ଝିଅ ହେବ ତ ଏମିତି, ବାପାଙ୍କୁ ଦେଲେ ନୂଆ ଜୀବନ…..Saloni ନିଜ ଜୀବନକୁ ବାଜି ଲଗେଇ ବାପାଙ୍କ ପାଇଁ ଯାହା କରିଛନ୍ତି ଜାଣି ଆପଣ ବି କରିବେ ସଲାମ, ଦେଖନ୍ତୁ Video

ଆଜିକାଲି ଘରେ କନ୍ୟା ସନ୍ତାନ ଜନ୍ମ ହେଲେ କିଛି ଲୋକ ମାନେ ଏହାକୁ ଗ୍ରହଣ କରାଉ ନାହାନ୍ତି । କିନ୍ତୁ ଯଦି ପୁଅ ଜନ୍ମ ହୁଏ ତେବେ ଲୋକ ମାନେ ଭାବନ୍ତି କି ପୁଅ ବୃଦ୍ଧାବସ୍ଥାରେ ବାପା ମାଙ୍କର ଦେଖାଶୁଣା କରିବା ସହ ତାଙ୍କର ସବୁ ଖର୍ଚ୍ଚ ପରିବହନ କରିବ । କିନ୍ତୁ ଆଜିର ସମାଜରେ ଝିଅ ମାନେ ପୁଅ ମାନଙ୍କ ଠାରୁ କେଉଁ ଗୁଣରେ କମ ନୁହନ୍ତି । ଧର୍ମଗଳ ଜିଲ୍ଲା ଲୋକସାରା ବ୍ଲକର ଲଡୁ ଗାଁ ର ସଲୋନି ଗର୍ଗ ନିଜ ଅବପାଙ୍କ ଦୁଇଟି କିଡନି ଖରାପ ହେବା କଥା ଜାଣିବା ପରେ ବିଚଳିତ ହୋଇ ପଡିଥିଲେ । ନିଜ ବାପାଙ୍କୁ ବଞ୍ଚାଇବା ପାଇଁ ସଲୋନୀ ନିଜର କିଡନି ଦେଇ ଭଲ କରିବେ ବୋଲି ମନସ୍ଥ କରିଲେ ।

ସଲୋନୀଙ୍କ ବୟସ ମାତ୍ର ୨୨ ବର୍ଷ ହୋଇଥିବା ଯୋଗୁ ତାଙ୍କ ପରିବାର ଲୋକେ କିଡନି ଦେବାକୁ ମନା କରିଥିଲେ । କିନ୍ତୁ ସଲୋନୀଙ୍କ ଜିଦି ଆଗରେ ତାଙ୍କ ପରିବାର ହାର ମାନିଲେ । ଶେଷରେ ନିଜ ବାପାଙ୍କୁ କିଡନି ଦେଇ ସୁସ୍ଥ କରିଲେ ସଲୋନୀ । ଗତ ୮ ତାରିଖ ଦିନ କିଡନି ପ୍ରତ୍ୟାରୋପଣ ପାଇଁ ରାୟପୁର ଜଣେ ବିଶିଷ୍ଟ ସାମାଜସେବି ଡାକ୍ତର ସୁନିଲ ଅଗ୍ରୱାଲଙ୍କ ସହାୟତାରେ ଦିଲ୍ଲୀର ବେଦାନ୍ତ ହସପିଟାଲରେ ଅଦାମିସନ ହୋଇଥିଲେ ସଲୋନୀଙ୍କ ବାପା ସୁନୀଲ ଗର୍ଗ । ବେଦାନ୍ତ ହସପିଟାଲର ଟିମ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନି ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛନ୍ତି ।

ବର୍ତ୍ତମାନ କିଡନି ପ୍ରତ୍ୟାରୋପଣ ପରେ ସୁନୀଲ ଗର୍ଗ ଓ ସଲୋନୀ ଗର୍ଗ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସଲୋନୀଙ୍କୁ ଜନ୍ମ ଦେଇଥିଲା ବାପା ସୁନୀଲ ଗର୍ଗଙ୍କର ଛାତି ଆଜି ଗର୍ବ ରେ ଫୁଲି ଉଠିଛି ବୋଲି କହିଛନ୍ତି । ସଲୋନୀଙ୍କ ଏହି କାମ ପାଇଁ ତାଙ୍କୁ ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁବର୍ଗ ମାନେ ପ୍ରଶଂସା କରିବା ସହ ଏମିତି ଝିଅ ସବୁ ବାପା ମାଙ୍କୁ ମିଳୁ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ କଳାହାଣ୍ଡି ରେ ଏହି ଖବର ପ୍ରଚାର ହେବା ପରେ ସବୁ ମହଲ ରୁ ସଲୋନୀ କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ଏହି ଘଟଣା ରୁ ଏୟା ସ୍ପଷ୍ଟ ହେଉଛି ଯେ ଝିଅ ଜନ୍ମ ହେବା ପରେ ବୃଦ୍ଧାବସ୍ଥାରେ ବାପା ମାଙ୍କର ସାହାରା ହୋଇଥାଏ । ପରିବାର ଲୋକଙ୍କ ଅନେକ ବାରଣ ସତ୍ବେ ନିଜ କିଡନି ବାପାଙ୍କୁ ଦେଇ ଜୀବନ ରକ୍ଷା କରିଛନ୍ତି କଳାହାଣ୍ଡି ଜିଲ୍ଲାର ସଲୋନୀ ଗର୍ଗ । ସଲୋନୀ ବର୍ତ୍ତମାନ ସମାଜ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ଭାବେ ପରିଚିତ ହୋଇ ପାରିଛନ୍ତି । ତାଙ୍କର ଏହି ମହାନ କାମ ଦ୍ଵାରା ଅନେକ ଯୁବପିଢି ଏଥିରୁ ପ୍ରେରିତ ହେବେ ନିଜ ବାପା ମାଙ୍କର ସେବା କରିବା ପାଇଁ ।

ବନ୍ଧୁଗଣ ଆପଣ ମାନଙ୍କୁ ସଲୋନୀ ଗର୍ଗଙ୍କର ଏହି କାମ ପାଇଁ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *