ପୁରୀ ଶ୍ରୀ ମନ୍ଦିରରୁ ଗଜପତି ମହାରାଜଙ୍କୁ ଯାହା ସବୁ ମିଳେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ!

ଓଡିଆ ଜାତିର ଜଗତର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଓଡିଆ ଜାତିର ମଉଡ ମଣି ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧାରେ ଚକାଆଖି ବା କାଳିଆ ନାମରେ ମଧ୍ୟ ଜଣାଯାଏ । ତାଙ୍କର ସବୁଠାରୁ ବଡ ଭକ୍ତ ବା ସେବକ ଭାବେ ମାନ୍ୟତା ପାଇଛନ୍ତି ଗଜପତି ମହାରାଜ । ପ୍ରଭୁ ଜଗନ୍ନାଥଙ୍କର ଏମିତି ଅନେକ ରହସ୍ୟ ଯାହାକୁ ଆଜି ଯାଏଁ କେହି ଜାଣି ନାହାନ୍ତି ।

ପ୍ରଭୁଙ୍କର ଛୋଟରୁ ଛୋଟ ନୀତି ହେବା ପାଇଁ ଗଜପତି ମହାରାଜଙ୍କୁ ପଚରାଯାଏ । ଆଜି ଆମେ ଆପଣ ମାନଙ୍କୁ ଶ୍ରୀ ମନ୍ଦିରରୁ ପ୍ରଭୁଙ୍କର ସେବା କରି ଗଜପତି ମହାରାଜ କଣ ପାଆନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଗଜପତି ମହାରାଜ ଶ୍ରୀ ମନ୍ଦିରର ପରିଚାଳନା କମିଟିର ସ୍ଥାୟୀ ସଭାପତି ଅଟନ୍ତି । ତେଣୁ ତାଙ୍କୁ ମାସିକ ଭତ୍ତା ସହ ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଏ । ସୂଚନା ଅନୁସାରେ ଗଜପତି ମହାରାଜ ସ୍ଥାୟୀ ସଭାପତି ଥିବାରୁ ମାସିକ ଭତ୍ତା ୩୦,୦୦୦ ଟଙ୍କା ପାଉଛନ୍ତି । ସିଧା ସଳଖ କହିବାକୁ ଗଲେ ଗଜପତି ମହାରାଜ ବାର୍ଷିକ ୩ ଲକ୍ଷ ୬୦,୦୦୦ ତାଙ୍କ ଭତ୍ତା ପାଉଛନ୍ତି ।

ଅନ୍ୟ ପକ୍ଷରେ ଗଜପତି ମହାରାଜଙ୍କୁ କୋଠ ଗୋଦାମରେ ଦ୍ରବ୍ଯ ଆକାରରେ ପ୍ରତି ଦିନ ୭କେଜି ୩୫୦ଗ୍ରାମ ଚୂନା ଚାଉଳ ଦିଆ ଯାଇଅଛି । ଏହାକୁ ହିସାବ କରିଲେ ବର୍ଷକୁ ପ୍ରାୟ ୨ ହଜାର ୬୦୦ କିଲିଗ୍ରାମ ଚୂନା ଚାଉଳ ଗଜପତିଙ୍କୁ ଦିଆ ଯାଉଛି । ୨୦୧୦ ଏପ୍ରିଲ ମାସ ଠାରୁ ୨୦୧୧ ମାର୍ଚ୍ଚ ମାସ ପର୍ଯ୍ଯନ୍ତ ୩୬୫ ଦିନରେ ୨ ହଜାର ୫୮୨କେଜି ୭୫୦ଗ୍ରାମ ଚାଉଳ ଗଜପତିଙ୍କୁ ପ୍ରଦାନ କରା ଯାଇଛି । ସୂଚନା ନୁସାରେ ୨୦୧୯-୨୦୨୦ ରେ ୨ ହଜାର ୬୯୦କେଜି ୧୦୦ଗ୍ରାମ ଚାଉଳ ଗଜପତିଙ୍କୁ ପ୍ରଦାନ କରା ଯାଇଅଛି ।

ସମୁଦାୟ ହିସାବ କରିଲେ ଏ ଯାଏଁ ୧୦ ବର୍ଷ ମଧ୍ୟରେ ୨୬,୦୦୦ ୮୪୯କେଜି ଚାଉଳ ଗଜପତି ପାଇଛନ୍ତି । ପ୍ରଭୁଙ୍କର ଦୈନନ୍ଦିନ ନୀତି କରିବା ପାଇଁ ମଧ୍ୟ ଗଜପତିଙ୍କୁ ମହାପ୍ରସାଦ ମିଳୁଛି । ଯେପରି ପ୍ରଭୁଙ୍କର ସକଳ ଧୂପରେ ବଡ କାନ୍ଦି ୩ଟି, ଏଣ୍ଡୁରି ୧୪ଟି, କାକତୁଆ ଝିଲି ୪ଟି, ଅଦା ପାଚେଲୀ, ୩ଟି କୁଡିଆ ଖେଛେଦୀ, ୩ଟି କୁଡିଆ କାନିକା, ଭଜା, ଶାଗ, ବୁନ୍ଦି ଇତ୍ୟାଦି । ଠିକ ସେହି ପରି ମଧ୍ୟାହ୍ନ ଧୂପରେ ପୁରୀ ମିଠା, ବଡ ଅମାଲୁ, ପଖାଳ, ମୁଗ, ମରୀଚି ପାଣି, ଖିରୀ, ପଣା , ସକର ଆଦି ମିଳିଥାଏ ।

ଅନ୍ୟ ପକ୍ଷରେ ଗଜପତିଙ୍କୁ ସନ୍ଧ୍ୟା ଧୂପରେ କାକୁଆ, ଫେଣି, ପଖାଳ ଆଦି ମିଳିଥାଏ । ଲକ୍ଷ୍ମୀଙ୍କ ଭୋଗରୁ ବଡ କାକରା, ଖଳି ରୋଟି, ସୁଜି ଓ ଗଯା ମଧ୍ୟ ଗଜପତିଙ୍କୁ ମିଳିଥାଏ । ବଡ ସିଙ୍ଗାର ବେଶରୁ କଦଳୀ ବଡା, ଦକ୍ଷିଣ ଘର ଭୋଗରୁ ମଝାଲ କାକରା, ପହସିକିଆ, ମହକ ଭୋଗ ବାବଦରେ ଗଜପତି ମହାରାଜଙ୍କୁ ମିଳିଥାଏ । ଏହି ସବୁ ଜିନିଷ ସହ ଗଜପତି ମହାରାଜଙ୍କୁ ଭତ୍ତା ଆକାରରେ ଟଙ୍କା ଶ୍ରୀ ମନ୍ଦିର ପରିଚାଳନାରୁ ପ୍ରଦାନ କରାଯାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *