ପ୍ରତିଦିନ କେତୋଟି ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ଜାଣନ୍ତୁ- ନଚେତ…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ, ଆପଣ ମାନେ ତ ଜାଣିଥିବେ ଆଜିକାଲିର ଲୋକେ ଏବେ ନିଜର ସ୍ଵାସ୍ଥ୍ୟକୁ ଠିକ ରଖିବାକୁ ବା ନିଜର ଫିଗର ମେଣ୍ଟେନ କରିବାକୁ ଖାଇବା ପ୍ରତି ବହୁତ ସଜାଗ ରହୁଛନ୍ତି । ଏହିଭଳି କ୍ଷେତ୍ରରେ ବହୁତ ଲୋକଙ୍କୁ ଭାତ ଜାଗାରେ ରୁଟି ଖାଇବାର ଦେଖିବାକୁ ମିଳେ । ତେବେ କଣ ଆପଣ ଜାଣିଛନ୍ତି ଆମେ ରୁଟି ତ ଖାଉଛେ କିନ୍ତୁ ପ୍ରତ୍ୟକ ଦିନ ଆମକୁ କେତେ ରୁଟି ଖାଇବା ଆବଶ୍ୟକ ?

ଆଜି ଆମେ ଆପଣଙ୍କୁ କହିବୁ ଭୋଜନରେ ଆପଣଙ୍କୁ କେତେ  ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । କାହିଁକି ନା ଯଦି ଆପଣ ଏହା ଠିକ ଭାବେ ନ ଜାଣିବେ ତେବେ ଆପଣ ଖାଉଥିବା ପରିମାଣ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ ।

ତେବେ ଆସନ୍ତୁ ଜାଣିବା ଆମକୁ ନୀତିଦିନ କେତୋଟି ରୁଟି ଖାଇବା ଆବଶ୍ୟକ । ଯଦି ଆପଣ ସକାଳେ ୪ଟି ରୁଟି, ଖରାବେଳେ ୪ଟି ରୁଟି ଏବଂ ରାତିରେ ୪ଟି ରୁଟି ଖାଉଛନ୍ତି ତେବେ ଏହା ଶରୀର ପକ୍ଷେ ହାନିକାରକ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଯେଉଁ ରୁଟିକୁ ଆମ ଭାତ ଜାଗାରେ ରିପ୍ଲେସ କରୁଚେ ତାହା ମଧ୍ୟ ଭାତ ଭଳି କାମ କରିବ ଯଦି ଆମେ ଏହାର ଅଧିକ ପରିମାଣ ସେବନ କରିବା । ଅର୍ଥାତ ରୁଟିରେ ମଧ୍ୟ ଅଧିକ କାର୍ବୋହାଇଡ୍ରେଟ୍ ରହିଛି ଯେମିତିକି ଭାତରେ । ଯାହା ଶରୀର ପାଇଁ ବହୁତ ଖ୍ଯାତି କାରକ ।

ସେଥିପାଇଁ ଯଦି ଆମେ ଅଧିକ ପରିମାଣରେ ଏହାକୁ ଖାଉଛେ ତେବେ ଏହା  ଫ୍ୟାଟ୍ ଭାବେ ଆମ ଶରୀରରେ ଜମା ହୋଇଥାଏ । ଧୀରେ ଧୀରେ ଏହା ଓଜନ ହ୍ରାସ କରିବା ବଦଳରେ ଓଜନ ବଢାଇ ଥାଏ । କିନ୍ତୁ ଯଦି ଆପଣ ପ୍ରତିଦିନ ବ୍ୟାୟାମ କରୁଛନ୍ତି ଏବଂ ଯେକୈାଣସି ଶାରିରୀକ କାର୍ଯ୍ୟ କରୁଛନ୍ତି ତେବେ କୈାଣସି ସମସ୍ୟା ହେବ ନାହିଁ । ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଠିକ ରଖିବାକୁ ଚହୁଁଛନ୍ତି ତେବେ ପ୍ରତିଦିନ ୪ଟି ରୁଟି ହିଁ ଖାଆନ୍ତୁ । ଏହା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ । ଏହା ସହ କଞ୍ଚା ପରିବା ଏବଂ ଫଳର ଆହାର ମଧ୍ୟ ଖୁବ କରନ୍ତୁ ଓ ପାଣି ଦିନକୁ 2 ରୁ 6 ଲିଟର ପିଅନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *