Special Story: ଏହି ମହାମାରୀରେ ଲୋକଙ୍କ ଶେଷ ଭରସା ପାଲଟିଛି ସୁନା, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

କରୋନା ପ୍ରାୟତଃ ସମସ୍ତଙ୍କର ଜୀବିକାକୁ ଛଡାଇ ନେଇଛି । ଯାହା ଦ୍ଵାରା ସମସ୍ତଙ୍କ ଆର୍ଥିକ ସ୍ଥିତି ଭୁସୁଡି ଯାଇଛି । ରୋଜଗାର ହରାଇ ବେକାର ହୋଇ ବୁଲୁଛନ୍ତି ଆଜି କେତେକ ଲୋକମାନେ । କରୋନା ଯୋଗୁ ସବୁ ବନ୍ଦ ଥିବା ସମୟରେ ରୋଜଗାର ନା ହିଁ କି ଟଙ୍କା ବି ନାହିଁ । ଏମିତିରେ ଅଭାବ ଓ କଷ୍ଟରେ ଦିନ କାଟୁଛନ୍ତି ଲୋକମାନେ ।

କେତେକ ଲୋକମାନେ ତ ଅନ୍ୟ ଲୋକମାନଙ୍କ ଠାରୁ ଟଙ୍କା ଧାର ଆଣି ଚଳୁଛନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ସରକାରଙ୍କ ସାହାର୍ଯ୍ୟକୁ ଅନାଇ ବସିଛନ୍ତି । କିନ୍ତୁ ଏହା ମଧ୍ୟରେ ଦେଖା ଯାଉଛି କି କେତେକ ଲୋକମାନେ ଘରେ ଥିବା ସୁନାକୁ ବିକ୍ରି କରି କିମ୍ବା ବନ୍ଧା ପକାଇ ମହାଜନଙ୍କ ଠାରୁ କିମ୍ବା ସୁଧ ବେପାରୀମାନଙ୍କ ଠାରୁ ଟଙ୍କା ଆଣି ନିଜର ଗୁଜୁରାଣ ମେଣ୍ଟଉଛନ୍ତି । କହିବାକୁ ଗଲେ ରୋଜଗାର ହରାଇ ବେକାର ହୋଇ ଘରେ ବସି ଥିବା ପ୍ରାୟତଃ ଲୋକମାନେ ଏହିଭଳି ହିଁ କରୁଛନ୍ତି ।

ବର୍ତ୍ତମାନ ସମୟରେ କେତେକ ପରିବାରର ଶେଷ ଭରସା ହେଉଛି ସୁନା । ଏହା ବର୍ତ୍ତମାନ ଭାରତର ପ୍ରାୟତଃ ଗାଁ ଗୁଡିକରେ ଦେଖା ଯାଉଛି । ଯେଉଁ ସବୁ ଅଞ୍ଚଳରେ ବ୍ୟାଙ୍କ ନାହିଁ ସେହି ସବୁ ଅଞ୍ଚଳର ଲୋକମାନେ ଶେଷରେ ବାଧ୍ୟ ହୋଇ ନା ହିଁ ନ ଥିବା ପରିସ୍ଥିତି ମଧ୍ୟରେ ଏମାନଙ୍କ ପାଇଁ ସୁନା ହିଁ ହେଉଛି ଏକମାତ୍ର ମାଧ୍ୟମ । କେତେ ଲୋକମାନେ ତ ଅଧିକ ସୁଧ ନେଇ ଟଙ୍କା ଆଣି ନିଜର ପରିବାରର ପେଟ ପାଳୁଛନ୍ତି ।

ଏହିଭଳି ସମସ୍ୟାରେ ନ ପଡି ବର୍ତ୍ତମାନ ପ୍ରାୟତଃ ଲୋକମାନେ ସୁନା ବିକ୍ରି କରିବାକୁ ସହଜ ଓ ସୁବିଧା ମନେ କରୁଛନ୍ତି । ସ୍ଥାନୀୟ ଲୋକମାନେ ସୁନା ବିକ୍ରି କରୁଥିବା ସ୍କ୍ରାପ ସୁନା ଯୋଗାଣରେ ବୁଦ୍ଧି ଘଟିଛି । ପୁରୁଣା ସୁନା କିଣୁଥିବା ଦୋକାନୀମାନେ ଏହି ପୁରୁଣା ସୁନାକୁ ତରଲାଇ ନୂଆ ସୁନାର ଗହଣା ତିଆରି କରି ଦେଉଛନ୍ତି । ସେମାନଙ୍କୁ ବାହାରରୁ ସୁନା ଆମଦାନୀ କରିବାକୁ ପଡୁ ନାହିଁ ।

ଯେଉଁ କାରଣରୁ ବଜାର ଉପରେ ଖରାପ ପ୍ରଭାବ ପକାଇ ପାରେ । କୁହାଯାଉଛି କି ଏଥର ସ୍କ୍ରାପ ସୁନା ଯୋଗାଣ ୨୧୫ ଟନରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । କହିଦେଉଛୁ କି ବିଗତ ୯ ବର୍ଷ ମଧ୍ୟରେ ଏହା ସର୍ବାଧିକ ଅଟେ । କରୋନାର ପ୍ରଥମ ଲହର ପରେ ଜୀବିକା ହରାଇବା ପରେ ଲୋକମାନେ ଦୁଃଖ କଷ୍ଟରେ ଚାଲି ଯାଉଥିଲେ ।

କିନ୍ତୁ ଏହି ବର୍ଷ ପୁଣି ଥରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇ ଯିବା କାରଣରୁ ନା ହିଁ ସେମାନଙ୍କୁ କୌଣସି ସ୍ଥାନରେ କାମ ମିଳୁଛି ଓ ନା ହିଁ କୌଣସି ପ୍ରକାରର ଆର୍ଥିକ ସହାୟତା । ଏମିତିରେ ସେମାନେ ବାଧ୍ୟ ହୋ ନିଜର ସୁନା ବିକ୍ରି ବାଧ୍ୟ ହେଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *