ପବିତ୍ର ଶ୍ରାବଣ ମାସରେ ଭୁଲରେ ବି ଏହି ୧୦ ଟି କାମ କରନ୍ତୁ ନାହିଁ, ନହେଲେ ବହୁତ ପସ୍ତେଇବେ

ହିନ୍ଦୀ ପଚାଙ୍ଗର ବାରମାସରେ ଶ୍ରାବଣ ମାସର ବିଶେସ ମହତ୍ଵ ରହିଛି । କାରଣ ଇଏ ହେଉଛି ମହାଦେବଙ୍କ ପୂଜାର ମାସ, କୁହାଯାଏ କି ଯେଉଁ ମାନେ ଏହିମାସରେ ଶିବଙ୍କ ଉପାସନା କରନ୍ତି, ସେମାନଙ୍କ ସବୁ ଦୁଃଖ ଦୂର ହୁଏ । କାମରେ ଆସୁଥିବା ଅସୁବିଧାବି ପୁରା ହୁଏ, ଓ ଦେବୀ ଦେବତାଙ୍କ କୃପା ବି ପ୍ରାପ୍ତ ହୁଏ । ସେଥିପାଇଁ ଦେଶ ଭରି ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥାଏ । ଏହି ମାସତି ଭକ୍ତିର ମାସ ଅଟେ, ଏଥିପାଇଁ ଶାସ୍ତ୍ରରେ କିଛି କାମ କୁହାଯାଇଛି ଯେଉଁଟା କରିବା ଅନୁଚିତ ଏହି ମାସରେ । ଯେଉଁ ଲୋକ ଏହି କାମ କରିଥାନ୍ତି ତାଙ୍କୁ ଶିବଙ୍କ କୃପା ମିଳେନି । ଆସନ୍ତୁ ଜାଣିବା ସେହି ୧୦ ଟି କାମ ବିଷୟରେ ଯେଉଁଟା କରିବା ଅନୁଚିତ ଅଟେ ।

Image Courtesy: Google

କ୍ରୋଧ କରନ୍ତୁ ନାହିଁ

କ୍ରୋଧ କରିବା ଦ୍ଵାରା ମନର ଏକାଗ୍ରତା ଓ ବିଚାର କରିବା ଶକ୍ତି କମିଯାଏ । କ୍ରୋଧରେ ନେଇଥିବା ନିଷ୍ପତିବି ଭୁଲ ହୋଇଥାଏ । କ୍ରୋଧ କରିବା ବହୁତ ଖରାପ କଥା ଅଟେ । ଯଦି ରାଗିବା ଅଭ୍ୟାସ ରହିବ ତ ନିଜ ସହିତ ଅନ୍ୟର ମାନସିକତା ଉପରେ ପ୍ରଭାବ ପଡିପାରେ, ଶିବଙ୍କ କୃପା ପାଇବାକୁ ହେଲେ ନିଜକୁ ଶାନ୍ତ ରଖିବା ନିହାତି ଜରୁରୀ ଅଟେ । ସେଥିପାଇଁ ଶ୍ରାବଣ ମାସରେ କ୍ରୋଧ କରିବା ଅନୁଚିତ ଅଟେ ।

ଶିବ ଲୀଙ୍ଗରେ ହଳଦୀ ଲଗେଇବା ମନା

ଶିବଙ୍କ ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ କି ଶିବଲିଙ୍ଗରେ ହଳଦୀ ଲଗେଇବା ମନା ଅଟେ । ହଳଦୀ ଜଳାଧାରୀଙ୍କ ଉପରେ ଚଢେଇବେ ।  ହଳଦୀ ସ୍ତ୍ରୀ ସହିତ ସମ୍ବଧିତ ବସ୍ତୁ ଅଟେ । ଶିବ ଲୀଙ୍ଗ ପୁରୁଷ ତତ୍ଵ ସମ୍ବଧିତ ବସ୍ତୁ ଅଟେ, ଓ ଏହା ଶିବ ଲିଙ୍ଗର ପ୍ରତୀକ ଅଟେ । ସେଥିପାଇଁ ଶିବଲିଙ୍ଗରେ ହଳଦୀ ଲଗେଇବା ଅନୁଚିତ । କିନ୍ତୁ ହଳଦୀ ଜଳାଧାରୀଙ୍କ ଉପରେ ଚଢେଇ ପାରିବେ ।  ଜଳାଧାରୀ ସ୍ତ୍ରୀ ତତ୍ଵ ସହିତ ସମ୍ବଧିତ ଓ ଏହା ମାତା ପାର୍ବତୀଙ୍କ ପ୍ରତୀକ ଅଟେ । ଧ୍ୟାନରେ ରଖିବେ ଶିବ ଲିଙ୍ଗରେ କେବେବି ହଳଦୀ ଚଢେଇବେ ନାହିଁ ।

