ଶନିଦେବଙ୍କ ଅତି ପ୍ରିୟ ଏହି ଗଛ ଆଜି ହିଁ ଘରେ ଲଗାଇ ଦିଅନ୍ତୁ – ଶନିଦେବଙ୍କ କୃପା ପ୍ରାପ୍ତି ହେବା ସହ ଦରିଦ୍ରତାରୁ ମୁକ୍ତି ମିଳିବ

ନମସ୍କାର ବନ୍ଧୁଗଣ । ଆମର ଏହି ଲେଖାକୁ ଆପଣଙ୍କୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ କିଛି ଉପାୟ କହିବୁ , ଯାହା କରିବା ଦ୍ଵାରା ଆପଣଙ୍କ ଘରୁ ଦରିଦ୍ରତା ଯିବା ସହ ଶନିଦେବଙ୍କ କୃପା ଲାଭ ହେବ । ଆପଣ ମାନେ ତ ଜାଣିଛନ୍ତି ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ସେ ଆମର କର୍ମ ଅନୁସାରେ ଆମକୁ ଫଳ ପ୍ରଦାନ କରନ୍ତି । କିଛି ଲୋକ ତ ଶନିଦେବଙ୍କ କୋପକୁ ବହୁତ ଭୟ କରନ୍ତି । କାହିଁକି ନା ଯଦି ଶନିଦେବ ଆପଣଙ୍କ ଉପାରେ ରୁଷ୍ଟ ହେବେ ତେବେ ଆପଣଙ୍କ ଜୀବନରେ ବହୁତ ଦୁଃଖ କଷ୍ଟରେ ଭରିଯିବ ।

 

ଏମିତି ଦେଖିବାକୁ ଗଲେ ଅନ୍ୟ ଧର୍ମ ଅପେକ୍ଷା ଆମ ହିନ୍ଦୁ ମାନେ ବିଶେଷ ଠାକୁର ବିଶ୍ୱାସି ଅଟନ୍ତି I ହିନ୍ଦୁ ଧର୍ମରେ କୁହାଯାଏ କି ୩୩କୋଟି ଦେବାଦେବୀ ଅଛନ୍ତି । ସେଥିମଧ୍ୟରୁ କିଛି ଦେବାଦେବୀଙ୍କ ନାମରେ ସପ୍ତାହର ସାତ ଦିନ ସମର୍ପିତ କରା ଯାଇଛି । ଯେଉଁ ଦିନ ଯେଉଁ ଦେବତାଙ୍କ ପାଇଁ ସମର୍ପିତ ସେହି ଦିନ ସେହି ଦେବତାଙ୍କୁ ପୂଜା କଲେ ବିଶେଷ କୃପା ଲାଭ ହୁଏ । ଯେମିତି ଗୁରୁବାର ମା ଲକ୍ଷମୀଙ୍କର, ଶୁକ୍ରବାର ମା ସନ୍ତୋଶିଙ୍କର । ସେହି ପରି ଶନିବାରଟି ହେଉଛି ଶନିଦେବଙ୍କ ବାର । ପ୍ରଭୁ ଶନି ଙ୍କ କୃପା ପଡିଲେ ସବୁ ମଙ୍ଗଳ ହେଇଥାଏ,  କିନ୍ତୁ ଯାହା ଉପରେ ଶନି ଙ୍କ କୋପ ପଡିଥାଏ ତା ସମୟ ବହୁ ଖରାପ ରେ ଯାଇଥାଏ I ଆଜି ଆମେ ଆପଣଙ୍କୁ ଏହି ଶନିବାର ଦିନ କି ଉପାୟ କରିବେ, ଯାହା ଫଳରେ ଶନିଦେବ ଆପଣଙ୍କ ଉପାରେ ସନ୍ତୁଷ୍ଟ ହେବେ ସେହି ବିଷୟରେ କହିବୁ ।

ଶନିବାର ହେଉଛି ଭଗବାନ ଶନିଦେବଙ୍କ ବାର । ଏବଂ ତାଙ୍କର ଗୋଟେ ଅତି ପ୍ରିୟା ଗଛ ହେଉଛି ଶମି ଗଛ । ତେବେ ଯଦି ଆପଣ ଶନିଦେବଙ୍କ କୃପା ଲାଭ କରିବାକୁ ଚହୁଁଛନ୍ତି ତେବେ ଏହି ଶନିବାର ଦିନ ଏକ ଶମି ଗଛ ଆଣି ନିଜ ଘରର ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ । ଏବଂ ପ୍ରତ୍ୟକ ଦିନ ଏହାର ପୂଜା କରନ୍ତୁ । ତେଣୁ ଶମି ଗଛକୁ ଶନିଦେବ କୃପା ପାଇଁ  ଶନିବାର ରେ ଲଗେଇଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ପୂଜା କରିବା ଦ୍ୱାରା ଶନିଙ୍କ କୃପା ମିଳିଥାଏ I

ଶାସ୍ତ୍ର ଅନୁସାରେ ଯେବେ ପ୍ରଭୁ ଶ୍ରୀରାମ ଲଙ୍କା ବିଜୟ କରିବାକୁ ଯାଇଥିଲେ ସେତେବେଳେ ପ୍ରଭୁ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବାକୁ ସେ ଏହି ଶମି ଗଛର ପୂଜା କରିଥିଲେ I ଆହୁରି ମଧ୍ୟ ଏହାକୁ ମା ଦୁର୍ଗା ଙ୍କ ନବରାତ୍ରି ପୂଜା ସମୟରେ ବ୍ୟବହାର କରାଯାଇଥାଏ । ତେଣୁ ଯଦି ଆପଣ ମଧ୍ୟ ଏହି ଦିବ୍ୟ ଗଛର ପୂଜା କରନ୍ତି ତେବେ ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବା ସହ ଆପଣଙ୍କ ଘରୁ ଦରିଦ୍ରତା ଦୂର ହୋଇ ସୁଖ ସମୃଦ୍ଧି ଆସିଥାଏ ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *