ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ ଏହି  ସବୁ ବ୍ରତ ରଖିଥାଏ ତାର ଘରକୁ ଦରିଦ୍ରତା କେବେ ଆସିନଥାଏ 

ହିନ୍ଦୁ ସଂସ୍କୃତିରେ ବ୍ରତ ଓ ଉପବାସ କରିବାର ଧାର୍ମିକ ଓ ସାଂସ୍କୃତିକ ମହତ୍ଵ ରହିଛି । ବ୍ରତ କରିବା ଦ୍ଵାରା ଦେହ ଓ ମନର ଶୁଦ୍ଧି ହୋଇଥାଏ । ଆତ୍ମିକ ସୁଖ ସନ୍ତୁଷ୍ଟି ଆଉ ଶାନ୍ତି ମିଳିଥାଏ । ବ୍ରତ ଗୋଟିଏ ସଂକଳ୍ପ ହୋଇଥାଏ । ଆଉ ନିଜ ଆରାଧ୍ୟ ଦେବତାଙ୍କ ସହିତ ଯୋଡି ହୋଇ ରହିବାର ଗୋଟିଏ ମାର୍ଗ ହୋଇଥାଏ । ଜଣେ ମହିଳା ତାର ପରିବାର ସବୁ ବ୍ୟବସ୍ଥା କରିଥାଏ ।

ଶେଠୀ ପାଇଁ ସେସବୁ କଥା ଓ ଉପବାସ ମଧ୍ୟ କରିଥାଏ । ମହିଳା ମାନେ ନିଜ ଇଛାରେ ବ୍ରତ କରିବାର ସଂକଳ୍ପ କରିଥାଏ । ଭଗବାନ ଶ୍ରୀ କୃଷ୍ଣଙ୍କ ଅନୁସାରେ ଘରର ମହିଳା ମାନଙ୍କୁ ଏହି ବ୍ରତ କରିବାର ଆବଶ୍ୟକ ରହିଛି । ଏହି ବ୍ରତ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ ସାମର୍ଥ୍ୟ ପ୍ରାପ୍ତ ହୋଇଥାଏ ।


ଏମିତି ସ୍ତ୍ରୀ ଘରୁ ରୋଗ ଶୋକ ଦରିଦ୍ରତା ଆଉ କ୍ଲେଶ ନଷ୍ଟ ହୋଇଯାଇଥାଏ । ଆଉ ଘରେ ସୁଖ ସମୃଦ୍ଧି ଆଉ ସୁଖର ପ୍ରାପ୍ତି ହୋଇଥାଏ । ଆଜି ଆମେ କିଛି ବ୍ରତ କଥା କହିବୁ ଯାହା କୁଆଁରୀ ଝିଅ ଓ ସୌଭାଗ୍ୟ ବତୀ ସ୍ତ୍ରୀ ମାନଙ୍କୁ କରିବା ଦରକାର । ଯାହା ଦ୍ଵାରା ତାଙ୍କର ସୌଭାଗ୍ୟ ବନିକି ରହିଥାଏ ।


ଷୋଳ ସୋମବାର :- ଏହି ବ୍ରତ କିଏବି କରିପାରିବ । ଏହି ବ୍ରତ ବିଶେଷ ରୂପରେ କୁଆଁରୀ ଝିଅ ଆଉ ସୌଭାଗ୍ୟ ବତୀ ସ୍ତ୍ରୀ ମାନେ କରିଥାନ୍ତି । କୁଆଁରୀ ଝିଅ ମାନେ ଶିବଙ୍କ ଭଳି ପତି ପାଇବା ପାଇଁ ଏହି ବ୍ରତ କରିଥାନ୍ତି । ଆଉ ସୌଭାଗ୍ୟବତୀ ମହିଳା ତାଙ୍କ ସୌଭାଗ୍ୟର ରକ୍ଷା ପାଇଁ ଏହି ବ୍ରତ ରଖୀ ଥାନ୍ତି । ମହିଳା ମାନଙ୍କୁ ନିଜ ଜୀବନ କାଳରେ ଅବଶ୍ୟ ଏହି ବ୍ରତ ରଖିବା ଦରକାର ।


