Sonu Sood ଙ୍କ ପାଇଁ କଟା ହେଲା ଏହି ଝିଅର ଦୁଇ ହାତ ଓ ଦୁଇ ଗୋଡ, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ଝିଅର ଦୁଇ ହାତ ଦୁଇ ଗୋଡ କଟାଗଲା । ହସପିଟାଲରେ ଏବେ ଅଢେଇ ବର୍ଷର ଶିଶୁ । ବଲିଉଡ ଅଭିନେତା ସୋନୁ ସୂଦ ଙ୍କ ପାଇଁ ଝିଅର ହାତ ଗୋଡ କଟାଗଲା । ତେବେ ଏହି କଥା ଶୁଣିବା ପରେ ବନ୍ଧୁଗଣ ଆପଣ ମାନେ ଭାବୁଥିବେ କଣ ସତରେ ଏହା ଘଟିଛି । ତେବେ ପୁରା ଘଟଣା କିଛି ଏମିତି ରହିଛି ଯାହା ଆମେ ଆପଣଙ୍କୁ ବ୍ୟାଖ୍ୟା କରି କହିବାକୁ ଯାଉଛୁ । ସୂଚନା ଅନୁଯାୟୀ ସୋନୁ ସୂଦ ଙ୍କ ପାଇଁ ବହୁମୂଖୀ ପାଇଲା ନୂଆ ଜୀବନ । ବହୁମୂଖୀ ଯେମିତି ଥିଲା ଝିଅର ନାଁ ସେମିତି ଥିଲା ତାର ଜୀବନ । ତାର ଥିଲା ୪ଟି ହାତ ଓ ୪ଟି ଗୋଡ ।

କିନ୍ତୁ ବର୍ତ୍ତମାନ ସଫଳ ହୋଇଛି ଅପରେସନ । ଆଉ ଏବେ ତାକୁ କେହି କହିବେ ନାହି ଅକ୍ଷମ । ବହୁମୂଖୀ ଏବେ ଚାଲି ପାରିବ ଖେଳି ପାରିବ ଆଉ ବୁଲିବ ନିଜେ କାମ ନିଜେ କରି ପାରିବ । କାରଣ ପୂର୍ବ ଭଳି ତାର ଆଉ ୪ ହାତ ୪ ଗୋଡ ନାହି । ଅସ୍ତ୍ରୋପଚାର ସଫଳ ହୋଇଛି । ଆଉ ମାତ୍ର କିଛି ଦିନ ପରେ ସାଧାରଣ ପିଲାଙ୍କ ଭଳି ସେ ମଧ୍ୟ ଖୁସିରେ ବଞ୍ଚିବାକୁ ସକ୍ଷମ ହେବ ।

ଆଉ ଏହା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମ୍ଭବ ହୋଇଛି । ଏହି ଦୃଶ୍ୟ ହେଉଛି ବିହାରର ନେଭେଦା ଜିଲ୍ଲା ର ଅଢେଇ ବର୍ଷ ୪ଟି ଗୋଡ ୪ଟି ହାତ ଥିବା କୁନି ଝିଅ ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । କୁନି ଝିଅର ପେଟ ପାଖରେ ଦୁଇ ଟି ଅଧା ହାତ ଓ ଦୁଇଟି ଗୋଡ ଥିବାରୁ ସେ ଠିକ ସେ ଚାଲି ପାରୁ ନ ଥିଲା । ଏପରିକି ଝିଅର ଚିକିତ୍ସା କରିବା ବି ପରିବାର ପକ୍ଷେ ସମ୍ଭବ ଏଊ ନ ଥିଲା ।

ବୟସ ବଢିବା ସହ ପିଲାର ଓଜନ ବଢିବା କାରଣରୁ କୁନି ଝିଅଟି ଉଠିବାରେ ବାଧା ଉପୁଜିଥିଲା । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଏଥିପାଇଁ ପରିବାର ନେଭେଦା ଏସଡିୟୁମ ଙ୍କ ସାହାଜ୍ଯ ଲୋଡିଥିଲେ । ତେବେ ଏହି କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିନେତା ସୋନୁ ସୂଦ ଙ୍କ ନଜର ପଡିଥିଲା ।

ଆଉ ସେ କୁନି ଝିଅକୁ ସାହାଜ୍ଯ କରିବାକୁ ଆଗେଇ ଆସିଥିଲେ । ସୋନୁଙ୍କ ଉଦ୍ୟମ ପରେ ସୁତାର ଏକ ହସପିଟାଲରେ କୁନି ଝିଅର ଅସ୍ତ୍ରୋପଚାର କରାଗଲା । ଗତ ବୁଧବାର ଦିନ ବହୁମୁଖିର ଅପରେସନ ହେଲା । ଝିଅକୁ ଆଉ କିଛି ଦିନ ହସପିଟାଲରେ ରହିବାକୁ ପଡିବ । ଏହା ପରେ ସେ ସାଧାରଣ ପିଲାଙ୍କ ଭଳି ବଞ୍ଚିପାରିବ । ଏଥିପାଇଁ ସମସ୍ତ ଖର୍ଚ୍ଚ ନିଜେ ସୋନୁ ସୂଦ ବହନ କରିଛନ୍ତି ।

ଝିଅକୁ ଅସ୍ତ୍ରୋପଚାର ପାଇଁ ମେ ୩୦ରେ ପରିବାର ମୁମ୍ବାଇ ନେଇଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସୋନୁ ଚିକିତ୍ସା ପାଇଁ ସୁରଟକୁ ପଠାଇଥିଲେ । ପରେ ଡାକ୍ତର ମିଥୁନ ଓ କିରଣ ଅସ୍ତ୍ରୋପଚାର ଆରମ୍ଭ କରିବାର ୭ଘଣ୍ଟା ଯାଏଁ ଚାଲିଥିଲା । ତେବେ ଶୋନୁଙ୍କ ମାନବିକିତା ପାଇଁ ସବୁଆଡେ ପ୍ରଶଂସା ମିଳିଛି । ବନ୍ଧୁଗଣ ଆପଣଙ୍କର ସୋନୁ ସୂଦଙ୍କ ଏଭଳି କାମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *