ACF Soumyaଙ୍କ ଡେଥ କେସ: PSଙ୍କ ବଦଳି ପଛରେ କଣ ରହିଛି କାରଣ? ଦେଖନ୍ତୁ ଏହା ପଛର କଣ ଅଛି ଷଡଯନ୍ତ୍ର

ଜଙ୍ଗଲ ମନ୍ତ୍ରୀଙ୍କ ପିଏସ ଦୀପ୍ତି ରଞ୍ଜନ ବେହେରାଙ୍କ ବଦଳି ପରେ ସମ୍ପୂର୍ଣ ମନ୍ତ୍ରୀ କରିଡୋରରେ ହଳଚଳ ଆରମ୍ଭ ହୋଇ ଯାଇଛି । ପିଏସ ଦୀପ୍ତି ରଞ୍ଜନ ବେହେରାଙ୍କୁ କୋରାପୁଟ ବଦଳି କରାଯାଇଛି । ସେ ୨୦୦୯ରୁ ଜଙ୍ଗଲ ମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟ କରି ଆସୁଥିଲେ ।

କିନ୍ତୁ ଅଚାନକ ବଦଳି ପଛରେ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ସହ ସମ୍ପର୍କ ଅଛି ବୋଲି ବର୍ତ୍ତମାନ ସନ୍ଦେହ କରାଯାଉଛି । କହିଦେଉଛୁ କି ସୌମ୍ୟ ରଞ୍ଜନଙ୍କ ବାପା ନିଜ ପୁଅର ମୃତ୍ୟୁ ମାମଲାରେ ଜଙ୍ଗଲ ମନ୍ତ୍ରୀ ଜଡିତ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହି ମାମଲାରେ ମନ୍ତ୍ରୀଙ୍କ ଭୂମିକା କଣ ଥିଲା ସେ ତାହା ବିଷୟରେ କିଛି ବି କହି ନ ଥିଲେ । କିନ୍ତୁ ସେ ମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଥିଲେ କି ମନ୍ତ୍ରୀଙ୍କ କହିବା ଅନୁସାରେ ହିଁ ତାଙ୍କ ପୁଅର ମୃତ୍ୟୁ ମାମଲାରେ ଦିଗ ବଦଲୁଛି ।

କୁହାଯାଉଛି କି ପିଏସଙ୍କ ବଦଳି ପରେ ବର୍ତ୍ତମାନ ପାରଳାଖେମୁଣ୍ଡିର ଡ଼ିଏଫଓଙ୍କ ବଦଳି ପକ୍ରିୟା ଆରମ୍ଭ ହୋଇ ଯାଇଛି । ଏମିତିରେ ପ୍ରଶ୍ନ ଉଠୁଛି କି କାହିଁକି ପିଏସଙ୍କ ବଦଳି ହେଲା । ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମାମଲାରେ ତାଙ୍କର କିଛି ହାତ ଅଛି କି ? ସୌମ୍ୟଙ୍କ ମାମଲାରେ ତଦନ୍ତ ଚାଲିଥିବା ସମୟରେ ଅଚାନକ ପିଏସଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଦ୍ଵାରା ଏହି ବଦଳି ହେବାର କୌଣସି ସୂଚନା ମିଳି ନାହିଁ ।

ଏମିତିରେ ଏହି ବଦଳିକୁ ନେଇ କୌଣସି ସ୍ପଷ୍ଟିକରଣ ହୋଇ ନାହିଁ ଏମିତିରେ ଚର୍ଚା ଚାଲିଛି କି ACF ସୌମ୍ୟଙ୍କ ମାମଲାରେ ପିଏସଙ୍କ କିଛି ଭୂମିକା ନାହିଁ ତ ଓ ଏହି କାରଣରୁ ତାଙ୍କର ବଦଳି କରାଯାଇ ନାହିଁ ତ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୌମ୍ୟଙ୍କ ମାମଲାରେ ଡ଼ିଏଫଓଙ୍କ ନାଁ ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ବି ଜେରା କରିଥିଲା । ଅନ୍ୟ ପଟେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ସନ୍ଦେହ ଘେରରେ ଅଛନ୍ତି । ତାଙ୍କୁ ବି ପୋଲିସ ଜେରା କରୁଛି ।

ଏହା ଛଡା ବିଦ୍ୟାଭାରତୀଙ୍କ ବିରୁଦ୍ଧରେ ସୋସିଆଲ ମିଡିଆ ନାନା ପ୍ରକାରର ଖବର ବି ସାମ୍ନାକୁ ଆସୁଛି । ଯେଉଁଥିରୁ ଜଣା ପଡୁଛି କି ତାଙ୍କର ସ୍ଵଭାବ ଓ ଗୁଣ କେମିତି ଅଟେ । ଅନ୍ୟ ପଟେ ଯଦି ପୋଲିସର ଯାଞ୍ଚ ବିଷୟରେ କହିବା ତେବେ ସୌମ୍ୟଙ୍କ ମୃତ୍ୟୁକୁ ଏକ ମାସ ପୁରା ହେବାକୁ ବସିଲାଣି ତଥାପି ପୋଲିସ ମିଡିଆକୁ ଏହି ମାମଲା ସହ ଜଡିତ କୌଣସି ବି ପ୍ରକାରର ସୂଚନା ଦେଇ ନାହିଁ ।

ପୋଲିସକୁ ପ୍ରଶ୍ନ କରିବାରୁ ସେମାନେ କେବଳ କହୁଛନ୍ତି କି ତଦନ୍ତ ଚାଲିଛି । ଏମିତିରେ କେବେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳିବ ଏହି ଆଶାରେ ବର୍ତ୍ତମାନ ସମସ୍ତେ ଅଛନ୍ତି । କହିଦେଉଛୁ କି ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ମାମଲା ଆହୁରି ଅଧିକ ରହସ୍ୟ ଘରେ ମଧ୍ୟରେ ଚାଲିଯାଉଛି ।

Leave a Reply

Your email address will not be published. Required fields are marked *