ଶନିବାର ଦିନ କରନ୍ତୁ ଏହି ୫ଟି ଉପାୟ ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଅନେକ ସମୟରେ ଦେଖା ଯାଇଥାଏ କି ମଣିଷ ଯେତେ ରୋଜଗାର କରିଲେ ମଧ୍ୟ ଧନର ଅଭାବ ଦେଖା ଯାଇଥାଏ । ଏହା ସହ ଯୋଗ୍ୟତା ଥାଇ ମଧ୍ୟ ଧନର ଅଭାବ ଲାଗି ରହିଥାଏ । ଏହାର କାରଣ ବାସ୍ତୁ ଦୋଷ ହୋଇଥାଏ । ନଚେତ ଗ୍ରହରେ କୌଣସି ପ୍ରକାରର ଦୋଷ ଥିଲେ ଏଭଳି ସମସ୍ଯା ଦେଖା ଯାଇଥାଏ । ଆଜି ଆମେ ଜାଣିବା ଏମିତି 5ଟି ଟିପ୍ସ ବିଷୟରେ ଯାହା ଦ୍ଵାରା ଧନ ଜନିତ ଯେ କୌଣସି ସମସ୍ଯା ଥିଲେ ତାହା ଦୂର ହୋଇ ପାରିବ ।

1- ପ୍ରଥମ ଉପାୟ ଟି ହେଉଛି କୌଣସି ବ୍ୟକ୍ତି କାମ ରୁ ଫେରିବା ସମୟରେ ଘରକୁ କିଛି ନା କିଛି ଜିନିଷ ଧରି ଆସିବା ଉଚିତ । ଏପରି ନିୟମିତ କିଛି କରିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ଅର୍ଥ ଜନିତ ଯେ କୌଣସି ସମସ୍ଯା ଥିଲେ ମଧ୍ୟ ତାହା ଦୂର ହୋଇଥାଏ ।

2- ଗୃହରେ କୌଣସି ସଦସ୍ୟ ଖାଇବା ପୂର୍ବରୁ ଘର ଓଳାଇବା ଉଚିତ । ସକାଳୁ ଘର ଓଳାଇବା ବହୁତ ଭଲ ହୋଇଥାଏ । କିନ୍ତୁ ସନ୍ଧ୍ୟା ସମୟରେ ଘର ଓଳାଇବା ଉଚିତ ନୁହେଁ ।

3- ସନ୍ଧ୍ୟା ହେବା ପୂର୍ବରୁ ଘରେ ଆଲୋକ ରହିବା ଉଚିତ । ସନ୍ଧ୍ୟା ପରେ କିନ୍ତୁ ଆଲୋକ ଜଳାଇବା ଉଚିତ ନୁହେଁ । ସନ୍ଧ୍ୟା ହେବାର କିଛି ସମୟ ପୂର୍ବରୁ ଘରେ ଆଲୁଅ ଜଳାଇବା ଉଚିତ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଏହା ବହୁତ ଉପକାରୀ ହୋଇଥାଏ ।

4- ଘରେ ଯେ କୌଣସି ସ୍ତ୍ରୀ ବା ନାରୀ ଙ୍କୁ କେବେ ବି ଅପମାନ କରିବା ଉଚିତ ନୁହେଁ । ନାରୀ ମାନଙ୍କ ଉପରେ କେବେ ବି ଅତ୍ୟାଚାର କରିବା ଉଚିତ ନୁହେଁ । ଯେଉଁ ଘରେ ସ୍ତ୍ରୀ ବା କନ୍ୟା ମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ସେହି ଘରେ ଧନ ସୁଖ ସମୃଦ୍ଧି ର ଅଭାବ ଦେଖା ଯାଇଥାଏ । ସବୁବେଳେ ସ୍ତ୍ରୀ ଓ କନ୍ୟା ମାନଙ୍କୁ ସ୍ନେହ ଓ ଆଦର କରିବା ଉଚିତ । ଏହା ଦ୍ଵାରା ଧନ ବୃଦ୍ଧିରେ ସହାୟକ ହୋଇଥାଏ । କାରଣ ଯେଉଁ ଘରେ ସ୍ତ୍ରୀ କନ୍ୟା ମାନଙ୍କର ସମ୍ମାନ ଦିଆଯାଏ ସେହି ଘରେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ ।

5- ଶନିବାର ଦିନ ଘରେ ଅଳନ୍ଧୁ ହୋଇଥିଲେ ତାହାକୁ ସଫା କରନ୍ତୁ । ଘରର ଅଳିଆ ନେଇ ଶନିବାର ଦିନ ବାହାରେ ପକାଇବା ଉଚିତ । ଏହା ସହ କିଛି ଗହମ ଓ ଚାଉଳ ଗୁଣ୍ଡ କରି ଶନିବାର ଦିନ ରଖନ୍ତୁ । ଏମିତି କିଛି ଦିନ କରିବା ଦ୍ଵାରା ଘରେ ଥିବା ଧନ ଜନିତ ସମସ୍ଯା ଦୂର ହୋଇଥାଏ । ତେବେ ଏହି 5ଟି ଟିପ୍ସ କୁ ମାନିବା ଦ୍ଵାରା ଘରେ ଧନ ଜନିତ ସମସ୍ଯା ତୁରନ୍ତ ଦୂର ହୋଇଥାଏ । ତେଣୁ ଆପଣ ମାନେ ମଧ୍ୟ ନିଶ୍ଚୟ ଏହି ଉପାୟ ସବୁ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *