ଶିକ୍ଷକଙ୍କୁ ଜାବୁଡି ଧରି କାନ୍ଦି ପକାଇଲେ ଛାତ୍ରଛାତ୍ରୀ, ଆଖିରୁ ଝରିଯାଉଛି ଲୁହ… କାହିଁକି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଏମିତି କିଛି ଶିକ୍ଷକ ବା ଅଧ୍ୟାପକ ଅଛନ୍ତି ଯେଉଁ ମାନଙ୍କୁ ପିଲା ମାନେ ନିଜର ଆଡିୟାଲ ଭାବି ମାନେ କରିଥାନ୍ତି । ତାଙ୍କ କଥା ରେ ଅନୁପ୍ରାଣିତ ହୋଇ ମନ ଲଗାଇ ପାଠ ପଢିବା ସହ ସଫଳ ହେବାକୁ ଚେଷ୍ଟା କରନ୍ତି ପିଲା ମାନେ । ଏମିତି ଶିକ୍ଷକ ପ୍ରତି ପିଲା ମାନଙ୍କର ପ୍ରିୟ ହୋଇଥାନ୍ତି । ଆଉ ସେଭଳି ଶିକ୍ଷକ ଙ୍କ ଠାରୁ ଦୂରେଇ ହେବାର ଥିଲେ ଆଖିରୁ ଝରି ଆସେ ସ୍ନେହ, ପ୍ରେମ ଓ ସମ୍ମାନର ଆଶ୍ରୁ । ଏମିତି ଏକ ଭାବ ପ୍ରବଣର ମୂହୁର୍ତ୍ତ ର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଛାଇ ଯାଇଛି ।

ଯାହା ବୟାନ କରୁଛି ସମାଜ ଆଧୁନିକତା ଆଡକୁ ଗତି କରୁ ନା କାହିଁକି ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ଗୁରୁଙ୍କର ସ୍ଥାନ ଅତୁଳନୀୟ ଅଟେ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଛି ସମସ୍ତଙ୍କର । ଶିକ୍ଷକ ଙ୍କୁ ବିଦାୟ କରିବା ସମୟରେ କୋଲାଇ ଧରି କାନ୍ଦି ପକାଉଛନ୍ତି ଛାତ୍ର ଛାତ୍ରୀ । କାରଣ ଶିକ୍ଷକଙ୍କର ଅନ୍ୟ ସ୍ଥାନରେ ବଦଳି ହୋଇ ଯାଇଛି ।

ହେଲେ ଛୋଟ ଛୋଟ ପିଲା ମାନେ ନିଜ ଶିକ୍ଷକ ଙ୍କୁ ପାଖରୁ ଛାଡିବାକୁ ରାଜି ନୁହନ୍ତି । ସେଥିପାଇଁ ତ ଛାତ୍ର ଛାତ୍ରୀ ଙ୍କ ଆଖି ରୁ ଲୁହ ଝଋ ଯାଉଛି । ଏହି ଲୁହ ହେଉଛି ଶିକ୍ଷକ ଙ୍କ ନିଷ୍ଠା ଆଉ ଛାତ୍ର ଛାତ୍ରୀ ଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ବୋଧର ପ୍ରମାଣ । ଏହି ଶିକ୍ଷକ ଙ୍କ ନାମ ହେଉଛି ଶୁଭେନ୍ଦର ସିଂ ବାଘିନ । ଦୀର୍ଘ ୪ ବର୍ଷ ହେବ ସେ ଏହି ବିଦ୍ୟାଳୟରେ ଶିକ୍ଷା ଦାନ କରୁଥିଲେ ।

୧୨ ଜୁଲାଇ ୨୦୨୨ ରେ ତାଙ୍କର କାର୍ଯ୍ୟ କାଳ ଏହି ସ୍କୁଲରେ ଶେଷ ହୋଇଛି । ତେଣୁ ଫ୍ୟାରୁଏଲ ସମୟରେ ପିଲା ମାନେ ନିଜର ପ୍ରିୟ ଶିକ୍ଷକ ଙ୍କୁ ଛାତି ରେ ଲଗାଇ କାନ୍ଦିବାକୁ ଲାଗିଥିଲେ । ଯେଉଁ ଦୃଶ୍ୟ ଦେଖିବା ପରେ ଭାରତର ଗୁରୁ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ ଓ ପରମ୍ପରାକୁ ଜୀବିତ କରିଛି । ଯାହାକୁ ଦେଖି ସମସ୍ତେ ଭାବ ବିହ୍ଵଳ ହୋଇ ପଡିଛନ୍ତି । ପିତା ମାତାଙ୍କ ପରି ଗୁରୁ ବି ପିଲା ମାନଙ୍କର ପ୍ରଥମ ଶିକ୍ଷକ ।

ଯିଏ ଅନ୍ଧକାର ରୁ ଆଲୋକ କୁ ଆଣିଥାନ୍ତି ସେ ହେଉଛନ୍ତି ଗୁରୁ ବା ଶିକ୍ଷକ । ତେଣୁ ଗୁରୁଙ୍କର ସ୍ଥାନ ଆମ ଜୀବନରେ ସ୍ବତନ୍ତ୍ର । ଉତ୍ତର ପ୍ରଦେଶର ଚେନ୍ଦାଲ ସ୍କୁଲର ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କୁ ଭାବୁକ କରିବାରେ ଲାଗିଛି । ସତରେ ଆମ ଦେଶରେ ଆଜି ବି ଏମିତି ଶିକ୍ଷକ ଅଛନ୍ତି ଯେଉଁ ମାନଙ୍କଉ ଝୁରି ହେଉଛନ୍ତି ପିଲା ମାନେ ।

ନିଜ ପାଖରୁ ଛାଡିବାକୁ ଜମା ବି ରାଜି ନୁହନ୍ତି ପିଲା ମାନେ ନିଜର ପ୍ରିୟ ଶିକ୍ଷକ ଙ୍କୁ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଗୁରୁ ଓ ଶିଷ୍ୟ ଙ୍କ ସମ୍ପର୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *