ଶିଶୁକୁ ପାଉଡ଼ର ଲଗାଉଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା! ନଚେତ

ମା-ବାପା ନିଜ ଶିଶୁ ପ୍ରତି ବେଶ ଯତ୍ନଶିଳ ହୋଇଥାନ୍ତି। ତାଙ୍କୁ ସୁସ୍ଥ ଏବଂ ମଜ୍‌ବୁତ୍‌ ରଖିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷପ ନେଇ ଥାଆନ୍ତି । କିନ୍ତୁ ସେମାନେ ନେଉଥିବା ପଦକ୍ଷପ ସେମାନଙ୍କ ପିଲା ପାଇଁ କେତେ ଉପକାରୀ ତାହା ସେମାନେ ଜାଣି ନଥାନ୍ତି।

ଛୋଟ ପିଲାମାନଙ୍କୁ ଖରା ଦିନେ ହେଉଥିବା ଝାଳରୁ ରକ୍ଷା କରିବା ପାଇଁ ମା’ମାନେ ପାଉଡ଼ରକୁ ବ୍ୟବହାର କରି ଥାଆନ୍ତି । କିନ୍ତୁ ଏହାର ବ୍ୟବହାର ଛୋଟ ଶିଶୁ ଉପରେ କ’ଣ ପ୍ରଭାବ ପକାଉଛି ତାହା ସେମାନେ ଭାବି ନଥାନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଭଳି ଭାବରେ ପାଉଡ଼ର ବ୍ୟବହାର କଲେ ଶିଶୁକୁ କ୍ଷତି ପହଞ୍ଚିଥାଏ।

ଆସନ୍ତୁ ଜାଣିବା-

ଶିଶୁକୁ ପାଉଡ଼ର ଲଗାଇବା ସମୟରେ ସିଧା ପାଉଡ଼ରକୁ ତାଙ୍କ ଉପରେ ପକାଇବା ବଦଳରେ ହାତରେ ପାଉଡ଼ର ନେଇ ତାଙ୍କ ଶରୀରରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ପାଉଡ଼ରର କଣିକା ସେମାନଙ୍କ ନାକକୁ ଯିବ ନାହିଁ । ଯାହା ଫଳରେ ସେମାନେ ଠିକ୍‌ ଭାବରେ ନିଶ୍ୱାସ ନେଇ ପାରିବେ।

ପିଲାମାନଙ୍କ କେବେ ହେଲେ ପାଉଡ଼ର ଡ଼ବା ସହ ଖେଳିବାକୁ ଦିଅନ୍ତୁ ନାହିଁ । ଶିଶୁମାନଙ୍କର ଓଦା ଶରୀରରେ କେବେ ହେଲେ ପାଉଡ଼ର ଲଗାନ୍ତ ନାହିଁ । ଶରୀରକୁ ଭଲ ଭାବରେ ପୋଛିବା ପରେ ହିଁ ପାଉଡ଼ର ଲଗାନ୍ତୁ । ଛୋଟ ପିଲାମାନଙ୍କର ଗୁପ୍ତାଙ୍ଗରେ ପାଉଡ଼ର ଲଗାନ୍ତୁ ନାହିଁ । ଏହା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା ଅଧିକ ରହିଥାଏ।

ଛୋଟ ପିଲାମାନଙ୍କୁ ଲଗାତାର ବେବି ପାଉଡ଼ର ଲଗାଇବା ଦ୍ୱାରା ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ବାରମ୍ବାର ପାଉଡ଼ରର ବ୍ୟବହାର ଦ୍ୱାରା ଏହା ସେମାନଙ୍କ ନାକକୁ ଯାଇ ନିଶ୍ୱାସ ଦେବାରେ ବାଧା ସୃଷ୍ଟି କରିଥାଏ । ବେଳେ ବେଳେ ନିଶ୍ୱାସ ବନ୍ଦ ହୋଇ ଯାଇଥାଏ । ସବୁଦିନ ଲଗାତାର ବେବି ପାଉଡ଼ର ବ୍ୟବହାର କରିବା ଦ୍ୱାରା ଏହାର କଣିକା ଶିଶୁର ଛାତିରେ ଜମା ହେବା ସହ ହୃଦ୍‌ଜନିତ ରୋଗ ଦେଖା ଯାଇଥାଏ।

Leave a Reply

Your email address will not be published. Required fields are marked *