ସନ୍ତାନର ଉତ୍ତମ ଭବିଷ୍ୟତ ଚାହୁଁଛନ୍ତି କି ? ସୁଖ-ସୁବିଧା ନୁହଁ ସଂସ୍କାର ଉପରେ ଦିଅନ୍ତୁ ଧ୍ୟାନ।

ଆପଣମାନେ ଜାଣିଛନ୍ତି ମହାଭାରତରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ନିଜର ପୁତ୍ର ଅର୍ଥାତ କୌରବଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ଦେଲେ କିନ୍ତୁ ସେମାନେ ଅଧର୍ମୀ ହେଇଗଲେ । ସେହିପରି ସନ୍ତାନର ଶ୍ରେଷ୍ଠ ଭବିଷ୍ୟ ପାଇଁ ପିତାମାତାଙ୍କୁ ସୁଖ-ସୁବିଧା ଠାରୁ ଅଧିକ ସଂସ୍କାର ଉପରେ ଧ୍ୟାନ ଦେବା ଉଚିତ । ପିଲାମାନଙ୍କୁ ପ୍ରେମ କରିବା ଏବଂ ସେମାନଙ୍କ ପ୍ରତି ମୋହ ରହିବା ଉଚିତ, କିନ୍ତୁ ଦରକାର ଠାରୁ ଅଧିକ ହେବା ଚିନ୍ତା ର କାରଣ ହେଇପାରେ ।

ପିଲାଙ୍କ ଲାଳନ-ପାଳନରେ ଶିକ୍ଷା ଓ ସଂସ୍କାରର ବିଶେଷ ଧ୍ୟାନ ରଖିବା ଉଚିତ । ଯଦି ଏଥିରେ କୌଣସି ଅବହେଳିତ ନଜର ଆସେ ତେବେ ଏହା ସନ୍ତାନର ଭବିଷ୍ୟ ଉପରେ କୁପ୍ରଭାବ ପଡିଥାଏ ।

– ଉଚିତ ସଂସ୍କାର ପାଇଥିବା ପିଲାମାନେ ସବୁବେଳେ ଉଚିତ ଏବଂ ଅନୁଚିତ ମଧ୍ୟରେ ଫରକ ଜାଣି ପାରନ୍ତି । ପିଲାମାନଙ୍କୁ ଏହା ସବୁବେଳେ ଶିକ୍ଷା ଦେବା ଉଚିତ ଯେ ଉଚିତ ମାର୍ଗରେ କିଛି କଷ୍ଟର ସମୁଖୀନ ହେବାକୁ ପଡିଥାଏ, କିନ୍ତୁ ଯେତେବେଳେ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ଯିବ ତେବେ ଆନନ୍ଦ ଏବଂ ସୁଖ ପ୍ରାପ୍ତି ହେବ । ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ କେବେବି ସୁଖ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହେଇ ନଥାଏ । ମହାଭାରତରେ ମାତା କୁନ୍ତୀ ପାଣ୍ଡବଙ୍କୁ ସବୁବେଳେ ଉତ୍ତମ ସଂସ୍କାର ଦେଇଥିଲେ ତେଣୁ ପାଣ୍ଡବ କେବେବି ଅଧର୍ମର ରାସ୍ତାରେ ଯାଇନଥିଲେ ।

– ମହାଭାରତରେ ଗୋଟିଏ ପରିବାରକୁ କୌରବ ଏବଂ ପାଣ୍ଡବ ଦୁଇଟି ପରିବାର କୁହାଯାଇଛି । ମହାରାଜା ଧୃତରାଷ୍ଟ୍ର, ମାତା ଗାନ୍ଧାରୀ ଏବଂ ୧୦୦ କୌରବ ପୁତ୍ର କୌରବ ବଂଶର ମୁଖ୍ୟ । ସେହିପରି ମାତା କୁନ୍ତୀ ଏବଂ ପଞ୍ଚୁ ପାଣ୍ଡବ, ପାଣ୍ଡବ ବଂଶର ମୁଖ୍ୟ । ସୌରବଙ୍କ ପାଖରେ ଧନ, ସୁଖ, ରାଜ୍ୟ ସବୁକିଛି ଥିଲା କିନ୍ତୁ ମାତାପିତାଙ୍କ ଅତ୍ୟଧିକ ପ୍ରେମ ଏବଂ ମୋହ କାରଣରୁ ସେମାନେ ଉଚିତ ସଂସ୍କାର ପାଇ ପାରିଲେ ନାହିଁ  ଏବଂ ଅଧର୍ମ ମାର୍ଗରେ ଅଗ୍ରସର ହେଲେ ।

କିନ୍ତୁ ମହାରାଜା ପାଣ୍ଡୁ ଓ ମାଦ୍ରୀଙ୍କ ମୃତ୍ୟୁ ପରେ ମାତା କୁନ୍ତି ୫ ପୁତ୍ରର ଲାଳନ ପାଳନ କଲେ ଏବଂ ସମସ୍ତ କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ଉଚିତ ଶିକ୍ଷା ଏବଂ ସଂସ୍କାର ଦେଲେ । ଯାହାଫଳରେ ସେମାନେ ସବୁବେଳେ ଧର୍ମର ମାର୍ଗରେ ଚାଲିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପାଲାଭ କଲେ ।

–  ଯେଉଁ ପିତାମାତା ସେମାନଙ୍କ ସନ୍ତାନଙ୍କୁ ଉଚିତ ଶିକ୍ଷା ଏବଂ ସଂସ୍କାର ଦେଇଥାନ୍ତି , ସେମାନଙ୍କ ପିଲାମାନେ ଆଜୀବନ ସୁଖରେ ରହିଥାନ୍ତି । ସେମାନେ ସବୁବେଳେ କୁକାର୍ଯ୍ୟରୁ ଦୂରରେ ରୁହନ୍ତି ଏବଂ ଘର ପରିବାର ସହ ସମାଜରେ ମାନ-ସମ୍ମାନ ପ୍ରାପ୍ତ କରିଥାନ୍ତି ।

Leave a Reply

Your email address will not be published. Required fields are marked *