ହରିତାଲିକା ବ୍ରତ :- ଭାରତରେ ବହୁତ ସ୍ଥାନରେ ଏହି ବ୍ରତ କରିବାର ପ୍ରଥା ରହିଛି । ଭାଦ୍ରବ ମାସର ଶୁକ୍ଲ ପକ୍ଷର ତୃତୀୟାକୁ ଏହି ବ୍ରତ କରାଯାଇଥାଏ । ଏହି ବ୍ରତ ଶିବ ଓ ପାର୍ବତୀଙ୍କୁ ଉପାସନା କରାଯାଇଥାଏ । ଷୋଳ ସୋମବାର ଭଳି ଏହାକୁ କୁଆଁରୀ କନ୍ୟା ଓ ସୌଭାଗ୍ୟ ବତୀ ମହିଳା ମଧ୍ୟ କରି ପାରିବ ।


ସାବିତ୍ରୀ ବ୍ରତ :- ଭାରତର ବହୁତ ସ୍ଥାନରେ ଏହାକୁ ଅଲଗା ଅଲଗା ନାମରେ ଜଣା ଯାଇଥାଏ । ପ୍ରାଚୀନ କାଳରୁ ବହୁତ ମହିଳା ନିଜ ସ୍ବାମୀଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁର କାମନା କରି ପୁରା ନିଷ୍ଠାର ସହିତ କରିଥାନ୍ତି । ଏହି ବ୍ରତର କଥା ମହାନ ପତିବ୍ରତା ସାବିତ୍ରୀଙ୍କ ସହିତ ଜଡିତ ରହିଛି । ଯିଏ ତାଙ୍କର ପତିବ୍ରତା ତପ ଦ୍ଵାରା ନିଜ ସ୍ଵାମୀ ଯମ ଦେବତାଙ୍କ ଠାରୁ ମଧ୍ୟ ଛଡେଇକି ଆଣିଥିଲେ । ଏହି ପୁରା ଘଟଣାର ସାକ୍ଷୀ ଗୋଟିଏ ବଟ ବୃକ୍ଷ ଥିଲା । ଯାହାର ପୂଜା ସତ୍ୟବାନ ଫେରିବା ପରେ ସାବିତ୍ରୀ କରିଥିଲେ । ସେବେଠୁ ସୌଭାଗ୍ୟ ବତୀ ସ୍ତ୍ରୀ ବଟ ବୃକ୍ଷର ପୂଜା କରିଥାନ୍ତି ।


କର୍ବାଚୌଥ ବ୍ରତ :- ଏହି ବ୍ରତକୁ ସମ୍ପୂର୍ଣ ରୂପରେ ଭାରତର ମହିଳା ମାନେ ରଖି ଥାନ୍ତି । ଏହାକୁ କରକ ଚତୁର୍ଥୀ ବ୍ରତ ମଧ୍ୟ କୁହାଯାଇଥାଏ । ପତିର ଜୀବନସୁଖମୟ ହେଉ ଏହା ଭାବି ଏହି ବ୍ରତ ବହୁତ ଖୁଶିର ସହିତ କରାଯାଇଥାଏ । ନିଜ ସ୍ଵାମୀକୁ ଦୀର୍ଘାୟୁ ଆଉ ସୁସ୍ଥ ଦେଖିବା ପାଇଁ ପୁରା ଦିନ ଉପବାସ କରି ଏହି ବ୍ରତକୁ କରାଯାଇଥାଏ । ଆଉ ରଟିକି ଚାନ୍ଦ ଦେଖିବା ପରେ ଯାଇ ଭୋଜନ କରାଯାଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *