10 ମାସର ଶିଶୁକୁ ମିଳିଲା ଚାକିରି! 18 ବର୍ଷର ପର୍ଯ୍ୟନ୍ତ ମିଳିବ…. ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ହୋସ ଉଡିଯିବ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏକ ସଡକ ଦୁର୍ଘଟଣାରେ ବାପା ମା’ ତ ମରିଗଲେ କିନ୍ତୁ 10 ମାସର ଶିଶୁଟି ବଞ୍ଚିଗଲା । ଏବଂ ସବୁଠୁ ବଡ କଥା ହେଉଛି ତାର ଭବିଷ୍ୟତ ପାଇଁ ବି ରେଳବାଇ ବିଭାଗ ବହୁତ ବଡ ନିଷ୍ପତ୍ତି ନେଇଛନ୍ତି । ତେବେ କଣ ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ଖବରଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ୧୦ ମାସର ଶିଶୁକୁ ମିଳିଲା ଚାକିରି, କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

ରେଳବାଇ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ଚର୍ଚ୍ଚାକୁ ଆସିଛି । ୧୦ ମାସର ଜଣେ ଶିଶୁକୁ ଏବେ ଚାକିରି ମିଳିଛି । ଶିଶୁଟିର ବାପା ମା’ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏବେ ଶିଶୁଟିର ଥଇଥାନ ପାଇଁ ଏହି ନିଯୁକ୍ତି ଦିଆଯାଇଛି । ସୂଚନା ଅନୁସାରେ ଶିଶୁଟିର ବାପା ରାଜେନ୍ଦ୍ର କୁମାର ଯାଦବ ଭିଲାଇରେ ରେଳବାଇରେ କାମ କରୁଥିଲେ । ଏବଂ ସରକାରୀ ବାସ ଗୃହରେ ରହୁଥିଲେ ।

ତେବେ ଗତ ଜୁନ ୧ ତାରିଖ ଦିନ ମୋଟରସାଇକେଲରେ ପତ୍ନୀ ମଜୁଲତାଙ୍କ ସହ ଭିଲାଇ ଯାଉଥିବା ବେଳେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ଉଭୟଙ୍କଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ୧୦ ମାସର ଶିଶୁଟି ଦୁର୍ଘଟଣାରୁ ବଞ୍ଚି ଯାଇଥିଲା । ତାକୁ ସେଠାରୁ ଉଦ୍ଧାର କରଯାଇଥିଲା ।

ଏହି ଘଟଣା ପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ଏହାକୁ ଗୁରୁତ୍ଵର ଭାବେ ନେଇ ଏକ ସ୍ଵତନ୍ତ୍ର ବୋର୍ଡ ଦ୍ଵାରା ରେଳମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ୧୦ ମାସର ଶିଶୁ କନ୍ୟାକୁ ଥଇଥାନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଜୁଲାଇ ୪ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା । ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ ତାରିଖରେ ତାଙ୍କୁ ନିଯୁକ୍ତି ପତ୍ର ଦିଆ ଯାଇଥିଲା ।

କୁନି ଶିଶୁ କନ୍ୟାକୁ ନେଇ ତାର ସମ୍ପର୍କୀୟ ରେଳବାଇ ବିଭାଗକୁ ଆସିଥିଲେ । ପରେ ନିୟମ ଅନୁସାରେ ନିଯୁକ୍ତି ପତ୍ରରେ ଶିଶୁ କନ୍ୟାଟିର ଟିପ ଚିହ୍ନ ନିଆଯାଇଥିଲା । ୧୮ ବର୍ଷ ହେବା ପର୍ଯ୍ୟନ୍ତ ସେ ତାର ସମ୍ପୂର୍ଣ୍ଣ ଦରମା ପାଇବ । ୧୮ ବର୍ଷ ପରେ ତାର ଯୋଗ୍ୟତା ଅନୁସାରେ ତାକୁ ନିଯୁକ୍ତି ଦିଆଯିବ । ସ୍ଵତନ୍ତ୍ର ଶିଶୁ ବିକାଶ ସଂସ୍ଥା ଓ ଶିଶୁଟିର ସମ୍ପର୍କୀୟ ତାର ଲାଳନପାଳନ କରିବେ । ତେବେ ଭାରତୀୟ ରେଳବାଇରେ ଏତେ ଛୋଟ ପିଲାକୁ ଚାକିରି ମିଳିବା ହେଉଛି ପ୍ରଥମ ଘଟଣା ।

Leave a Reply

Your email address will not be published. Required fields are marked *