ସତ ପ୍ରେମର ୫ ଟି ସଂକେତ- Signs Of True Love

ଆଜିକା ସମୟରେ ସମସ୍ତେ କୁହନ୍ତି ମତେ ପ୍ରେମ ହେଇଚି ଆଉ ମୁଁ ଯାହାକୁ ଭଲ ପାଇ ମତେ ସେ ବହୁତ୍ ଭଲ ପାଏ ମୋ ଛଡ଼ା କାହାକୁ ପସନ୍ଦ ବି କରେ ନାହିଁ । କିନ୍ତୁ କଣ ତାହା ସତ ହୋଇଥାଏ କିଛି ଦିନ ମାସ ବା ବର୍ଷ ପରେ ଆପଣଙ୍କୁ ଜଣା ପଡ଼ିଥାଏ ଜେ ଆପଣଙ୍କ ପାର୍ଟନର ଆପଣଙ୍କୁ ଆରମ୍ଭରୁ ଧୋକା ଦଉଥିଲା କିନ୍ତୁ ଆପଣ ତାକୁ ଦେଖି ପାରୁ ନଥିଲେ । ତେବେ ଆମେ କହୁନୁ ଜେ କାହା ଉପରେ ଭରସା କରନ୍ତୁ ନାହିଁ କିନ୍ତୁ ଯେମିତି ଆପଣ ଅଳପ ଟଙ୍କା ଦବା ପାଇଁ ସବୁ କିଛି ସଠିକ୍ ଭାବରେ ଦେଖିଥାନ୍ତି କମ୍ପାନୀ ବିଷୟରେ ସବୁ ଖବର ବାହାର କରିଥାନ୍ତି ସେମିତି ଆପଣ ନିଜ ଜୀବନ କାହାକୁ ସମର୍ପିତ କରିବା ଆଗରୁ କାହିଁକି କରନ୍ତି ନାହିଁ ।

ଆପଣଙ୍କ ମନ ଭାଙ୍ଗିବା ପରେ ଆପଣ ବହୁତ କାନ୍ଦି ଥାନ୍ତି ଆଉ କହିଥାନ୍ତି ଯେ ଆମେ ସେହି ଲୋକକୁ ଚିହ୍ନି ପାରିଲୁ ନାହିଁ । ତେବେ ଏଥିରେ ଆପଣ କେବଳ ଅନ୍ୟ ମାନଙ୍କୁ ଭୁଲ କହିବା ଉଚିତ୍ ନୁହଁ ଆମେ ଆମ ଜୀବନ ଏତେ ବଡ ନିଷ୍ପତ୍ତି ବିନା କିଛି ବିଚାରରେ କରିଥାଉ ଆଉ ଜୀବନରେ ବହୁତ୍ ଆଗକୁ ବଢ଼ିଥାଉ । ତେବେ ଆଜି ଆମେ ଆପଣଙ୍କୁ ସତ ପ୍ରେମର ଏମିତି କିଛି ପ୍ରତି ଚିହ୍ନ କହିବୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଜେ ଆପଣଙ୍କ ପାର୍ଟନର ଆପଣଙ୍କ ପ୍ରତି କେତେ ସଚ୍ଚୋଟ ଅଛନ୍ତି ।

୧- ପ୍ରଥମ କଥା ଯାହାକୁ ଆପଣଙ୍କ ଭଲ ପାଉଛନ୍ତି ସେହି ବ୍ୟକ୍ତି ଆପଣଙ୍କୁ ଦେଇଥାଏ ବା କେବଳ ଆପଣଙ୍କୁ ମାଗିବାରେ ଲାଗିଥାଏ । ଯଦି ସେ ଆପଣଙ୍କୁ ସବୁବେଳେ ମାଗିଥାଏ ଆଉ ନିଜ ଇଛା ଆଉ ଖୁସି ଅନୁଯାଇ ଆପଣଙ୍କୁ କିଛି ଦେଇ ନଥାଏ ତେବେ ଆପଣ ଉଚିତ୍ ସମ୍ପର୍କରେ ନାହାନ୍ତି ।

୨- ଦ୍ଵିତୀୟ କଥା ଦେଖନ୍ତୁ ଆପଣଙ୍କ ଉପରେ ତାଙ୍କର କେତେ ଧ୍ୟାନ ଅଛି ଆପଣଙ୍କୁ କଷ୍ଟ ହେଲେ ତାଙ୍କୁ ଅନୁଭବ ହେଉଛି ନା ନାହିଁ । ସବୁଠାରୁ ବଡ଼ କଥା ହେଲା ସେ ଆପଣଙ୍କ ଉପରେ ଧ୍ୟାନ ଦଉ ଛନ୍ତି କି ନାହିଁ । ଯଦି ସେ ଆପଣଙ୍କ ମନ ପଢ଼ି ଜାଣି ପାରୁ ନାହାଁନ୍ତି ଜେ ଆପଣ ଦୁଃଖିତ ଅଛନ୍ତି ବା ଖୁସି ତେବେ ସେ ଆପଣଙ୍କୁ ଭଲ ପାଉ ନାହାଁନ୍ତି ଆପଣଙ୍କୁ ଏହି ଭଳି ସମ୍ପର୍କରୁ ବାହାରି ଯିବା ଉଚିତ୍ ।

୩- ଆପଣ ସବୁଠାରୁ ଅଧିକ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ସମ୍ପର୍କରେ ଖୁସି ଅଛନ୍ତି ବା ନାହିଁ କାହିଁକି ନା ଆପଣ ଯଦି ଖୁସି ନାହାନ୍ତି ତେବେ ସମ୍ପର୍କରେ ରହିବାର କିଛି ଅର୍ଥ ନାହିଁ ।

୪- ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁ ଛୋଟ ବଡ କଥା କୁହନ୍ତି ବା ଆପଣଙ୍କୁ କିଛି ଲୁଚେଇ ଥାନ୍ତି । କାହିଁକି ନା ଯେଉଁ ସମ୍ପର୍କରେ ମିଛ ଆସିଥାଏ ସେହି ସମ୍ପର୍କରେ ଆଉ କିଛି ନଥାଏ ।

୫- ଆପଣଙ୍କ ପାର୍ଟନର ଆପଣଙ୍କ ସହ ସମୟ ବିତେଇବା ପାଇଁ ଇଛା କରନ୍ତି ନା ଆପଣଙ୍କୁ ମିଛ କହି ବ୍ୟସ୍ତ ରହିଥାନ୍ତି । କାହିଁକିନା ଯିଏ ଆପଣଙ୍କ ସହ ଆଜି ସମୟ ଚାହୁଁ ନାହିଁ ସେ ବହୁତ୍ ଶିଘ୍ର ଆପଣଙ୍କୁ ଛାଡିକି ଯିବ ଏହା ମନେ ରଖନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *