କାହିଁକି ବିବାହିତ ମହିଳାମାନେ ଶ୍ରାବଣ ମାସରେ ଯାଆନ୍ତି ବାପ ଘରକୁ – ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣମାନେ ତ ଜାଣିଛନ୍ତି ଏବେ ଶ୍ରାବଣ ମାସ ଚାଲିଛି । ଏହି ମାସରେ ବହୁତ ଲୋକ ଭଗବାନ ଶିବଙ୍କୁ ଜଳାଭିଷେକ କରିବା ଲାଗି ପାଣି ନେଇ ଦୂର ଦୂରରୁ ଆସନ୍ତି । ନିଜ ମନରେ କିଛି ନା କିଛି ଭାବନା ରଖି ସମସ୍ତେ ଭଗବାନଙ୍କୁ ସ୍ମରଣ କରନ୍ତି । ତେବେ ଆଜି ଆମେ ଏହି ଶ୍ରବଣ ମାସରେ ପାଳନ ହେଉଥିବା କିଛି ନିୟମ ବିଷୟରେ ଜାଣିବା । ସେଥି  ମଧ୍ୟରୁ ଗୋଟେ ହେଉଛି ଶ୍ରାବଣ ମାସରେ ଗୋଟେ ବୋହୁ ନିଜ ଶାଶୂ ଘରୁ କାହିଁକି ତା ବାପ ଘରକୁ ଯାଇଥାଏ । ଆପଣ ମାନେ ତ ଜାଣିଛନ୍ତି ଆମ ହିନ୍ଦୁ ଧର୍ମ ଅନୁସାରେ ଆମର ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ତା ସହ ଅନେକ ନୀତି ନିୟମ ମଧ୍ୟ ଯୋଡି ହୋଇ ରହିଛି ଯାହାକୁ ପାଳନ କରିବା ଦ୍ଵାରା ଆମ ଜୀବନ ସୁଖମୟ ମଧ୍ୟ ହୋଇଥାଏ ।

ତେବେ ଶ୍ରାବଣ ମାସରେ ଯଦି ବିବାହିତ ମହିଳା ତାର ବାପଘରକୁ ଯାଏ ତେବେ ଏହା ସେମାନଙ୍କ ସ୍ଵାମୀ ମାନଙ୍କ  ପାଇଁ ବହୁତ ଭଲ ବୋଲି ଆମ ଶାସ୍ତ୍ର ରେ କୁହା ଯାଇଛି ।  ଏହା କରିବା ଦ୍ଵାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ଓ ଦାମ୍ପତ୍ୟ ଜୀବନ ହସଖୁସରେ ଭରି ରହେ । ସେଥି ପାଇଁ ଏହି ପରମ୍ପରା ଆଦିମ କାଳରୁ ଚାଲି ଆସିଛି । ତେବେ ଏହା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ଅଛି । ତେବେ ଏହି କାରଣ ଅନୁସାରେ ଶ୍ରାବଣ ମାସରେ ମଣିଷ ଦେହରେ ଅଧିକ କାମ ପ୍ରବୃତ୍ତି ବୃଦ୍ଧି ହୋଇଥାଏ । ଯାହା ଅନୁକୁଳ ପାଗର ସହଯୋଗରେ ଅଧିକ କ୍ରିୟାଶିଳ ହୁଏ । ସେଥିପାଇଁ ନୂଆ ବିବାହିତଙ୍କ ଉପରେ ଏହି ଋତୁର ପ୍ରଭାବ କମ କରିବା ପାଇଁ ଏଭଳି ପ୍ରଥା ପରମ୍ପରା ପ୍ରଚଳନ କରାଯାଇଛି ।

ଏହାର ସବୁଠୁ ବଡ କାରଣ ଅମଧ୍ୟ ହେଉଛି ଆୟୁର୍ବେଦ ଅନୁସାରେ ଯଦି ଏହି ମାସରେ ମହିଳା ଗର୍ଭଧାରଣ କରନ୍ତି ତେବେ ସେହି ଶିଶୁ ଶାରୀରିକ ଓ ମାନସିକ ଦୁର୍ବଳ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ସାମାଜିକ ପର୍ବପର୍ବାଣୀ ମଧ୍ୟ ସେହି ଅନୁସାରେ କରାଯାଇଛି, ଯେମିତି ନବ ବିବାହିତା ମହିଳା ଏହି ମାସରେ ନିଜ ସ୍ୱାମୀଙ୍କ ଠାରୁ ଦୂରରେ ରହି ଏହି ସମୟକୁ ନିଜ ବାପଘରେ ବିତାଇବେ । ଏହା କରିବା ଦ୍ଵାରା ଦୁଇ ଜଣଙ୍କ ଭବିଷ୍ୟତ ଜୀବନ ଶୁଖମୟ ହୋଇଥାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *