ସ୍ତ୍ରୀ ରୋଗର ଚିକିତ୍ସା ପାଇଁ ଟଙ୍କା ନ ଥିବାରୁ, ସ୍ଵାମୀ କଲା କିଛି ଏମିତି ଯାହା ଶୁଣି ଆପଣ ବିଶ୍ୱାସ କରିପାରିବେନି

ଗୋଆରୁ ଆଶ୍ଚର୍ଯ୍ୟ କରି ଦଉଥିବା କଥା ସାମ୍ନାକୁ ଆସିଛି, ଏଠାର ଉତ୍ତର ଗୋଆରେ ଗୋଟେ ଲୋକ ଉପରେ ନିଜ ରୋଗିଣା ସ୍ତ୍ରୀକୁ ଜିଅନ୍ତା ପୋତିକି ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି । ଏହି ପରି କେତେକ ଅଦ୍ଭୁତ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି ମଣିଷ ନିଜସ୍ୱ ହରେଈ ଚାଲିଛି । ଏବେ ଏହି ଘଟଣା ରେ ଗୋଆ ପୋଲିସ ଆରୋପି ପତିକୁ ଗିରଫତାର କରିଛନ୍ତି, ଘଟଣା ତଦନ୍ତ ଚାଲି ଅଛି । ତେବେ ସ୍ଵାମୀ ଜଣଙ୍କ ଏମିତି କାହିଁକି କଲେ ?

ସେ ବିଷୟରେ ଜାଣିବା ପାଇଁ ଆମର ସମ୍ପୁର୍ଣ୍ଣ ଖବର ଟି ପଢନ୍ତୁ ।

ପୋଲିସ ଶୁକ୍ରବାର ଜଣାଇଲେ ଯେ ୪୬ବର୍ଷ ଟୁକାରାମ ଶେଟଗାଁକର ନିଜ ରୋଗୀ ସ୍ତ୍ରୀ ତନ୍ଵୀ ଜୋ ଯାହା ବୟସ ୪୪ବର୍ଷ ଥିଲା  ତାଙ୍କୁ ବିଚୋଲିମ ତାଲୁକ ନରୱେମ ଗାଁ ରେ ତିଲ୍ଲାରୀ ସିଞ୍ଚାଇ ପରିଯୋଜନା କାର୍ଯ୍ୟ ସ୍ଥଳ ରେ କଥିତ ରୂପ ଅନୁଯାଇ ଜିଅନ୍ତା ପୋତି ଦେଇ ଥିଲେ । ଆରୋପିକୁ ଗୁରୁବାର ଦିନ ଗିରଫତାର କରା ଯାଇଛି, ପୋଲିସ ଅନୁଯାଇ ଆରୋପି ଛୋଟ ମୋଟ କାମ କରି ନିଜ ଜୀବିକା ଚଳାଉ ଥିଲେ ।

ସେ ନିଜ ସ୍ତ୍ରୀ ହତ୍ୟା କଲା କାହିଁକିନା ସେ ସ୍ତ୍ରୀ ରୋଗର ଚିକିତ୍ସା ପାଇଁ ଖର୍ଚ ବହନ କରି ପାରୁ ନଥିଲା । ପୋଲିସ ଅଧିକାରୀ ଅନୁଯାଇ କିଛି ଶ୍ରମିକ ମହିଳା ଶବ ବରାମଦ କଲେ, ଆରୋପି ଶ୍ରମିକଙ୍କୁ ସେହି ସ୍ଥଳ ରେ କାମ କରିବା ପାଇଁ ଅଟକଉଥିଲା, ସେହି ଜାଗାରେ ପୀଡିତକୁ ବୁଧବାର ପୋତି ଥିଲା ।

ବକୋଲ ପୋଲିସ ଅଧିକାରୀ ବିଚୋଲିମ ପୋଲିସ ଥାନା ଆରୋପି ବିରୁଦ୍ଧରେ ଭାରତୀୟ ଦଣ୍ଡ ଧାରା ୩୦୨ ଏବଂ ୨୦୧ ଅନୁଯାଇ ଅଭିଯୋଗ ଦର୍ଜ କରିଛନ୍ତି । ଏବେ ମଧ୍ୟ ତଦନ୍ତ ଚାଲୁଛି, ଶବ ପୋସ୍ଟମଟନ ପରେ ଅନ୍ତିମ ସଂସ୍କାର କରା ଯାଇଛି । ସେହିପରି ଆଉ ଏକ ଘଟଣା  ହାଇଦ୍ରାବାଦ ସିକନ୍ଦରାବାଦ ରେ ଗୋଟେ ନବଜାତ ଝିଅକୁ ଜିଅନ୍ତା ପୋତି ଦବାକୁ ଚେଷ୍ଟା କରିଥିଲେ ଓ ଠିକ ସମୟରେ ପୋଲିସ ଆସି ଆରୋପିଙ୍କୁ ଧରି ଥିଲେ ।

ସେମାନେ ସେ ଝିଅର ବାପା ଏବଂ ଜେଜେବାପା ଥିଲେ, ସେମାନେ ତାକୁ ଏଥିପାଇଁ ମାରିବାକୁ ଚାହୁଁଥିଲେ କାହିଁକି ନା ସେ ଗୋଟେ ଝିଅ ଥିଲା । ଆଜି ଭଳି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏ ନିଜ ନବଜାତ ଶିଶୁକୁ ହତ୍ୟା କରୁଛନ୍ତି କାହିଁକି ନା ସେ ଗୋଟେ ଝିଅ । ଏବଂ ଏମିତି ସ୍ଵାମୀ ବି ଅଛନ୍ତି ଯିଏ ନିଜ ପତ୍ନୀକୁ ଜୀବନ୍ତ ପୋତି ମାରି ଦେଉଛନ୍ତି । ନାରୀ ମାନେ କେବେବି କେଉଁଠି ବି ସୁରକ୍ଷିତ ନୁହନ୍ତି ଯେଉଁଠି ନିଜ ଘର ଲୋକ ଏମିତି କରିବାକୁ ପଚଉ ନାହାନ୍ତି ସେଠି ପର ଉପରେ କଣ ବା ଭରସା ।

Leave a Reply

Your email address will not be published. Required fields are marked *