ଓଡିଶାର 16 ଟି ଜିଲ୍ଲାରେ 3 ଦିନ ପର୍ଯ୍ୟନ୍ତ ହେବ ପ୍ରବଳ ବର୍ଷା, ଏହି 9ଟି ଜିଲ୍ଲାକୁ ସତର୍କ କରାଇଲେ ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ କାଲି ରାଜ୍ଯର ଅନେକ ଜାଗାରେ ବର୍ଷା ହୋଇଛି । ରାଜ୍ୟ ର ଅଧିକାଂଶ ସ୍ଥାନରେ ପ୍ରବଳ ରୁ ପ୍ରବଳ ବର୍ଷା ହେବା ଯୋଗୁ ଆଜି ମଧ୍ୟ ଅନେକ ଜାଗାରେ ଆକାଶ ମେଘାଛନ ରହିଛି ।

ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ପାଣିପାଗ ବିଭାଗ ଅନୁଯାୟୀ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲା ଗୁଡିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଜଗତସିଙ୍ଘ୍ପୁର, ସମ୍ବଲପୁର, ଦେବଗଡ, କଟକ ଆଦି ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହି ପରି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, କୋରାପୁଟ, ମାଲ୍କାନାଗିରି, ସୁନ୍ଦରଗଡ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଛି । କାଲି କିଛି ସମୟ ଧରି ବର୍ଷା ହେବା ଯୋଗୁ ଭୁବନେଶ୍ବର ଜଳାମଗ୍ନ ହୋଇ ପଡିଥିଲା । ଗତ କାଲୀ ଅପରାହ୍ନ ରେ ଏତେ ଜୋରରେ ବର୍ଷା ହୋଇଥିଲା ଯେ ରାଜଧାନୀ ଭୁବନେଶ୍ବର ର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ଯାଇଥିଲା । ବିଶେଷ କରି ଇସ୍କନ ମନ୍ଦିର ସାମନା ଜାତୀୟ ରାଜପଥ, ନୂଆପଲ୍ଲୀର ବେହେରା ସାହି, ବମିଖାଲ ଆଦି ଅଞ୍ଚଳରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇ ପଡିଛି ।

ଗତ କାଲି ଟୁଇନ ସିଟି ରେ ପ୍ରବଳ ବର୍ଷା ଯୋଗୁ ଆଜି ମଧ୍ୟ ଅଧିକାଂଶ ଜିଲ୍ଲା ରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗତ କାଲି ମୁଷଳ ଧାରା ରେ ବର୍ଷା ହେବା ଯୋଗୁ ଅନେକ ସ୍ଥାନ ଗୁଡିକରେ ଜଳମଗ୍ନ ହୋଇ ଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଉ ୧୬ଟି ଜିଲ୍ଲା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବର ରେ ପରିସ୍ଥିତି ବହୁତ ଶୋଚନୀୟ ହୋଇ ପଡିଛି । ଯାହା ଦ୍ଵାରା ରାସ୍ତା ରେ ପାଣି ଜମିବା ଫଳରେ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ଗତ କାଲି କଟକ ରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁ ଆକାଶ ମେଘାଚ୍ଛନ ରହିବା ସହ ଅନେକ ସ୍ଥାନ ରେ ଜଳମଗ୍ନ ହୋଇ ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *