ସାପ ପ୍ରେମରେ ବିଦେଶୀ ହେଲେ ପାଗଳ, ୟୁକେରୁ ଆସି Odishaରେ ପହଞ୍ଚିଲେ ବିଦେଶୀ ଦମ୍ପତ୍ତି… କଣ କହୁଛନ୍ତି ଟିକେ ଶୁଣନ୍ତୁ

ନମସ୍କାର ବନ୍ଧୁଗଣ, ଓଡିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି । ୟୁଟ୍ଯୂବରୁ ସାପ ଦେଖିବାର କୌଶଳ ଦେଖୁଥିଲେ ହେଲେ ରିଲରେ ଦେଖିବାକୁ ଇଚ୍ଛା ତାଙ୍କୁ ଟାଣି ଆଣିଛି ଓଡିଶା । ସେଥିପାଇଁ ଦମ୍ପତି ସୁଦୂର ୟୁକେ ରୁ ଆସିଛନ୍ତି । ସୂଚନା ଅନୁଯାୟୀ ସ୍ଵାମୀ କେମିକାଲ ଇଞ୍ଜିନିୟର ଓ ସ୍ତ୍ରୀ ମେଡିକାଲ ରେ ଶିଫଟିଙ୍ଗ । କିନ୍ତୁ ସାପ ପ୍ରତି ଭଲ ପାଇବା ଖୁବ ଅଧିକ ରହିଛି ଦୁହିଙ୍କର ।

ସେମାନେ ଚିଡିଆଖାନାରେ ଓ ୟୁଟ୍ଯୂବରେ ଦେଖିଛନ୍ତି ଅନେକ ସାପ । କେବେ ସତରେ ସାପ ଦେଖି ନାହାନ୍ତି କି ନିଜ ଆଖି ରେ ସାପ ଦେଖି ନାହାନ୍ତି  । ସେଥିପାଇଁ ସୁଦୂର ୟୁକେ ରୁ ଆସିଛନ୍ତି ଭଦ୍ରକ ଆଉ ଦେଖିବେ ସାପ ଧାରଲି କେମିତି ସାପ ଧରୁଚନ୍ତି । ୟୁଟ୍ଯୂବରେ ଅପଲୋଡ କରିଥିବା ଭିଡିଓ ସତ କି ମିଛ କିନ୍ତୁ ସାପ ଧରିବାର କୌଶଳ ଦେଖିବାକୁ ବ୍ରିଟେନ ୟୁକେ ର ଦମ୍ପତି ସାରା ଓ ପୁଲ ଭଦ୍ରକ ଆସି ସାପ ଧରାଳି ମିର୍ଜା ଆଶିଷଙ୍କୁ ଭେଟିଛନ୍ତି ।

ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଶୁକ୍ରବାର ରେ ମିର୍ଜାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ମିର୍ଜାଙ୍କ ୟୁଟ୍ଯୂବ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଏହି ଦମ୍ପତି ଭଦ୍ରକ ଆସି ତାଙ୍କୁ ଦେଖା କରିବାକୁ ସ୍ଥିର କରିଥିଲେ । ଗୁରୁବାରେ ସେମାନେ ଭଦ୍ରକରେ ପହଞ୍ଚି ମିର୍ଜାଙ୍କୁ ଭେଟ କରିଥିଲେ ।

ସେମାନେ ତାଙ୍କୁ ଶୁଭେଛା ଜଣାଇବା ସହ ପରିବାର ସଦସ୍ୟ ଭଳି ତାଙ୍କ ସହ 4 ରୁ 5 ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିବା କଥା ପୁଲ କହିଛନ୍ତି । ମିର୍ଜାଙ୍କୁ ଦେଖା କରିବାକୁ ଦମ୍ପତି ଏତେ ବାଟ ରୁ ଆସିଛନ୍ତି । ତାଙ୍କ ସହ ଦେଖା ହୋଇ ଆସିବା ପରେ ତାଙ୍କ ସ୍ଵପ୍ନ ପୂରଣ ହୋଇଛି ବୋଲି ପୁଲ ପ୍ରକାଶ କରିଛନ୍ତି ।

ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ଇରଜା ତାଙ୍କର ଦୁଇ ପୁଅ ଓ ଗୋଟେ ଝିଅଙ୍କୁ ତାଙ୍କ ପରିବାର ସହ ରୁହନ୍ତି । ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରୁ ସାପ ଧରିବାକୁ ନିଜ ଜୀବନକୁ ବାଜି ଲଗାଇ ବିଷଧର ସାପ ମାନଙ୍କୁ ଧରି ଜଙ୍ଗଲରେ ଛାଡିବା ତାଙ୍କ ନୀତିଦିନିଆ କାମ । ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲ୍ଲା ରେ ସାପ ଧରାଳି ଭାବେ ଲୋକେ ତାଙ୍କୁ ଫୋନ କରି ଡାକିଥାନ୍ତି ।

ଏତେ ଦିନ ଧରି ଲୋକଙ୍କୁ ସେବା ଯୋଗାଉ ଥିବା ବେଳେ ବନ ବିଭାଗ ଓ ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳି ନ ଥିବା ମିର୍ଜା ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।    

Leave a Reply

Your email address will not be published. Required fields are marked *