ସରକାରଙ୍କ ବଡ ନିଷ୍ପତ୍ତି, ରାଶାନ କାର୍ଡ ଧାରୀଙ୍କ ପାଇଁ ବଡ ସୂଚନା… 70 ଲକ୍ଷ ରାସନ କାର୍ଡ ହୋଇପାରେ ବାତିଲ! ଦେଖନ୍ତୁ କଣ ସଂପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଯେଉଁ ମାନେ ରାସନ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ରହିଛି ବଡ ଖବର । ୭୦ ଲକ୍ଷ କାର୍ଡ ରଦ୍ଧ ହେବାର ସମ୍ଭାବନା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ମୋଦୀ ସରକାର ୭୦ ଲକ୍ଷ ରାସନ କାର୍ଡ ଧାରୀଙ୍କୁ ସନ୍ଦିବ୍ଧ ତାଲିକାରେ ରଖିଛନ୍ତି । ଏହା ସହ ଡାଟା କୁ ତୃଣ ମୂଳ ସ୍ତର ରେ ଯାଞ୍ଚ ପାଇଁ ରାଜ୍ୟ ଗୁଡିକୁ ପଠାଇ ଦିଆ ଯାଇଛି । ଆଉ ଏହି ଖବର ଜଣା ପଡିବା ପରେ ସବୁ ଆଡେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯାଞ୍ଚ ପରେ ସନ୍ଦିବ୍ଧ ତାଲିକାରେ ଅନ୍ତର୍ଗତ ହୋଇଥିବା ନାମ ଗୁଡିକ NSFA ଅଧୀନରେ ରାସନ ପାଇବାକୁ ଯୋଗ୍ୟ କି ନୁହେଁ ତାହା ଜଣା ପଡିବ ।

୨୦୧୩ ମସିହାରୁ ୨୦୨୧ ମସିହା ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରା ଯାଇଥିବା ହାଡି ସଚିବ କହିଛନ୍ତି । ସେହି ଭଳି ଏଥର ୭୦ ଲକ୍ଷ ରାସନ କାର୍ଡ ଧାରୀ ଙ୍କୁ ସନ୍ଦିବ୍ଧ ତାଲିକା ରେ ରଖା ଯାଇଛି । ଏହି ତଥ୍ୟ ବିଷୟରେ ସଠିକ ସୂଚନା ସଂଗ୍ରହ ପାଇଁ କାମ ବି ଜୋର ସୋର କରା ଯାଉଛି । ତଥ୍ୟ ସଂଗ୍ରହ ହେବା ମାତ୍ରେ ରାସନ କାର୍ଡ ହଡପ କରିଥିବା ବ୍ୟକ୍ତି ମାନଙ୍କ କାର୍ଡ ବାତିଲ ହୋଇଯିବ ।

୭୦ ଲକ୍ଷ ରୁ ୫୦ କିମ୍ବା ୨୦ ପ୍ରତିଶତ ମଧ୍ୟ ନକଲି କାର୍ଡ ଧାରୀ ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପୋଭୋକ୍ତା ଙ୍କୁ ଲାଭ ମିଳିବ । ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ଏହା ଲଗାତାର ଚାଲୁଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ୟ ସଚିବ କହିଛନ୍ତି ଗତ ୯ ବର୍ଷରେ ବାତିଲ ହୋଇଥିବା ୪.୭୪ କୋଟି ରାସନ କାର୍ଡ ଯୋଗୁଁ ୧୯ କୋଟି ଲୋକ ଉପକୃତ ହୋଇଛନ୍ତ୍ୟୀ ।

ରାସନ କାର୍ଡ ବାତିଲ ହେବା ପରେ ସେମନଙ୍କ ସ୍ଥାନରେ ନୂତନ ନାମ ଯୋଡା ହୋଇଛି । ଖାଦ୍ୟ ମନ୍ତ୍ରାଳୟ ଦ୍ଵାରା ସେୟାର କରା ଯାଇଥିବା ତଥ୍ୟ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ଵାରା ୪.୭୪ କୋଟି ରାସନ କାର୍ଡ ବାତିଲ ହୋଇଛି । ୨୦୧୬ ମସିହାରେ ୮୪ ଲକ୍ଷ ରୁ ଅଧିକ ରାସନ କାର୍ଡ ବାତିଲ କାର ଯାଇଥିଲା ।

ଗତ ୯ ବର୍ଷ ମଧ୍ୟରେ ୨୦୧୬ ମସିହାରେ ସର୍ବଧିକ ରାସନ କାର୍ଡ ବାତିଲ କରା ଯାଇଛି । ତେବେ ରାସନ କାର୍ଡ ବାତିଲ ହେବ ଖବର ଜଣାଯିବା ପରେ ଚିନ୍ତା ରେ ପଡି ଯାଇଛନ୍ତି ରାସନ କାର୍ଡ ଧାରୀ । ବନ୍ଧୁଗଣ ଆପଣ ମାନନକର ଏହି ମାମଲା ରେ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *