ସୀମା ଜଗିବ ଶ୍ରମିକର ଝିଅ! ସାଜିଲେ ଆଜିର ଯୁବ ପିଢୀ ପାଇଁ ବଡ ଉଦାହରଣ… ଦେଖନ୍ତୁ Video କଣ କହୁଛନ୍ତି ରଶ୍ମିତା

ବନ୍ଧୁଗଣ ରାଏଗଡା ଜିଲା ସଦର ବ୍ଲକ ଗେଟିପଡା ଗାଁ ର ରଶ୍ମିତା କୁମ୍ଭାର ବାପା ତୁଳସୀ ରାମ ଓ ମା ପ୍ରେମା କୁମ୍ଭାର ଙ୍କ ସାନ ଝିଅ । ଶଶସ୍ତ୍ର ସୀମା ବଳରେ ଯବାନ ଭାବରେ ନିଯୁକ୍ତି ପାଇଥିବାରୁ ରଶ୍ମିତାଙ୍କୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା । ବାପା ମା ଓ ରାଏଗଡା ଜିଲାକୁ ସେ ଗର୍ବିତ କରିଛନ୍ତି । ଅଶସ୍ତ୍ର ସୀମା ବଳରେ ନିଯୁକ୍ତି ପାଇବାରେ ରାଏଗଡ ମାଟିର ପ୍ରଥମ ଝିଅ ହେଉଛନ୍ତି ରଶ୍ମିତା ଯାହାଙ୍କ ମନରେ ଦେଶପ୍ରେମ ଭରି ରହିଛି । ବାପା ମାଙ୍କ ସ୍ଵପ୍ନ ସାକାର କରିଥିବାରୁ ସେ ବହୁତ ଖୁସି । ଦାରିଦ୍ରତା ଅଟକାଇ ପାରିନାହି ରଶ୍ମିତାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ।

ସୀମା ବଳରେ ଟ୍ରେନିଂ ନେଇ ସେ ଏବେ ଫେରିଛନ୍ତି । ଭାରତର ନେପାଳ ସୀମାରେ ଯବାନ ଭାବରେ ସେ ନିୟୋଜିତ ହେବେ । ରାଏଗଡା ସ୍ଵଚ୍ଛା ମହାବିଦ୍ୟାଳୟର ଆର୍ଟ୍ସ ଗ୍ରାଜ୍ୟୁଏଟ ହେଉଛନ୍ତି ରଶ୍ମିତା । ପ୍ରତିରକ୍ଷା ବାହୀନୀରେ ଯୋଗ ଦେବା ପାଇଁ ତାଙ୍କର ପିଲାଦିନୁ ଆଗ୍ରହ ଥିଲା । ୨୦୧୯ରେ ସେ ଏସଏସବିରେ ଆବେଦନ କରିଥିଲେ । ଦୁଇ ବର୍ଷ ପରେ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ତା ପରେ ଆସାମରେ ଟ୍ରେନିଂ ପାଇ ସେ ଯାଇଥିଲେ ସେଠାକୁ । ଟ୍ରେନିଂ ଶେଷ ପରେ ରାଏଗଡ ଗେଟିପଡା ସ୍ଥିତ ନିଜ ଘରକୁ ସେ ଫେରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ରାଏଗଡ ଅଞ୍ଚଳ ବାସୀ ଓ ଗାଁ ଲୋକେ ବହୁତ ଖୁସି ପ୍ରାକାଶ କରିଛନ୍ତି । ତାଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କରିଥିଲେ ସ୍ଥାନୀୟ ଲୋକମାନେ । ତାଙ୍କ ବାପା ଏକ ଘରୋଇ କାଗଜକଳରେ ଶ୍ରମିକ ଭାବେ କାମ କରୁଛନ୍ତି ।

ସେ ଆଶା ରଖିଥିଲେ ଦୁଇ ପୁଅ ଓ ଝିଅଙ୍କୁ କିପରି ଶିକ୍ଷିତ କରିବେ । କେହି ଜଣେ ସନ୍ତାନ ଦେଶ ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀରେ ଯୋଗ ଦିଅନ୍ତୁ ବୋଲି ରଶ୍ମିତାଙ୍କ ବାପାଙ୍କର ସ୍ଵପ୍ନ ଥିଲା । ରସମିତା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢିବା ବେଳେ ଏନସିସି ନେଇ ନିଜର ପରକାଷ୍ଠା ପାରଦର୍ଶନ କରିଥିଲେ ।

ଝିଅର ସଫଳତାକୁ ନେଇ ବାପା ତୁଳସୀ ରାମ ବେସ ଖୁସି ଅଛନ୍ତି । ଆଦିବାସୀ ଅଧିଶ୍ରୁତ ରାଏଗଡା ଜିଲ୍ଲା ରେ ରଶ୍ମିତାଙ୍କ ଭଳି ଆହୁରି ଲୁଚି ରହିଛନ୍ତି ବଉତ ପ୍ରତିଭାବାନ ଝିଅ ଆଉ ମହିଳା । ରଶ୍ମିତା ଅନ୍ୟ ମାନଙ୍କ ପାଇଁ ତିଆରି କରିଛନ୍ତି ପ୍ରେରଣାର ଏକ ମାଇଲ ଖୁଣ୍ଟ ।

ତେବେ ରଶ୍ମିତା ତାଙ୍କ ବାପାଙ୍କ ସ୍ଵପ୍ନ ପୂରଣ କରିଛନ୍ତି ଯାହା ସେ ଦୀର୍ଘ ଦିନରୁ ଦେଖି ଆସିଥିଲେ । ଏଥିପାଇଁ ରଶ୍ମିତାଙ୍କ ବାପା କହିଛନ୍ତି କି ରଶ୍ମିତାଙ୍କୁ ପିଲା ଦିନୁ ଏହି ବିଷୟରେ ସେ ଅବଗତ କରାଉଥିଲେ ଯାହାର ଫଳ ଆଜି ସେ ଦେଖିବାକୁ ପାଇଛନ୍ତି ।

ଆଶା କରୁଛୁ ରଶ୍ମିତା ଏତେ ଅଭାବ ଅନଟନ ମଧ୍ୟ ଯେମିତି ନିଜର ସ୍ଵପ୍ନ ପୂରଣ କରିପାରିଲେ ଠିକ ସେମିତି ଅନ୍ୟ ଝିଅ ବା ମହିଳା ମାନେ ଏଥିରୁ କିଛି ଶିକ୍ଷା ଲାଭ କରିବେ । ବନ୍ଧୁଗଣ ଆପଣ ମାନଙ୍କର ରଶ୍ମିତାଙ୍କ କାର୍ଯ୍ୟକଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *