Special Report: ଏହି ଚା’ ବ୍ୟବସାୟୀଙ୍କ ସଫଳତାର କାହାଣୀ ସବୁ ଯୁବାପିଢୀଙ୍କ ପାଇଁ ସାଜିଲା ଉଦାହରଣ

ନମସ୍କାର ବନ୍ଧୁଗଣ । କଥାରେ ଅଛି ଯେଉଁ କାମ କରିଲେ ଆତ୍ମ ସନ୍ତୋଷ ମିଳିଥାଏ ସେହି କାମ କରିଲେ ମଣିଷ ଜୀବନରେ ସଫଳତା ପାଇଥାଏ । ଏହି କଥାର ଏକ ଜ୍ଵଳନ୍ତ ଉଦାହରଣ ପାଲଟି ଛନ୍ତି ମଧ୍ୟ ପ୍ରଦେଶର ଦୁଇ ସାଙ୍ଗ । ଏହି ଦୁଇ ଜଣ ମିତ୍ରଙ୍କର ବାପା ମା ଇଚ୍ଛା କରିଥିଲେ ପୁଅ ପାଠ ପଢି କଲେକ୍ଟର ହେଉ କିନ୍ତୁ ପୁଅ ପାଲଟି ଗଲା ଚାହା ବିକାଳି ।

ବର୍ତ୍ତମାନ ଚାହା ବ୍ୟବସାୟ କରି କୋଟି ପରି ପାଲଟି ଯାଇଛନ୍ତି ଏହି ଦୁଇ ବନ୍ଧୁ । ମଧ୍ୟ ପ୍ରଦେଶର ଅନୁଭବ ଦୂବେଙ୍କ ବାପା ମା ତାଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଗାଁ ରୁ ବହୁତ ଦୂର ଇନ୍ଦୋର ପଠାଇ ଥିଲେ । ଇନ୍ଦୋର ରେ ଅନୁଭବ ଙ୍କର ଆନନ୍ଦ ନାୟୋର ନାମକ ଜଣେ ଯୁବକ ଙ୍କ ସହ ବନ୍ଧୁତା ହୋଇଥିଲା । ଆନନ୍ଦ ଓ ଅନୁଭବ ଏକାଠି ପାଠ ପଢୁଥିଲେ । କିନ୍ତୁ ଆନନ୍ଦ ଅଧାରୁ ପାଠ ପଢା ଛାଡି ନିଜ ସାଙ୍ଗ ସହ ବ୍ୟବସାୟ କରିବାକୁ ଲାଗିଲେ । ଏହା ପରେ ଅନୁଭବ ଙ୍କୁ ତାଙ୍କ ଘର ଲୋକେ ୟୁପିଏସ ପରୀକ୍ଷା ପାଇଁ ଦିଲ୍ଲୀ ପଠାଇ ଦେଲେ ।

ଏହା ପରେ ଅନେକ ଦିନ ପରେ ଆନନ୍ଦ ଅନୁଭବ ଙ୍କ ପାଖ କୁ ଫୋନ କରିଥିଲେ ଓ ଦୁଇ ବନ୍ଧୁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା । ଏହି ଆଲୋଚନା ସମୟରେ ଆନନ୍ଦ ଅନୁଭବଙ୍କୁ ମିଶି କରି ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ଅନୁଭବ ରାଜି ହୋଇଥିଲେ । ଦୁଇ ବନ୍ଧୁ ମିଶିଷ ଚାହା ବ୍ୟବସାୟ କରିବାକୁ ଚିନ୍ତା କରିଲେ କାରଣ ପାଣି ଅପେକ୍ଷା ଆମ ଦେଶରେ ଛାଡ଼ ଚାହିଦା ଅଧିକ ରହିଛି ଯାହା ପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡିବ ନାହି ।

ଏହା ପରେ ୨୦୧୬ରେ ଦୁଇ ବନ୍ଧୁ ମିଶି ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଇନ୍ଦୋରରେ ପ୍ରଥମ ଚାହା ଦୋକାନ ଆରମ୍ଭ କରିଲେ କିଛି ସେକେଣ୍ଡାଣ୍ଡ ଫର୍ନିଚର ନେଇ । ଦୋକାନରେ ସବୁ ଟଙ୍କା ଲଗାଇବା ପରେ ପୋଷ୍ଟର ଲଗାଇବା ପାଇଁ ଦୁହିଙ୍କ ପାଖରେ ଆଉ ଟଙ୍କା ନ ଥିଲା । ଦୁଇ ସାଙ୍ଗ ସାଧା କାଗଜରେ ଚାହା ଦୋକାନ ଲେଖି ପୋଷ୍ଟର ଲଗାଇ ଥିଲେ । ଦୁହିଙ୍କ ପରିବାର ପ୍ରଥମେ ସେମାନେ ଚାହା ବ୍ୟବସାୟ କରନ୍ତୁ ବୋଲି ଚାହୁଁ ନ ଥିଲେ ।

କିନ୍ତୁ ପରେ ବ୍ୟବସାୟ ବଢିବା ପରେ ଦୁଇ ପରିବାର ଦୁହିଙ୍କୁ ସମର୍ଥନ କରିବାକୁ ଲାଗିଲେ । ବର୍ତ୍ତମାନ ୧୫ଟି ରାଜ୍ୟରେ ଏମାନଙ୍କର ଚାହା ସୁଟ୍ଟା ବାର ନାମକ ବ୍ୟବସାୟ ଜୋରସୋରରେ ଚାଲିଛି । ଏମାନଙ୍କ ବ୍ୟବସାୟରେ ବାର୍ଷିକ ଆୟ ପ୍ରାୟ ୧୦୦ କୋଟି ଟନ ଓଭର ରହିଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ମଣିଷ ନିଜ ଇଚ୍ଛା ଶକ୍ତି ବଳରେ ନିଜର ଲକ୍ଷ ହାସଲ କରିପାରେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *