ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସାରା ଦେଶରେ ମାଟ୍ରିକ ପରୀକ୍ଷା ଚାଲିଛି । ଯାହା ପାଇଁ ଅନେକ ବିବାଦ ମଧ୍ୟ ଦେକ୍ଷା ଯାଉଛି । କିନ୍ତୁ ଏହି ସମୟରେ ଏକ ବଡ ଦୁଖଦ ଘଟଣା ସାମନା କୁ ଆସିଛି । ଯାହାକୁ ନେଇ ଏବେ ଚାରି ଆଡେ ସମାଲୋଚନା ଆଉ ବିବାଦ ଲାଗି ରହିଛି । ଦଶମ ପରୀକ୍ଷା ଦେଇ ଘରକୁ ଫେରୁଥିବା ସମୟରେ ଜଣେ ଛାତ୍ର ଙ୍କର ସଡକ ଦୁର୍ଘଟଣା ହୋଇଛି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଆସନ୍ତୁ ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା । ଗୁରୁତର ଭାବେ ଘରେଇ ହସ୍ପିଟାଲରେ ଭର୍ତ୍ତି । ଘଟଣା ସ୍ଥଳରେ ଉତ୍ତେଜନା ।
ସୂଚନା ଅନୁଯାୟୀ ଚୌଦ୍ଵାର ଦେଇ ଯାଇଥିବା ୫୫ ନମ୍ୱର୍ ଜାତୀୟ ରାଜପଥ ଓଟିଏମ୍ ବଜାରରେ ଘଟି ଯାଇଛି ଦୁର୍ଘଟଣା । ଏ ନେଇ ଜଣେ ବ୍ୟକ୍ତି କହିଛନ୍ତି 2018 ରୁ ରାସ୍ତା କାମ ଚାଲିଛି କିନ୍ତୁ ସରୁ ନାହି । ସେଥିପାଇଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଆସନ୍ତା କାଲି ବି ଏହି ଜାଗାରେ ଦୁର୍ଘଟଣା ହୋଇଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନାହାନ୍ତି । କଣ୍ଟ୍ରାକ୍ଟର କାମ ଅଧା ପକାଇ ପଳାଇ ଯାଉଛି ।
କିନ୍ତୁ ସର୍ଭିସ ରୋଡ ରେ ବଡ ଗାଡି 60 ରୁ 70 କିମି ତୀବ୍ର ବେଗରେ ଯାଉଛି । ଯାହା ଫଳରେ କି ପ୍ରତେକ ଦିନ ଜନସାଧାରଣ ମାନେ ଦୁର୍ଘଟଣା ର ସମୁଖିନ୍ନ ହେଉଛନ୍ତି । ତେଣୁ ଆମର ଦାବି ରହିଛି କି ତୁରନ୍ତ ରାସ୍ତା କାମ ହେଉ । ଆଉ ସର୍ଭିସ ରୋଡ କୁ ବନ୍ଦ କରାଯାଉ ଏବଂ ବଡ ଗାଡି ଛଡା ନ ଯାଉ । ବଡ ଗାଡି ଆସିବା ଦ୍ଵାରା ସବୁବେଳେ ଆମ ପିଲା ମାନେ ଦୁର୍ଘଟଣା ର ସମୁଖିନ୍ନ ହେଉଛନ୍ତି ।
ପ୍ରତେକ ଦିନ ଏହି ଜିନିଷ ଲାଗି ରହିଛି । ଆଉ ଜଣେ ବ୍ୟକ୍ତି ଉତ୍ତେଜିତ ହୋଇ କହୁଛନ୍ତି ଯେ କମଳା ଦାଣ୍ଡର ବାଟ ଖୋଜ ନଚେତ ଗୋଟାଏ ଗାଡି ଏଠାରୁ ଛଡା ଯିବ ନାହି । ଏଠି ଚୁଦ୍ଵାର କୁ ବେଙ୍ଗଳା କରି ଦେଲାଣି ତମେ ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।