ଦେଖନ୍ତୁ କିପରି ନିଜର ମୃତ ଝିଅକୁ ବାପା କରିଦେଲେ ଏକ ବଡ ବ୍ରାଣ୍ଡ, ଏହି ନିର୍ମା Girl ଙ୍କ ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ ! ଦେଖନ୍ତୁ Video

ସବୁ ମାତା ପିତାଙ୍କ ପାଇଁ ତାଙ୍କର ସନ୍ତାନମାନେ ନିଜର ଜୀବନ ଠାରୁ ବି ବହୁତ ବଡ ହୋଇଥାନ୍ତି । ନିଜର ସନ୍ତାନମାନଙ୍କର ଖୁସି ନିମନ୍ତେ ସବୁ ମାତା ପିତା ନିଜକୁ ବି ଭୁଲି ଯାଆନ୍ତି । ଏହା ସହିତ ନିଜର ପିଲାମାନଙ୍କୁ ଦୁନିଆର ସମସ୍ତ ଖୁସି ଓ ତାଙ୍କ ମୁହଁରେ ସବୁବେଳେ ହସ ଦେଖିବା ପାଇଁ ଦିନ ରାତି ପରିଶ୍ରମ ସହ ତାଙ୍କର ଦେଖାଶୁଣାରେ ନିଜର ଜୀବନ ଅତିବାହିତ କରି ଦିଅନ୍ତି ।

ସବୁ ମାତା ପିତା ନିଜେ ପଛେ ନ ଖାଆନ୍ତୁ କିମ୍ବା ଭଲ କପଡା ନ ପିନ୍ଧନ୍ତୁ କିନ୍ତୁ ନିଜର ସନ୍ତାନକୁ ଭଲ ଖାଇବା ଓ ଭଲ ଡ୍ରେସ ଇତ୍ୟାଦି ଦେଇଥାନ୍ତି । କହିବାକୁ ଗଲେ ପିଲାମାନଙ୍କର ଖୁସି ପାଇଁ ପିତା ମାତା ସବୁ ସୀମା ପାର କରିବାକୁ ବି ପ୍ରସ୍ତୁତ ଥାନ୍ତି । ନିରମା ୱାସିଙ୍ଗ ପାଉଡର ଆପଣମାନେ ନିଶ୍ଚିତ ବ୍ୟବହାର କରିଥିବେ । ୯୦ ଦଶକରେ ନିରମାର ବିଜ୍ଞାପନ ଆପଣ ଦେଖିଥିବେ ।

କିନ୍ତୁ ନିରମା ୱାସିଙ୍ଗ ପାଉଡର ପ୍ୟାକେଟରେ ଯେଉଁ ଝିଅ ନଜର ଆସୁଛି ସେ କିଏ ଓ ଏହା ଝିଅର ଫଟୋ ପଛରେ କଣ ରହସ୍ୟ ଲୁଚି ଅଛି । ଆପଣ ଜାଣି ଦୁଃଖିତ ହେବେ କି ନିରମା ୱାସିଙ୍ଗ ପାଉଡର ଉପରେ ନଜର ଆସୁଥିବା ଏହି କୁନି ଝିଅ ଆଉ ଏହି ଦୁନିଆରେ ନାହିଁ । ଗୋଟିଏ ଦୁ-ର୍ଘ-ଟ-ଣାରେ ଏହି କୁନି ଝିଅର ମୃ-ତ୍ୟୁ ହୋଇ ଯାଇଛି । ପିଲାଦିନେ ସେ ବହୁତ ସ୍ଵପ୍ନ ଦେଖି ଥିଲେ । କିନ୍ତୁ ନିଜ ସ୍ଵପ୍ନକୁ ପୁରା କରିବା ପୂର୍ବରୁ ସେ ଭଗବାନଙ୍କ ପାଖକୁ ଚାଲି ଗଲେ ।

