବାର ବା ଶୁକ୍ରବାର ଦିନ ନଖ ବା କେଶ କାଟିବା ଉଚିତ । ଏହା ଶୁଭ ହେବା ସହ ଆୟୁଷ ବୃଦ୍ଧି ହେବା ସହ ଆତ୍ମ ଶକ୍ତି ବୃଦ୍ଧି ପାଇଥାଏ ।

9- ପିଲାଙ୍କ ଜନ୍ମ ଦିନରେ ଖସା ତେଲ ଲଗାଇ ଗାଧୋଇବା ଉଚିତ ଏବଂ ଖସା ଲଡୁ ଖାଇବା ଦ୍ଵାରା ବର୍ଷେ ଯାଏଁ ବିଘ୍ନ ନାସ ହୋଇଥାଏ । ଶନିବାର ଦିନ ଲୁହା ଜିନିଷ କିଣାବିକା କରିବା ବିଭିନ୍ନ ପ୍ରକାରର କ୍ଷତି ହୋଇଥାଏ ।

10- ଗାଲ ରେ କେବେ ବି ହାତ ଦେଇ ବସିବା ଉଚିତ ନୁହେଁ । ଏହାଦ୍ବାରା ମୁଣ୍ଡ ବ୍ୟଥା ହେବା, ଖାଦ୍ୟ ହଜମ ହୁଏ ନାହିଁ, ଗୋଡରେ ଯନ୍ତ୍ରଣା ଦେଖାଦିଏ ଓ ମନରେ ଦୁଶ୍ଚିନ୍ତା ଆସିଥାଏ ।

11- ସମାନ ଗୋତ୍ରରେ କେବେବି ବିବାହ କରିବା ଉଚିତ ନୁହେଁ ଏହା ଶୁଭ ହେବା ସହ ବଂଶାନୁଗତ ରୋଗ ହୋଇଥାଏ ।

12- ପ୍ରତେକ ଦିନ ସକାଳୁ ଉଠିବା ପରେ ଏକ ଲୋଟା ପାଣି ଘର ଆଗରେ ଢାଳିବା ଉଚିତ । ଏହା ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *