ସୁଦଶା ବ୍ରତ କିପରି ମାରା ହୁଏ ? ମାର ହେଲେ କଣ କରିବେ ? ହଜିଗଲେ କଣ କରିବେ ?

ଆମ ଦେଶରେ ନାରୀ ମାନେ ପ୍ରତି ବର୍ଷ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ବ୍ରତ ସୁଦଶା ବ୍ରତ କରିଥାନ୍ତି ଯାହାକୁ ନିଷ୍ଠାର ସହ କରିବାକୁ ପଡିଥାଏ । ଯଦି କୌଣସି ନାରି ଶ-ବକୁ ଛୁଇଁ ଆସି ସୁଦଶା ବ୍ରତ ପିନ୍ଧିଥାଏ ତେବେ ତାହା ମାରା ହୋଇଥାଏ । ଏହା ପରେ ବ୍ରତକୁ ପାଣିରେ ପକାଇବାକୁ ପଡିଥାଏ । ଯଦି କୌଣସି ଘରେ ଅ-ଣ-ଶୁ-ଧି-ଆ ହୋଇଥାଏ ତେବେ ଯଦି ନାରୀଟି ତାଙ୍କୁ ଅଜାଣତରେ ଛୁଇଁଥାଏ ତେବେ ବ୍ରତ ମାରା ହୋଇଥାଏ କିନ୍ତୁ ସେହି ବ୍ରତକୁ ପାଣିରେ ବିସର୍ଜନ ନ କରିଲେ ଚଳିବ ।

ଯେଉଁ ମାନାଙ୍କର ଅ-ଣ-ଶୁ-ଧି-ଆ ହୋଇଥିବ ସେମାନେ ୧୦ ବା ୧୧ ଦିନ ଯେଉଁ ନଖ କଟା ହୁଏ ବିବାହିତା ମହିଳା ମାନେ ସୁଦଶା ବ୍ରତ ପିନ୍ଧିବା ଉଚିତ ନୁହେ । ବ୍ରତ ଓଲହାଇ ନଖ କାଟିବା ଉଚିତ । ଏହା ପରେ ୧୧ ଦିନ କର୍ମ ସାରିଲେ ସୁଦଶା ବ୍ରତକୁ କଞ୍ଚା କ୍ଷୀରରେ ସହ ହଳଦୀରେ ଧୋଇ ଏହାକୁ ପିନ୍ଧି ପାରିବେ । ଯଦି ମହିଳା ପିଲା ଜନ୍ମ କରିଥାଏ ଓ ତାକୁ କେହି ଛୁଇଁଥାଏ ତେବେ ସୁଦଶା ବ୍ରତ ମାରା ହୋଇଥାଏ ।

ଏହାକୁ ପାଣିରେ ବିସର୍ଜନ କରିବାକୁ ପଡିଥାଏ । ଯେଉଁ ମାନେ ବାହାରେ କାମ କରୁଛନ୍ତି ସେମାନେ ସୁଦଶା ବ୍ରତ ନ ଧାରଣ କରି ଘରେ ରଖି ପୂଜା କରି ପାରିବେ । ଏହା ଛଡା ଯେଉଁ ମାନେ ମହିଳା ମାନେ ବ୍ରତ ନ ପିନ୍ଧୁଥିବେ ସେମାନେ ତୁଳସୀ ପତ୍ରର କାଠି ନିଜ ଶାଢୀ କାନି ବା ବେକରେ ବା ହାତରେ ସୂତାରେ ପିନ୍ଧିବେ । ଏହା ଛଡା ତୁଳସୀ ମାଳି ଯଦି ଧାରଣ କରିଥାନ୍ତି ତେବେ ଆମିଷର ବର୍ଜନ କରିବା ଉଚିତ ।

ଯଦି ବ୍ରତ ଛିଡି ଯାଇଛି ତେବେ ତାହାକୁ ପାଣିରେ ବିସର୍ଜନ କରିବା ଉଚିତ ନୁହେ । ବରଂ ନିଜ ପାଖରେ କୌଣସି ଏକ ଜାଗାରେ ରଖନ୍ତୁ । କେବେ ବି ସୁଦଶା ବ୍ରତ କାହାକୁ ଦେବେ ନାହି କି ହଜାଇବେ ନାହି । କୌଣସି ପର୍ବ ପର୍ବାଣି ଦିନ ସୁଦଶା ବ୍ରତ ଓଲହାଇବା ଅନୁଚିତ । ଅନ୍ୟ କୌଣସି ଦିନରେ ବ୍ରତ ଓଲହାଇ ପାରିବେ ।

ବ୍ରତ କୁ କୌଣସି ପିତଳ ବାକ୍ସରେ ଏକ କପଡା ପକାଇ ରଖିବେ । ସୁଦଶା ବ୍ରତକୁ ପ୍ରତି ଗୁରୁବାର ଦିନ ପୂଜା କରିବା ଉଚିତ । କଞ୍ଚା କ୍ଷୀର ଓ ହଳଦୀରେ ବ୍ରତ ଧୋଇବା ଉଚିତ । ଏପରି କରିବା ଦ୍ଵାରା କେବେ ବି ବ୍ରତ ମାରା ହୁଏ ନାହିଁ । ସୁଦଶା ବ୍ରତକୁ ଡାହାଣ ହାତର ବାହୁରେ ପିନ୍ଧିବା ଉଚିତ ।

କେବେ ବି ହାତର ଅଗ୍ର ଭାଗରେ ପିନ୍ଧିବା ଅନୁଚିତ । ଯଦି ଆପଣ ବ୍ରତ ପାଇଥିବେ ତାହାକୁ କେବେ ବି ନିଜ ପାଖରେ ନ ରଖି ପାଣିରେ ଭସେଇ ଦେବେ । ଯଦି ଅନନ୍ତ ବ୍ରତ ମିଳିଥାଏ ତେବେ ତାହାକୁ ରଖିବା ଉଚିତ । ତେବେ ଏହା ଥିଲା ସୁଦଶା ବ୍ରତ କିପରି ମାରା ହୁଏ ଓ ମାରା ହେଲେ ଏହାର ପ୍ରତିକାର ସ୍ୱରୂପ କଣ କରିବା ଉଚିତ । ଯଦି ବ୍ରତ ହଜିଯାଏ ତେବେ ମା ଲକ୍ଷ୍ମୀଙ୍କୁ କ୍ଷମା ଯାଚନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *