ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ଅଟନ୍ତି ଏବଂ ଏବେ ପର୍ଯ୍ୟନ୍ତ ନିଜର କେୱାଇସି (KYC) ଦାଖଲ କରିନାହାନ୍ତି ତେବେ ଯଥା ଶୀଘ୍ର କରି ନିଅନ୍ତୁ । ଆପଣଙ୍କ ପାଖରେ ଏବେ ସ୍ୱଳ୍ପ ଦିନ ରହିଲା, ନଚେତ ଆପଣଙ୍କ ଆକାଉଣ୍ଟ ବନ୍ଦ ହେଇପାରେ । ଏସବିଆଇ କେୱାଇସି ଦାଖଲ କରିବା ପାଇଁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ନିଜର ଗ୍ରାହକ ମାନଙ୍କୁ ସମୟ ଦେଇଛି । ଯଦି ଆପଣ ନିର୍ଧାରିତ ସମୟ ସୀମା ମଧ୍ୟରେ କେୱାଇସି ଦାଖଲ କରିବାରେ ବିଫଳ ହେଉଛନ୍ତି ତେବେ ଆପଣ ନିଜ ଖାତାରେ କୌଣସି ପ୍ରକାର ଦେଣନେଣ କରିପାରିବେ ନାହିଁ ।
ଆପଣଙ୍କୁ କହିରଖୁଛୁ ଯେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କ ପାଇଁ କେୱାଇସି ଜରୁରୀ ବୋଲି ଘୋଷଣା କରିଛି । କେୱାଇସି ପୂରଣ ନକଲେ ଆପଣଙ୍କ ଖାତାକୁ ଅସ୍ଥାଇ ରୂପେ ରଦ୍ଧ କରାଯିବ ।
କେୱାଇସି ପାଇଁ ଜରୁରୀ ଦସ୍ତାବିଜ :- ଏସବିଆଇର ୱେବସାଇଟ ମୁତାବକ କେୱାଇସି ପାଇଁ ଗ୍ରହକଙ୍କୁ ନିଜର ପରିଚୟପତ୍ର ଦେବାକୁ ପଡିବ ।
ନିମ୍ନରୁ କୌଣସି ଗୋଟିଏ ପରିଚୟ ପତ୍ର ହେଇପାରେ :-
· ଭୋଟର ଆଇଡି
· ପାସପୋର୍ଟ
· ଆଧାର କାର୍ଡ
· ଡ୍ରାଇଭିଂ ଲାଇସେନ୍ସ
· ନରେଗା କାର୍ଡ
· ପେନସନ ଭୁଗତାନ ଆଦେଶ
· ଡାକଘର ଦ୍ଵାରା ଜାରି ପରିଚୟ ପତ୍ର
ଠିକଣା ପାଇଁ ପ୍ରମାଣ ପତ୍ର :-
· ଟେଲିଫୋନେ ବିଲ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)
· ବିଜୁଳି ବିଲ (ଯେଉଁଟା ୬ ମାସରୁ ଅଧିକ ପୁରୁଣା ହେଇ ନଥିବ)
· ବ୍ଯାଙ୍କ ଖାତା ବିବରଣୀ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)
· ରାଶନ କାର୍ଡ
· କ୍ରେଡିଟ କାର୍ଡ ବିବରଣୀ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)
କେୱାଇସି କଣ ?
KYC – know your costumer । ଅର୍ଥାତ ନିଜର ଗ୍ରାହକକୁ ଯାନନରୁ । ଏହାଦ୍ବାରା ବ୍ଯାଙ୍କ ନିଜର ଗ୍ରହକଙ୍କୁ ଭଲରେ ଜାଣିପାରିବେ । ଏଥିପାଇଁ ଗ୍ରହକଙ୍କୁ କେୱାଇସି ଫର୍ମ ସହ ନିଜର ପରିଚୟପତ୍ର ସାଥିରେ ଆଣିବାକୁ ପଡିବ ।
ଘରେ ବସି କରିପାରିବେ କେୱାଇସି :-
ଯଦି ଆପଣ ବ୍ଯାଙ୍କ ଯିବାକୁ ଇଛୁକ ନାହାନ୍ତି ତେବେ RBI ଆପଣଙ୍କ ପାଇଁ ଘରେ ବସି କେୱାଇସି ଦେବାର ସୁବିଧା ଯୋଗାଇ ଦେଇଛି । ଏଥିପାଇଁ RBI ନିକଟ ଅତୀତରେ ଆଧାର ବେଷ୍ଟ ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରୋସେସ (V-CIP)କୁ ମଞ୍ଜୁରୀ ଦେଇଛି । ଏବେ ବ୍ଯାଙ୍କ, ଏନବିଏଫସି ଓ ଅନ୍ୟ ରୁଣ ଦେଉଥିବା କମ୍ପାନୀ ଏହି V-CIPର ବ୍ୟବହାର କେୱାଇସି ପାଇଁ କରି ପାରିବେ ।