ବନ୍ଧୁଗଣ ଭିଡିଓ ରେ ଦୃଶ୍ୟ ହେଉଥିବା ଯୁବତୀ ଙ୍କୁ ସୁନ୍ଦରତା କୁ ଦେଖିଲେ ଯିଏ କେହି ବି ତାଙ୍କ ପଡ଼େମରେ ପଡିଯିବେ । ହଁ ଆଜ୍ଞା ନାମ୍ରା କାଦିର ନାମ ଯୁବତୀ ଜଣକ ହେଉଛନ୍ତି ଯେ ୟୁଟ୍ଯୂବର । ତାଙ୍କର ୟୁଟ୍ଯୂବ ଚ୍ୟାନେଲର ସବସ୍କ୍ରାଇବର ର ସଂଖ୍ୟା ୬ ଲକ୍ଷରୁ ଅଧିକ । ଇଂଷ୍ଟାଗ୍ରାମରେ ମଧ୍ୟ ୨ ଲକ୍ଷରୁ ଅଧିକ ୟୁଜର୍ସ ଯାଙ୍କୁ ଫୋଲୋ କରନ୍ତି । ହେଲେ ନାମ୍ରା ଙ୍କ ଏହି ସୁନ୍ଦର ଚେହେରା ପଛରେ ରହିଛି ସୈତାନି ଦିମାଗ ।
ହନି ଟ୍ରାପ କରି ଶିରୋନାମାରେ ଓଡିଶାରେ ଥିବା ଅର୍ଚ୍ଚନା ନାଗ ଓ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଙ୍କ ପରେ ଏବେ ନାମ୍ରା ମଧ୍ୟ ତାଙ୍କ ସ୍ଵାମୀ ବିରାଟ ବେନବାଲ ଙ୍କ ସହ ମିଶି ରୂପର ମାୟା ଜାଲରେ ଫସାନ୍ତି ବଡ ବଡିଆଙ୍କୁ ଆଉ ଲୁଟି ନିଅନ୍ତି ମୋଟା ରକମର ଟଙ୍କା । ପ୍ରଥମେ ବନ୍ଧୁତ୍ଵ, ପରେ ପ୍ରେମ ଆଉ ଟା ପରେ ଆରମ୍ଭ ହୁଏ ବ୍ଳାକମେଲିଙ୍ଗ । ହରିୟାନା ଗୁରୁଗ୍ରାମ ସେକ୍ଟର-୫୦ ଥାନାରେ ଜଣେ ବ୍ୟବସାୟୀଙ୍କ ଅଭିଯୋଗ ପରେ ସାନମାଙ୍କୁ ଆସିଛି ସୁନ୍ଦରୀ ୟୁଟ୍ଯୂବର ନାମ୍ରା କାଦୀର ଙ୍କ କଳା କରନାମା ।
ସ୍ଵାମୀ ବିରାଟଙ୍କ ସହ ମିଶି ଜଣେ ବ୍ୟବସାୟିଙ୍କୁ ୮୦ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ନାମ୍ରା । ଏହି ଠକ ଦମ୍ପତିଙ୍କ ଶିକାର ହୋଇଥିବା ବ୍ୟବଶାୟୀଙ୍କ କହିବା ଅନୁଯାୟୀ ସହନା ରୋଡ ସ୍ଥିତି ଏକ ହୋଟେଲରେ ନାମ୍ରା ଙ୍କୁ ପ୍ରଥମେ ଦେଖା ହୋଇଥିଲେ । ୟୁଟ୍ଯୂବ ଭିଡିଓରେ ସେ ପ୍ରଥମେ ନାମ୍ରାଙ୍କୁ ଦେଖିଥିଲେ ଆଉ ଟଣକ ରୂପ ଯୌବନରେ ପାଗଳ ଥିଲେ । ସେହି ହୋଟେଲରେ ନାମ୍ରା ତାଙ୍କ ସ୍ଵାମୀ ବିରାଟଙ୍କ ସହ ବ୍ୟବସାୟୀଙ୍କର ପରିଚୟ କରାଇଥିଲେ ।
କିନ୍ତୁ ନିଜ ସ୍ଵାମୀ ଭାବେ ନୁହେଁ ବରଂ ନିଜର ବନ୍ଧୁ ଓ ଅନ୍ୟ ଜଣେ ୟୁଟ୍ଯୂବର ଭାବେ ବିରତଙ୍କ ସହ ପରିଚୟ କରାଇଥିଲେ ନାମ୍ରା । ସେହି ମିଟିଙ୍ଗରେ ନାମ୍ରା ବ୍ୟବସାୟୀଙ୍କ ଫାର୍ମରେ କାମ କରିବାକୁ ଆଲୋଚନା ହୋଇଥିଲା । ଆଉ ଏଥିପାଇଁ ସେ ୨ ଲକ୍ଷ ଟଙ୍କାର ଆଡଭାନ୍ସ ନେଇଥିଲେ । ଯେବେ ବ୍ୟବସାୟୀ ବିଜ୍ଞାପନ ଆଣିଥିଲେ ନାମ୍ରା ଆକାଉଣ୍ଟ ଜରିଆରେ ୫୦ହଜାର ଟଙ୍କା ଟ୍ରାନ୍ସଫର କରାଇଥିଲେ । ହେଲେ କାମ କରିବାକୁ ମନା କରିଥିଲେ ।
କାମ କରିବା ବାହାରେ ନାମ୍ରା ବ୍ୟବସାୟୀଙ୍କୁ ପସନ୍ଦ କରୁଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ନେଇଥିବା ଟଙ୍କା ଭଉଣୀ ବାହାଘର ପରେ ଫେରାଇବେ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା । ଆଉ ଦିନେ ହୋଟେଲରେ ବ୍ୟବସାୟୀଙ୍କୁ ମଦ ପିଆଇ ଦେଇଥିଲେ ବିରାଟ ଓ ନାମ୍ରା ଆଉ ତାଙ୍କ ଆଇକାର୍ଡ ଓ ଦାମୀ ଘଣ୍ଟା ମାଗି ବ୍ଳାକେମେଲ କରିବା ଆରମ୍ଭ କରିଥିଲେ ।
ଏଥିରେ ପ୍ରତିବାଦ କରିବାରୁ ବ୍ୟବସାୟୀ ଜଣକ ବିରାଟ ତାଙ୍କୁ ମିଥ୍ୟା ରେଫ କେଶରେ ଫସାଇବାକୁ ଧମକ ଦେଇଥିଲେ । ଏମିତି କରି ନାମ୍ରା ଅନେକ ଦାମୀ ଜିନିଷ ଲୁଟିବା ଅପରେ ବ୍ୟବସାୟୀ ଏତାଲା ଦେଇଛନ୍ତି ଆଉ ପୋଲିସ ନାମ୍ରାଙ୍କୁ ଗିରଫ କରିଛି । ଗତ ୫ରେ ପୋଲିସ ନାମ୍ରାଙ୍କୁ ଗିରଫ କରି ୬ରେ କୋର୍ଟରେ ହାଜର କାରାଇଥିଲେ ଆଉ ତାଙ୍କ ସ୍ଵାମୀ ଫେରାର ଅଛନ୍ତି । ବନ୍ଧୁଗଣ ଆପଣଙ୍କର ନାମ୍ରାଙ୍କ କାରନାମାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।