ଆପଣ ଜାଣି ନଥିବେ ଶ୍ରୀମଦଭଗବତଗୀତା ର ଏହି ୧୧ଟି ବିଶେଷ କଥା- ନିଶ୍ଚୟ ଜାଣନ୍ତୁ ବହୁତ କାମରେ ଆସିବ

ଶ୍ରୀମଦଭଗବତଗୀତା ଜ୍ଞାନ ଅଦ୍ଭୁତ ଭଣ୍ଡାର ଅଟେ, ଗୀତା ମାନବକୁ ଜୀବନ ରେ ପ୍ରତିକ୍ଷଣ ଆସୁଥିବା ଛୋଟ ବଡ ସଂଘର୍ଷ ପାଇଁ ସାହସ କରି ଠିଆ ହବା ପାଇଁ ଶକ୍ତି ପ୍ରଦାନ କରି ଥାଏ । ଗୀତା ଅନୁଯାଇ ଜୀବନ କାନ୍ଦିବା ପାଇଁ ନୁହେଁ, ସବୁ ଛାଡି ପଳେଇବା ପାଇଁ ନୁହେଁ, ଆମ ଜୀବନ ହସ ଏବଂ ଖେଳ ପାଇଁ ଅଟେ । ଗୀତା ସମସ୍ତଙ୍କୁ ଅସୁବିଧା ସମୟରେ ସାହାସ କରି ସାମ୍ନା କରିବା ପାଇଁ ପ୍ରେରଣା ଦେଇ ଥାଏ ।

ଆମେ ପ୍ରତେକ କାମ ପାଇଁ ତୁରନ୍ତ ନିଷ୍ପତ୍ତି ଚାହୁଁ କିନ୍ତୁ ଭଗବାନ କୁହନ୍ତି ଧର୍ଜ୍ୟ ବିନା ଅଜ୍ଞାନ, ଦୁଃଖ, ମୋହ, କ୍ରୋଧ, କାମ ଏବଂ ଲୋଭ ଦ୍ଵାରା ଜୀବ ନିର୍ବୃତ୍ତି ପାଇ ପାରିବ ନାହିଁ ।

ଆସନ୍ତୁ ଜାଣିବା ଏହି ଦିବ୍ୟ ଗ୍ରନ୍ଥ ବିଷୟରେ ୧୧ଟି ବିଶେଷ କଥା :

–      ଶ୍ରୀମଦଭଗବତଗୀତା ଗୋଟେ ଦିବ୍ୟ ଗ୍ରନ୍ଥ ଅଟେ, ଗୀତା ଜୀବନକୁ ଧନ୍ୟ କରିଥାଏ ତା ସହ ମାରିବା ମଧ୍ୟ ଶିଖେଇ ଥାଏ, ଏହା ଆମୁକୁ ଜୀବନରେ ସବୁ ଛାଡି ପଳେଇବା ନୁହେଁ ସାହସ କରି ସାମ୍ନା କରିବା ଶିଖେଇ ଥାଏ ଏହା ଆମ ଜୀବନ ପାଇଁ ପ୍ରେରଣା ଦେଇଥାଏ ।

–      ଗୀତା ଜୟନ୍ତୀ ମାର୍ଗଶୀର ଶୁକ୍ଳ ଏକାଦଶୀ କୁ ମନା ଯାଇ ଥାଏ ।

–      ଶ୍ରୀମଦଭଗବତଗୀତା ହିନ୍ଦୁମାନଙ୍କର ପବିତ୍ରମ ଗ୍ରନ୍ଥରୁ ଗୋଟେ ।

–      ଗୀତା ଏକମାତ୍ର ଏମିତିକା ଗ୍ରନ୍ଥ ଯାହାର ଜୟନ୍ତୀ ମନା ଯାଏ ।

–      ଶ୍ରୀମଦଭଗବତଗୀତା ପୃଷ୍ଠଭୂମି ମହାଭାରତ ଯୁଦ୍ଧ ଅଟେ ।

–      ଶ୍ରୀମଦଭଗବତଗୀତାର ୧୮ଟି ଅଧ୍ୟାୟ ଅଟେ ଏବଂ ମହାଭାରତ ଯୁଦ୍ଧ ମଧ୍ୟ ୧୮ ଦିନ ଚାଲି ଥିଲା ।

–      ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ଗୀତା ଉପଦେଶ ଦେଇ ଥିଲେ ।

–      ଗୀତାରେ କର୍ତ୍ତବ୍ୟକୁ ଧର୍ମ କୁହା ଯାଇଛି, ଭଗବାନ କୁହନ୍ତି କର୍ତ୍ତବ୍ୟ ପୂର୍ଣ ରେ କେବେ ଲାଭ ହାନି ଦେଖିବା ଉଚିତ ନୁହଁ ।

–      ଭଗବାନ ଅର୍ଜୁନଙ୍କୁ ନିମିତ କରି, ଗୀତା ଜ୍ଞାନ ଦ୍ଵାରା ବିଶ୍ଵ ରେ ପୁରୁଷାର୍ଥ ପାଇଁ ଲୋକଙ୍କୁ ପ୍ରେରଣା ଦେଇଛନ୍ତି ।

–      ଗୀତା କେବଳ ଧର୍ମ ଗ୍ରନ୍ଥ ନୁହେଁ, ଏହା ଜୀବନ ରେ ହେଉ ଥିବା ପ୍ରତେକ ପ୍ରଶ୍ନ ର ଉତ୍ତର ଅଟେ, ଏହାକୁ ପ୍ରତେକ ବ୍ୟକ୍ତି ପଢିବା ଉଚିତ ଅଟେ ।

–      ଗୀତାରେ ୭୦୦ ଶ୍ଳୋକ ଅଛି ଯାହା ଜୀବନରେ ଆସୁଥିବା ପ୍ରତେକ ପ୍ରଶ୍ନ ର ଉତ୍ତର ଅଟେ, ପ୍ରତେକ ଲୋକ ଜୀବନରେ କେବେ ନା କେବେ ସମସ୍ୟା ଆସିଥାଏ ଯାହାର ସମାଧାନ ଏହି ଗୀତାରୁ ଆପଣ ପାଇ ପାରିବେ ।

Leave a Reply

Your email address will not be published. Required fields are marked *