Image Courtesy: Google

ଶ୍ରାବଣରେ ବାଇଗଣ ଖାଇବା ଅନୁଚିତ ଅଟେ

ସାଗପରେ ବାଇଗଣ ଗୋଟେ ଏମିତି ପାରିବା ସେଇଟା ଖାଇବା ମନା । ଏହାର ଧାର୍ମିକ କାରଣ ଏଇଆ ଅଟେ କି ବାଇଗଣକୁ ଅଶୁଭ ମାଣନ୍ତି । କାର୍ତିକ ମାସରେ ବି ବ୍ରତ କରୁଥିବା ଲୋକ  ବାଇଗଣ କ୍ଷାନ୍ତି ନାହିଁ । ବୈଜ୍ଞାନିକ କାରଣ ଏଇଆ ଅଟେ କି  ବାଇଗଣରେ ପୋକ ହୋଇଯାଏ,ଯାହା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ସେଥିପାଇଁ ଶ୍ରାବଣ ମାସରେ ବାଇଗଣ ଖାଇବା ବର୍ଜିତ କରାଯାଇଛି ।

ଶ୍ରାବଣ ମାସରେ କ୍ଷୀରର ସେବନ କରନ୍ତୁ ନାହିଁ

ଶାବ୍ରଣ ମାସରେ ସମ୍ଭବ ହେବତ କ୍ଷୀରର ସେବନ କରନ୍ତୁ ନାହିଁ ।ଏହି କଥା କରିବା ପାଇଁ କ୍ଷୀରରେ ଶିବଙ୍କ ଅଭିଷେକ କରିବା ଆରମ୍ଭ ହୋଇଛି ଶ୍ରବଣ ମାସରେ । କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ନାହିଁ କ୍ଷୀର ଫୁଟାଇକି ବ୍ୟବହାର କରନ୍ତୁ । ଶ୍ରାବଣ ମାସରେ କ୍ଷୀରରେ ଦହି ବନେଇ ସେବନ କରି ପାରିବେ । କିନ୍ତୁ ଭାଦ୍ରବ ମାସରେ ଦହି ଖାଇବା ଉଚିତ ନୁହେଁ , ଏହି ମାସରେ ଦହି ସେବନ କରିବା ସ୍ୱାସ୍ଥ୍ୟ ପ୍ରତି ହାନି କାରକ । ଶ୍ରାବଣ ମାସରେ କ୍ଷୀରର ସେବନ କରନ୍ତୁ ନାହିଁ ।

Image Courtesy: Google

ଖରାପ ଆଲୋଚନା କରନ୍ତୁ ନାହିଁ

ଖରାପ ଆଲୋଚନା ଯେମିତି କାହା ବିଷୟରେ ଖରାପ କଥା କହିବା କି କାହା ପାଇଁ ମନ୍ଦ ବିଚାର କରିବା । ଅଧାର୍ମିକ କାମ କରିବା ପାଇଁ ଭାବିବା,କାମନାତ୍ମକ ଭାବନାରେ ଉତ୍ତେଜିତ ହେବା । ସ୍ତ୍ରୀ ମାନଙ୍କ ପାଇଁ ଖରାପ ବିଚାର କରିବା । ଏହି ପ୍ରକାର ବିଚାରରୁ ନିବୃତ ରୁହନ୍ତୁ, ଏହି ସବୁ ଶ୍ରାବଣ ମାସରେ କରିବା ଅନୁଚିତ ।  ଶ୍ରାବଣ ମାସରେ ଭଲ ସାହିତ୍ୟ କି ଧର୍ମ ସମ୍ବଧିତ ବହି ପଢିବା ଉଚିତ । ଏଥିରେ ଖରାପ ବିଚାର ଦୂର ହୋଇଥାଏ ।

ଏହି ଲୋକମାନଙ୍କର ଅପମାନ କରନ୍ତୁ ନାହିଁ

ଶ୍ରାବଣ ମାସରେ ମାନେ ରଖନ୍ତୁ କି ବୟସ୍କ ବ୍ୟକ୍ତି, ଗୁରୁ, ଭାଇ ଭଉଣୀ, ମାତା ପିତା ଓ ଜ୍ଞାନୀ ବ୍ୟକ୍ତିଙ୍କ ଅପମାନ କରିବା ଉଚିତ ନୁହେଁ । ଏହି ମାସରେ ଏହି କଥାର ପାଳନ କରିବା ଗୁରୁତ୍ଵ ପୂର୍ଣ ଅଟେ । ଏମିତି କଲେ ଶିବଙ୍କ ଆଶୀର୍ବାଦ ମିଳେନି, ସବୁବେଳେ ଏହି ଲୋକମାନଙ୍କର ସନମାନ କରନ୍ତୁ, ଆପଣଙ୍କୁ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ।

Image Courtesy: Google

ଶ୍ରାବଣରେ ଶାଗ ଖାଇବା ଅନୁଚିତ

ଶ୍ରାବଣରେ କିଛି ଜିନିଷ ଖାଇବା ମନା ଅଛି, ଏହି ଜିନିଷ ମଧ୍ୟରୁ ପ୍ରଥମ ଜିନିଷର ନାମ ଶାଗର ଆସୁଛି ।ଶାଗ ସ୍ୱାସ୍ଥ୍ୟ ପାଇଁ ଭଲ ହେଲେ ମଧ୍ୟ ଶ୍ରାବଣରେ ଶାଗ ଖାଇବା ମନା,କାରଣ ଏହି ଦିନରେ କୀଟ ପତଙ୍ଗଙ୍କ ସଂଖ୍ୟା ବଢିଯାଏ । ଶାଗ ସହିତ ଘାସ ଗୁଡିକ ବି ବଢେ ତା ସହିତ । ଶାଗ ସହିତ ହାନିକାରକ ତତ୍ଵ ନ ପହଞ୍ଚିବା ପାଇଁ ଶାଗ କ୍ଷାନ୍ତୁ ନାହିଁ ।

ସକାଳେ ବେସୀ ଡେରି ପର୍ଯ୍ୟନ୍ତ ଶୋଇବା ଅନୁଚିତ ଅଟେ

ଯଦି ଆପଣ ମହାଦେବଙ୍କ କୃପା ପାଇବା ପାଇଁ ଚହୁଁଛନ୍ତି ତ ବେସୀ ସମୟ ପର୍ଯ୍ୟନ୍ତ ଶୋଇବା ଅନୁଚିତ । ଶୀଘ୍ର ଶଯ୍ୟା ତ୍ୟାଗ କରନ୍ତୁ । ସକାଳୁ ଉଠି ଗାଧୋଇ ଶିବଙ୍କର ପୂଜା କରନ୍ତୁ । ଜଲଦି ଉଠିବ ଦ୍ଵାରା ସ୍ୱାସ୍ଥ୍ୟ ବି ଭଲ ରହେ, ଓ ଆଳସ୍ୟ ଆସେ ନାହିଁ ।  ସକାଳୁ ମନ ଶାନ୍ତ ରହେ, ପୂଜା ଏକାଗ୍ରତାର ସହିତ କରାଯାଏ ।

Image Courtesy: Google

ଶ୍ରାବଣ ମାସରେ ଆମିଷ ସେବନ କରନ୍ତୁ ନାହିଁ

ଆମିଷ ଖାଇବାକୁ ହେଲେ ଜୀବଙ୍କ ହତ୍ୟା କରିବାକୁ ପଡିଥାଏ । ଜୀବନକୁ ହତ୍ୟା କରିବା ମହାପାପ ଅଟେ । ଏହିମାସରେ ଆମିଷ ତ୍ୟାଗ କରି, ଏହି ପାପରୁ ମୁକ୍ତି ମିଳିବ । ଶ୍ରାବଣରେ ବର୍ଷା ଋତୁ ରହିଥାଏ ଓ ଆକାଶରେ ବାଦଲ ଛାଇହୋଇ ରହିଥାଏ । ସେଥିପାଇଁ ସୂର୍ଯ୍ୟ ଦେଖାଯାନ୍ତି ନାହିଁ । ସୂର୍ଯ୍ୟ ଓ ଚନ୍ଦ୍ରର ରଶ୍ମି ଆମ ପାଖରେ ପହଞ୍ଚେ ନାହିଁ , ସେଥିଲାଗି ଆମର ହଜମ ଶକ୍ତି କମଜୋର ହୋଇଯାଏ । ଏହିଦିନରେ ଏହି ଦୁଇଗ୍ରହ ଯୋଗୁ ପାଚନ ଶକ୍ତି ମଜଭୁତ ହୋଇଥାଏ ।

ପତି ପତ୍ନୀ ଧ୍ୟାନରେ ରଖନ୍ତୁ ଏହି କଥା

ଅଧିକତର ପରିବାରରେ ସ୍ଵାମି ସ୍ତ୍ରୀ ଭିତରେ ବାଦ ବିବାଦ ଛୋଟ ଛୋଟ ଝଗଡା ହୋଇଥାଏ । ଯେବେ ଛୋଟ ଛୋଟ କଥା ବଢିଯାଏ ତ ପୁରା ଘର ଅଶାନ୍ତ ହୋଇଯାଏ, ଶ୍ରାବଣ ମାସରେ ଏହି କଥାର ଧ୍ୟାନ ରଖନ୍ତୁ ଏହି ପରି କ୍ଲେଶ ନ ହେଉ । ଯେଉଁ ଘରେ ଝଗଡା ଝାଟି ହୁଏ ସେଠି ଦେବୀ ଦେବତା ବାସ କରନ୍ତି ନାହିଁ । ଶ୍ରାବଣ ମାସରେ ଶିବଙ୍କ କୃପା ଚହୁଁଛନ୍ତି ତ ଘରେ ସୁଖ ସମୃଦ୍ଧି ବଜାଏ ରଖନ୍ତୁ ।  ଘରେ ଶାନ୍ତି ରହିଲେ, ଜୀବନ ସୁଖୀ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *