ଘରର ମୁଖ୍ୟ ଦ୍ଵାରାର ଏହି ସବୁ ଲକ୍ଷଣ ଦେଖାଗଲେ ମାଡି ଆସେ ବିପଦ- Vaastu Tips

ଆପଣ ମାନେ ଜାଣିଥିବେ ଘରର ବାସ୍ତୁ ଠିକ ରହିଲେ ଘରର ଉନ୍ନତି ହୋଇଥାଏ । ଘର ତିଆରି କରି ତାକୁ ପୁଣି ଥରେ ଭାଙ୍ଗି ଠିକ କରିବା କଷ୍ଟଦାୟକ ହୋଇଥାଏ । କିନ୍ତୁ କିଛି ସମୟରେ ସବୁ କିଛି ଠିକ ଥାଇ ମଧ୍ୟ ଅନେକ କାମ ବିଗିଡି ଯାଇଥାଏ । ଘରର କିଛି କ୍ଷତି ହେବାର ପ୍ରମୁଖ କାରଣ ହେଉଛି ଘର ଦୁଆର ମୁହଁ ଠିକ ଅଛି କି ନାହି । ବାସ୍ତୁ ଅନୁସାରେ ଯଦି ଘରର ଦୁଆର ମୁହଁ ଠିକ ନାହି ତେବେ ଅନେକ ସମସ୍ଯା ହୋଇଥାଏ । ଉଦାହରଣ ସ୍ୱରୂପ ଘରେ ଅସାନ୍ତି ହେବା ବା କଳହ ଲାଗିବା ବା ଶାରୀରିକ ଅସୁସ୍ଥତା ହେବା ବା ଧନହାନି ହେବା ବା ରୁଣ କାର୍ଯ୍ୟ ବା ଦାଂପତ୍ଯ ଜୀବନରେ ସମସ୍ଯା ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଘରର ଦୁଆର ମୁହଁ କବାଟରେ କଣ ସବୁ ଲକ୍ଷଣ ଦେଖାଗଲେ ସମସ୍ୟା ହୋଇଥାଏ ତାହା କହିବାକୁ ଯାଉଛୁ । ଯଦି ଘରର ପ୍ରବେଶ ଦ୍ଵାରା ସଲଗ୍ନ ଏକା ସହ ତିନୋଟି ଦ୍ଵାରା ପରସ୍ପରକୁ ଲାଗି ରହିଥାଏ ବା ଦେଖା ଯାଉଥାଏ ତେବେ ଏହା ଅଶୁଭ ହୋଇଥାଏ । ଯଦି ପ୍ରବେଶ ଦ୍ଵାରା ପାଖରେ ବଡ ଖମ୍ବ ବା ଖୁଣ୍ଟ ରହିଥାଏ ତେବେ ତାହା ଅନେକ କ୍ଷତି କରିଥାଏ ।

ଏପରି ହୋଇଥିଲେ ବ୍ୟକ୍ତିଗତ ଜୀବନରେ କ୍ଷତି ହେବା ସହ ଅର୍ଥ କ୍ଷେତ୍ରରେ କ୍ଷତି ହୋଇଥାଏ । ଯଦି ଆପଣ ଘରର ମୁଖ୍ୟ ଦ୍ଵାରା କରିଛନ୍ତି ତେବେ କୌଣସି କୋଣକୁ ରଖିବେ ନାହି । ଘରର ମୁଖ୍ୟ ଦ୍ଵାର ମଝିରେ କରିବା ଉଚିତ । ଘରର ମୁଖ୍ୟ ଦ୍ଵାର ଯେତିକି ଉଚ୍ଚାରେ ରଖିଛନ୍ତି ଠିକ ସେତିକି ଘରର କାନ୍ଥ ସବୁ ରହିବା ଦରକାର । ଯେତିକି ଝରକା ରହିଛି ତାକୁ ମଧ୍ୟ ସମାନ ଉଚ୍ଚତାରେ ରଖନ୍ତୁ ।

ଏହା ଛଡା ଘର ମୁଖ୍ୟ ଦ୍ଵାରା ଭିତରକୁ ଖୋଲିବା ଦରକାର । ଯଦି ବାହାରକୁ ଖୋଲେ ତେବେ ଏହା ଦ୍ଵାରା ଅର୍ଥ ହାନି ହୋଇଥାଏ । ଯଦି କବାଟ ବନ୍ଦ ବା ଖୋଲିବା ସମୟରେ ଶବ୍ଦ ହେଉଥାଏ ତେବେ ଏହା ଦ୍ଵାରା ଘର କ୍ଷତି ହୋଇଥାଏ । ଘର ମୁଖ୍ୟ ଦ୍ଵାରାରେ କଣ୍ଟା ଜାତୀୟ ଗଛ ବା ଲଙ୍କା ଗଛ ବା ପିତା ଗଛ ଲଗାଯାଏ ତେବେ ଏହା ଦ୍ଵାରା ଘର କ୍ଷତି ହୋଇଥାଏ ।

ଘର ମୁଖ୍ୟ ଦ୍ଵାରାରେ ଉଗ୍ର ମୂର୍ତ୍ତି ରଖିବା ଉଚିତ ନୁହେ । ଘରର ମୁଖ୍ୟ ଦ୍ଵାରା କବାଟ ନାଲି ରଙ୍ଗ କରିବା ଉଚିତ ନୁହେ । ଘରର ମୁଖ୍ୟ ଦ୍ଵାରା ବନ୍ଦ ଓ କବାଟ କାଠରେ ତିଆରି କରନ୍ତୁ । କେବେ ବି ଲୁହାରେ କରନ୍ତୁ ନାହି । ଏହା ଦ୍ଵାରା ଘରେ ଅସାନ୍ତି ହେବା ସହ ଧନ ହାନି ହୋଇଥାଏ । ତେବେ ଏହା ଥିଲା ବାସ୍ତୁ ଶାସ୍ତ୍ର ଅନୁସାରେ ଘର ମୁଖ୍ୟ ଦ୍ଵାରା କବାଟ ରେ କଣ ସବୁ ଲକ୍ଷଣ ଦେଖାଗଲେ ସମସ୍ୟା ହୋଇଥାଏ ଓ ଏହାର ପ୍ରତିକାର କଣ ରହିଛି ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ବାସ୍ତୁ ଟିପ୍ସ ଟି ଭଲ ଲାଗିଥିବ ଯାହା ଆପଣ ମାନଙ୍କୁ ସହାୟତା ହେବ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *