ଶାଶୂଘରେ ପାଇଲେ ନିର୍ଯାତନା, ଅଦାଲତରେ ଚାଲିଛି ଛାଡପତ୍ର ଲଢେଇ…. ସ୍ତ୍ରୀ ବନିଲେ IAS, ବନିଲେ ସମସ୍ତଙ୍କ ପାଇଁ ଉଦାହରଣ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକାଲି ବାହାଘର ପରେ କିପରି ଭାବେ ଝିଅ ମାନଙ୍କୁ ନିର୍ଯ୍ୟାତନା ଦିଆ ଯାଇଛି ଆଉ ତାଙ୍କ ଉପରେ ଟଣକ ବା ଯୌତୁକ ଲୋଭରେ ଅତ୍ୟାଚାର କରା ଯାଇଛି । ଯାହାର ପରିଣାମ ସ୍ୱରୂପ ଝିଅ ମାନେ ନିଜର ଜୀବନ ହାରୁଛନ୍ତି ତ ଆଉ କେହି ଛାଡପତ୍ର ଦେଇ ବାପଘରକୁ ଚାଲି ଆସୁଛନ୍ତି । କିନ୍ତୁ ବାପଘରକୁ ଆସିବା ପରେ କିଛି ଝିଅ ମାନେ ବାପା ମା ଉପରେ ବୋଝ ହୋଇ ରହି ଯାଉଛନ୍ତି ଯାହା ସଂପୂର୍ଣ୍ଣ ଭାବେ ଭୁଲ ଧାରଣା ଅଟେ । ଅନେକ ଝିଅ ଏମିତି ମଧ୍ୟ ଛନ୍ତି ଯେଉଁ ମାନେ ବାପା ମା ଙ୍କ ଟଙ୍କାରେ ନିର୍ଭର କରୁଛନ୍ତି ।

ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ କାହାଣୀ ନେଇ ଆସିଛୁ ଯାହା ବିବାହିତା ମହିଳା ମାନଙ୍କ ପାଇଁ ଉଦିଷ୍ଟ ଅଟେ । ବିବାହ ପରେ ଶାଶୁଘରେ ମିଳିଲା ନିର୍ଯ୍ୟାତନା । ୭ ବର୍ଷର ଝିଅକୁ ନେଇ ବାପା ମାଙ୍କ ପାଖରେ ରୁହନ୍ତି ଶିବାଙ୍ଗୀ । ଅଦାଲତରେ ଚାଲିଛି ଛାଡପତ୍ର ର ମାମଲା । କିନ୍ତୁ ସେ ଆଜି ସିଭିଲ ସର୍ଭିସ ରେ ସଫଳତା ପାଇଛନ୍ତି ।

ଆଜି ଶିବାଙ୍ଗୀ ହୋଇଛନ୍ତି ଆଇଏସ ଅଫିସର । ଛାଡପତ୍ର ଲଢେଇ ମଧ୍ୟରେ ସିଭିଲ ସର୍ଭିସ ରେ ସଫଳତା ହାସଲ କରିଛନ୍ତି ଶିବାଙ୍ଗୀ । ସେ ୟୁପିଏସସି ପରୀକ୍ଷା ଫଳ ତାଲିକାରେ ୧୭୭ତମ ସ୍ଥାନରେ ଅଛନ୍ତି । ଆଉ ଶିବାଙ୍ଗୀଙ୍କ କାହାଣୀ ଯେତିକି ସଂଘର୍ଷ ମାୟା ସେତିକି କଷ୍ଟଦାୟକ ଅଟେ । ଶିବାଙ୍ଗୀ ବିବାହିତା ଓ ତାଙ୍କର ୭ ବର୍ଷର ଝିଅ ମଧ୍ୟ ଅଛି ।

ବିବାହ ପରେ ଶାଶୁଘର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଲେ । ଯାହାକୁ ସହ୍ୟ ନ କରିପାରି ଶିବାଙ୍ଗୀ ବାପଘରକୁ ଚାଲି ଆସିଲେ । ତାଙ୍କ ଛାଡପତ୍ର ମାମଲା ଏବେ ବି ବିଚାରଧିନ ଅବସ୍ଥାରେ ଅଛି । ପିଲା ଦିନୁ ତାଙ୍କର ଆଇଏସ ହେବାର ଇଚ୍ଛା ରହିଥିଲା । ବିବାହ ପୂର୍ବରୁ ସେ ପରୀକ୍ଷା ଦେଇଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

ଶାଶୁଘର ଛାଡି ଆସିବା ପରେ ପୂନବାର ୟୁପିଏସ ପରୀକ୍ଷା ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲେ । ଦୃଢ ସଙ୍କଳପ ସହ ନିଜକୁ ପ୍ରସ୍ତୁତି କରି ସଫଳତା ପାଇଛନ୍ତି । ଶିବାଙ୍ଗୀ ନିଜ ସଫଳତା ପାଇଁ ନିଜ ବାପା ମା ଓ ଝିଅକୁ ଶ୍ରେୟ ଦେଇଛନ୍ତି । ତାଙ୍କର ବାପା ରାକେଶ ଗୋୟେଲ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି ।

ଏହା ସହ ସମଯରେ ବିବାହିତା ମହିଳା ମାନଙ୍କ ପାଇଁ ଶିବାଙ୍ଗୀ ଏହି ବାର୍ତ୍ତା ଦେଇଛନ୍ତି ଯଦି କାହାର ଶାଶୁଘରେ ବିବାହ ପରେ ଅସୁବିଧା ହୁଏ ତେବେ ସେଥିରେ ଭୟଭୀତ ନ ହୋଇ ନିଜ ଗୋଡ ରେ ନିଜେ ଛିଡା ହେବ ଆଉଚିତ । ଦୃଢ ମନୋବଳ ଓ କଠିନ ପରିଶ୍ରମ କରିଲେ ନିଶ୍ଚିନ୍ତ ଦିନେ ସଫଳତା ହାତକୁ ଆସିବ ଯାହା ଶିବାଙ୍ଗୀ ସମସ୍ତଙ୍କ ପାଇଁ ବାର୍ତ୍ତା ଦେଇଛନ୍ତିୟ ।

ବନ୍ଧୁଗଣ ଆପଣ ମାନଙ୍କର ଶିବାଙ୍ଗୀଙ୍କର ଏହି ସଫଳତା ବିଷୟରେ ମତାମତ ଆମକୁ କମେଣ୍ଟ ନ୍ଯାରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *