କର୍ନାଟକ ବେଙ୍ଗଲୁରୁ ରୁ ଗୋଟେ ଚକିତ କରି ଦଉଥିବା ଘଟଣା ସାମ୍ନାକୁ ଆସିଛି, ଏଠାରେ ଗୋଟେ ମହିଳା ବିବାହର ୩ମାସ ପରେ ଗୋଟେ ଛୁଆକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏଭଳି ଗୋଟେ କଥା ବିଷୟରେ ଜାଣି ସ୍ଵାମୀ ଏମିତି କିଛି ଭୟଙ୍କର କାମ କଲେ ଯାହା ଶୁଣି ଆପଣ ମଧ୍ୟ ଡରି ଯିବେ । ଖବର ଅନୁଯାଇ ମଦନାୟକନହଲ୍ଲୀ ନିବାଶି ରାଜୁ ଏବଂ ସୁଷମାଙ୍କର ବିବାହ ୬ ମାସ ତଳେ ହୋଇ ଥିଲା । ଦୁହେଁ ଫେସବୁକ ଦ୍ଵାରା ସାଙ୍ଗ ହୋଇ ଥିଲେ, ଏବଂ ଏହା ପରେ ଦୁହିଁଙ୍କୁ ପ୍ରେମ ହୋଇ ଗଲା ଏହା ମଧ୍ୟ ରେ ସୁଷମା ଗର୍ଭବତୀ ହୋଇ ଗଲେ ।
ଏହାର ୬ ମାସ ପରେ ଦୁହେଁ ଘର ଲୋକଙ୍କ କଥା ମାନି ବିବାହ କଲେ, ଏହା ପରେ ସୁଷମା ଛୁଆଟିକୁ ଜନ୍ମ ଦେଲେ । ବିବାହ ପର ଠାରୁ ରାଜୁ ନିଜ ସ୍ତ୍ରୀର ଗୋଟେ ଗୁଣ ପାଇଁ ଚିନ୍ତା ରେ ରହୁଥିଲେ ଏବଂ ଗୋଟେ ଦିନ ଏହି ଚିନ୍ତା କ୍ରୋଧ ରେ ପରିବର୍ତ୍ତନ ହେଲା ଯାହା ଫଳରେ ରାଜୁ ନିଜ ସ୍ତ୍ରୀ ଓ ୩ ମାସ ଛୁଆକୁ ଜୀବନରୁ ମାରି ଦେଲେ ।
ଏହା ପରେ ଅଭିଯୋଗୀ ସ୍ଵାମୀକୁ ପୋଲିସ ଗିରଫତାର କରିଛନ୍ତି ଏହି ଘଟଣା ବେଙ୍ଗଲୁରୁ ର ରାମନଗର ଜିଲ୍ଲାର ଅଟେ । ପୋଲିସ ପଚାରିଲା ପରେ ଆରୋପି କହିଲା ଯେ ସେ ନିଜ ସ୍ତ୍ରୀର ଫେସବୁକ ଓ ଇଂଷ୍ଟାଗ୍ରାମ ରେ ଅପରିଚିତ ଲୋକଙ୍କ ସହ ଚାଟିଙ୍ଗ ପାଇଁ ବିରକ୍ତ ହେଉଥିଲା । ଆରୋପି କହିବା ଅନୁଯାଇ ତା ସ୍ତ୍ରୀ ଅନ୍ୟ କାମ ଯେମିତିକି ଘର ସଫା ରଖିବା, ରୋଷେଇ କରିବା ଏହା ଛଡା ନିଜ ୩ ମାସ ଛୁଆ ପାଇଁ ବି ସମୟ ଦେଉ ନଥିଲା ତା ଅନୁଯାଇ ସ୍ତ୍ରୀ ସୁଷମା ସବୁବେଳେ ଫୋନ ରେ ଲାଗି ରହୁଥିଲା ।
ସ୍ତ୍ରୀ ର ସୋଶିଅଲ ମିଡିଆ ନିଶା ଦ୍ଵାରା ହଇରାଣ ହୋଇ ଗୋଟେ ଦିନ ଆରୋପି ରାଜୁ ସ୍ତ୍ରୀ ଓ ଛୁଆ ଦୁହିଁଙ୍କୁ ନେଇ ଜଙ୍ଗଲ ଗଲା ଓ ପଥର ରେ ଛେଚି ଛେଚି ହତ୍ୟା କରି ଦେଲା ଏବଂ ଏହା ପରେ ବାଇକରୁ ପେଟ୍ରୋଲ ବାହାର କରି ଶବକୁ ନିଆଁ ରେ ପୋଡି ଦେଲା । କେବଳ ଏତିକି ନୁହଁ ୩ ମାସ ଛୁଆ ବେକ ଚିପି ହତ୍ୟା କରି ଦେଲା ଓ ଜଙ୍ଗଲ ରେ ଫିଙ୍ଗି ଦେଇ ଗଲା । ଏହି ଘଟଣା ଉପରୁ ପରଦା ସେତେବେଳେ ଉଠିଲା ଯେତେବେଳେ ବନ ବିଭାଗ କର୍ମଚାରୀ ଅଧାଜଳିଥିବା ଶବ ଜଙ୍ଗଲ ରେ ଦେଖିବାକୁ ପାଇଲେ । ଏହା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କଲା ଯାହା ପରେ ସନ୍ଦେହ ଦ୍ଵାରା ସ୍ଵାମୀ ରାଜୁକୁ ଗିରଫତାର କଲେ ଯାହା ପରେ ଆରୋପି ନିଜ ଦୋଷ ସ୍ଵୀକାର କଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।