କିନ୍ତୁ ନିଜର ଏକମାତ୍ର ଝିଅର ମୃ-ତ୍ୟୁ ପରେ ପିତା କରଶନଭାଇ ପଟେଲ ଭାଙ୍ଗି ଯାଇ ନ ଥିଲେ କି ହାରି ଯାଇ ନ ଥିଲେ । ସେ ନିଜ ଝିଅର ନାଁକୁ ନେଇ ଗୋଟିଏ ବଡ ବ୍ରା-ଣ୍ଡ କରି ଦେଲେ । କରଶନଭାଇ ପଟେଲ ଗୁଜୁରାଟରେ ଜନ୍ମ ଗ୍ରହଣ କରିଛନ୍ତି ଓ ସେ ରାସାୟନିକ ବିଜ୍ଞାନରେ ଡିଗ୍ରୀ ହାସଲ ମଧ୍ୟ କରିଛନ୍ତି । ପିଲାଦିନୁ ହିଁ ସେ ବିଜନେସ କରିବାକୁ ଚାହୁଁ ଥିଲେ । କିନ୍ତୁ ଘରର ଆର୍ଥିକ ଅବସ୍ଥା ଖରାପ ଥିବା କାରଣରୁ ସେ ବିଜନେସ କରି ପାରି ନ ଥିଲେ । ଏହା ପରେ ତାଙ୍କର ସରକାରୀ ଚାକିରି ହୋଇଗଲା ।

କିନ୍ତୁ ସେ ଖୁସି ନ ଥିଲେ ଓ ସେ ସବୁବେଳେ କିଛି ବଡ କରିବାକୁ ଚାହୁଁଥିଲେ । ଠିକ ଏହି ସମୟରେ ତାଙ୍କ ଝିଅର ମୃ-ତ୍ୟୁ ହୋଇଗଲା ଓ ଏହି ଘ-ଟ-ଣା କରଶନଭାଇ ପଟେଲଙ୍କୁ ବହୁତ ଦୁଃଖିତ କରିଥିଲା । ଶେଷରେ ସେ ସରକାରୀ ଚାକିରି ଛାଡି ନିଜ ଘରେ ୱାସିଙ୍ଗ ପାଉଡର ତିଆରି କରିବା ଆରମ୍ଭ କରିଥିଲେ । ଏହା ପରେ ସାଇକେଲରେ ବୁଲି ବୁଲି ତିଆରି କରିଥିବା ସେହି ପାଉଡରକୁ ବିକ୍ରି କରିଥିଲେ ।

ଯେତେବେଳେ କିଛି ବିଦେଶୀ କମ୍ପାନୀମାନେ ୱାସିଙ୍ଗ ପାଉଡର କିଲୋ ପିଛା ୧୩ ଟଙ୍କାରେ ବିକ୍ରି କରୁଥିଲେ ସେହି ସମୟରେ କରଶନଭାଇ ପଟେଲ ନିଜର ୱାସିଙ୍ଗ ପାଉଡରକୁ କିଲୋ ପିଛା ମାତ୍ର ୩ ଟଙ୍କାର ବିକ୍ରି କରୁଥିଲେ ।

ଏହା ପରେ ତାଙ୍କର ୱାସିଙ୍ଗ ପାଉଡରକୁ ଲୋକମାନେ ପସନ୍ଦ କରିଲେ ଓ ଦେଖୁ ଦେଖୁ ତାଙ୍କର ୱାସିଙ୍ଗ ପାଉଡର ଗୋଟିଏ ବ୍ରା-ଣ୍ଡ ହୋଇଗଲା । କହିଦେଉଛୁ କି କରଶନଭାଇଙ୍କ ଝିଅଙ୍କ ନାଁ ନିରୁପମା ଥିଲା । ତାଙ୍କୁ ସ୍ନେହରେ ସମସ୍ତେ ନିରମା ଡାକୁଥିଲେ ଓ ନିରମା ନାଁକୁ ନେଇ କରଶନଭାଇ ପଟେଲ ଗୋଟିଏ ବ୍ରା-ଣ୍ଡ କରି ଦେଇଛନ୍ତି । ସାରା ଦେଶରେ ସେ ନିଜର ଝିଅକୁ ପରିଚିତ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *