ଖୁବ ଶୀଘ୍ର Salman Khan ଙ୍କ ଭାଉଜ ହେବାକୁ ଯାଉଛନ୍ତି Bollywoodର ଏହି ଫେମସ Heroin, ସଲମାନଙ୍କ ଏହି ସମ୍ପର୍କୀୟଙ୍କୁ କରିବେ ବିବାହ

ବଲୀଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା ନିଜର ଅଭିନୟ ସହିତ ନିଜର ପ୍ରାକୃତିକ ସୋନ୍ଦର୍ଜ୍ୟ ପାଇଁ ଜଣା ଯାଆନ୍ତି । ସୋନାକ୍ଷୀ ସିନ୍ହା ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ।

ସୋନାକ୍ଷୀ ସିନ୍ହା ସୋସିଆଲ ମିଡିଆରେ ବହୁତ ଏକ୍ଟିବ ବି ରୁହନ୍ତି । ସୋନାକ୍ଷୀ ସିନ୍ହାର ଗ୍ଲାମରସ ଲୁକକୁ ବହୁତ ପସନ୍ଦ ବି କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପର୍ସନାଳ ଲାଇଫ ସହ ଜଡିତ ସୂଚନା ଦେବୁ । କହିବାକୁ ଗଲେ ବର୍ତ୍ତମାନ ସୋନାକ୍ଷୀ ସିନ୍ହାଙ୍କ ଅଫେୟାରକୁ ନେଇ ଚର୍ଚା ଚାଲିଛି ।

ସୋନାକ୍ଷୀ ସିନ୍ହା ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ଓ କୁହାଯାଉଛି କି ସେ ବର୍ତ୍ତମାନ ବଣ୍ଟି ସଚଦେବାଙ୍କୁ ଡେଟ କରୁଛନ୍ତି । ବଣ୍ଟି ସଚଦେବା ଆଉ କେହି ନୁହନ୍ତି ସେ ସଲମାନ ଖାନଙ୍କ ସମ୍ପର୍କୀୟ ଅଟନ୍ତି । ବଣ୍ଟି ସଚଦେବା ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କ ସଲା ଅଟନ୍ତି । ଯଦି ସୋନାକ୍ଷୀ ସିନ୍ହା ବଣ୍ଟିଙ୍କ ସହ ବିବାହ କରିବେ ତେବେ ସୋନାକ୍ଷୀ ସିନ୍ହା ଓ ସଲମାନ ଖାନ ସମ୍ପର୍କୀୟ ହୋଇଯିବେ ।

ସୋନାକ୍ଷୀ ସିନ୍ହା ଓ ବଣ୍ଟିଙ୍କ ବିବାହ ହେବାର ଚାନ୍ସ ଅଧିକ ଅଛି, କାରଣ ଦୁଇ ଜଣଙ୍କ ପରିବାର ବି ଏହି ସମ୍ପର୍କରେ ରାଜି ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀ ସିନ୍ହାଙ୍କ ଘର ଲୋକମାନେ ବି ବଣ୍ଟି ସଚଦେବଙ୍କୁ ବହୁତ ପସନ୍ଦ କରନ୍ତି । ବଣ୍ଟି ପିଆର ଏଜେନ୍ସି କର୍ନରସ୍ଟୋନର ମାଲିକ ଅଟନ୍ତି । ସୋନାକ୍ଷୀ ଓ ବଣ୍ଟିଙ୍କୁ କେତେକ ପାର୍ଟିରେ ଏକତ୍ରିତ ମଧ୍ୟ ଦେଖା ଯାଇଛି ।

ଅନ୍ୟ ପଟେ ସୋନାକ୍ଷୀ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ବଣ୍ଟି ସେଲ୍ଫମେଡ ମ୍ୟାନ ଅଟନ୍ତି ଓ ସେ ବର୍ତ୍ତମାନ ନିଜର ବୈଚଲରହୁଡକୁ ଏନ୍ଜୟ କରୁଛନ୍ତି । ଏହି କାରଣ ଅଟେ କି ସୋନାକ୍ଷୀ ସିନ୍ହା ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ପାରି ନାହାନ୍ତି । ସୋନାକ୍ଷୀ ସିନ୍ହା ଆସନ୍ତା ସମୟରେ ଫିଲ୍ମ ନିର୍ମାତା ଜୋୟା ଅଖ୍ତରଙ୍କ ସହ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଯାହାର କି ବର୍ତ୍ତମାନ ଶୁଟିଙ୍ଗ ଚାଲିଛି । ଏହା ଛଡା ସେ ଡ୍ରାମା ଏକ୍ଶନ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ଅଜୟ ଦେବଗନଙ୍କ ସହ ନଜର ଆସିବେ । ଏହି ଫିଲ୍ମ ୧୧ ଅଗଷ୍ଟକୁ ରିଲିଜ ହେବ । ଏହି ଫିଲ୍ମ ଏକ ଐତିହାସିକ ଘଟଣା ଉପରେ ଆଧାରିତ ଅଟେ ।

Leave a Reply

Your email address will not be published. Required fields are marked *