ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।
୧. ସ୍ଵାମୀ ନିଜ ସ୍ତ୍ରୀ ଠାରୁ ହଇରାଣ ହୋଇ କୋର୍ଟ ରେ ଛାଡପତ୍ର ନବାକୁ ପହଞ୍ଚିଲା
ଜଜ – ଛାଡପତ୍ର କଣ ପାଇଁ ନବାକୁ ଚାହୁଁଛ ?
ସ୍ଵାମୀ – ମୁଁ ଆ ସହ ଖୁସି ନାହିଁ !!
ସ୍ତ୍ରୀ – ଜଜ ସାହବ, ପୁରା ସାଇ ଖୁସି ଅଛି କେବଳ ୟେ ଏକା ଅତି ନଖରା ଦେଖାଉଛନ୍ତି ।
୨. ସ୍ଵାମୀ ନିଜ ସ୍ତ୍ରୀକୁ ମେସେଜ କଲା –
ମୋ ଜୀବନ ଏତେ ସୁନ୍ଦର ଏତେ ମହତ୍ଵପୂର୍ଣ ବନେଇବା ପାଇଁ ଧନ୍ୟବାଦ ।
ମୁଁ ଆଜି ଯାହା ଅଛି କେବଳ ତୁମ ପାଇଁ, ତୁମେ ମୋ ଜୀବନରେ ଆସି ଗୋଟେ ସୁନ୍ଦର ଜୀବନଟି ଦେଇଚ, ତମେ ବହୁତ ଭଲ ଲଭ ୟୁ ।
ସ୍ତ୍ରୀ ରିପ୍ଳାୟ କଲା –
ମାରିଦେଲ ଚତୁର୍ଥ ପେଗ ??
ଏବେ ଘରକୁ ଆସ ମୁଁ କିଛି କହିବିନି !!
୩. ସ୍ଵାମୀ (ସ୍ତ୍ରୀ କୁ କହିଲା ) – ମୋ ପାଇଁ ଫୋନ ଆସିଲେ କହିବ ମୁଁ ଘରେ ନାହିଁ
ହଟାତ ଫୋନ ବାଜିଲା…..
ସ୍ତ୍ରୀ ଫୋନ ଉଠେଇଲା ଓ କହିଲା – ସେ ଏବେ ଘରେ ଅଛନ୍ତି ।
ସ୍ତ୍ରୀ ଫୋନ ରଖିଲା ପରେ ଛିଡିକି କହିଲା ମୁଁ ମନା କରିଥିଲି କହିବାକୁ ?
ସ୍ତ୍ରୀ – ତମେ ତମ ଫୋନ ପାଇଁ କହିଥିଲ, ସେ ଫୋନ ମୋ ପାଇଁ ଆସିଥିଲା !!!
୪. ସ୍ତ୍ରୀ- କଣ କଣ ସମ୍ଭାଳିବୁ ଆମେ,
ତମକୁ ସମ୍ଭାଳିବୁ…….
ତମ ଛୁଆଙ୍କ ସମ୍ଭାଳିବା…..
ତମ ମା ବାପାଙ୍କୁ ସମ୍ଭାଳ……
ବା ତମ ଘର ସମ୍ଭାଳିବୁ
ସ୍ଵାମୀ – ( ବହୁତ ଆରାମରେ କହିଲେ ) କେବଳ ନିଜ ଜୁବାନ ସମ୍ଭାଳି ରଖ…… ବାକି ସବୁ ଆପେ ଆପେ ସମ୍ଭାଳି ହୋଇଯିବ ।
୫. ଜଣେ ଟକଲା ବିନା କଲର ଟିଶର୍ଟ ରେ ସ୍ତ୍ରୀକୁ ପଚାରିଲା – କେମିତି ଲାଗୁଛି ?
ସ୍ତ୍ରୀ -ଛାଡ ଏ ସବୁ କଥା
ଟକଲା – ଆରେ କୁହ
ସ୍ତ୍ରୀ – ଏମିତି ଲାଗୁଚ ଯେମିତି ଫାଟିଲା ସକ୍ସରୁ ଆଙ୍ଗୁଳି ବାହାରି ଯାଇଛି ।
୬. ସ୍ତ୍ରୀ – ମୁଁ ଡ୍ରାଇଭରକୁ ଚାକିରିରୁ ବାହାର କରୁଛି, ଆଜି ମୁଁ ଦୁତୀୟ ଥର ମରୁ ମରୁ ବଞ୍ଚିଛି ।
ସ୍ଵାମୀ – ପ୍ଳିଜ ଡାର୍ଲିଙ୍ଗ ତାକୁ ଆଉ ଗୋଟେ ମୋକା ଦିଅ ଏଥର କମ ହୋଇଯିବ ।
୭. ସ୍ତ୍ରୀ ବାଥରୂମରୁ ଭାରକୁ ଆସିଲା
ସ୍ଵାମୀ ତାକୁ ଏକା ଲୟରେ ଚାହିଁଥାଏ
ସ୍ତ୍ରୀ ରୋମାଣ୍ଟିକ ହେଇ ଲାଜେଇ କହିଲା- କଣ ତମ ମନରେ ଚାଲିଛି ?
ସ୍ଵାମୀ ଗୋଟେ ତୋରା କାଢିଲା ଓ କହିଲା- ମୋ ଗରମ ପାଣିରେ କାହିଁକି ଗାଧେଇଲୁ ?