ଦେଖନ୍ତୁ Video: ଅସହାୟ Pujaଙ୍କୁ ସାହାର୍ଯ୍ୟର ହାତ ବଢେଇଲେ Ollywood ସୁପରଷ୍ଟାର Anubhab Mohanty, କହିଲେ କିଛି ଏମିତି ଶୁଣିଲେ ଆପଣ ବି କରିବେ ପ୍ରଶଂସା

ଆପଣ ସମସ୍ତେ ୨୨ ବର୍ଷୀୟ ଝିଅ ପୂଜା ଦାସଙ୍କ ବିଷୟରେ ଅଳ୍ପ ବହୁତ ଜାଣି ଥିବେ । କହିବାକୁ ଗେଲେ ସେ ଭଗବାନକୁ ଭୋକରେ ନ ରଖିବା ପାଇଁ କେମିତି ପୂଜା ଘର ଘର ବୁଲି ଭିକ ମାଗୁଛନ୍ତି ଓ ନିଜେ ଖାଇବା ସହ ଦୁଇ ବୁଲା କୁକୁରଙ୍କୁ ବି ଆହାର ଦେଉଛନ୍ତି ଓ ନିଜେ ବଞ୍ଚିବା ପାଇଁ କେଉଁଭଳି ସଂଘର୍ଷ କରୁଛନ୍ତି ଏହି ସବୁ କିଛି ଦିନ ତଳେ ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।

ପୂଜାଙ୍କ ଏହି କାହାଣୀ ବହୁତ କଷ୍ଟ ଦୟାକ ଅଟେ । ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । କହିବାକୁ ଗଲେ ପୂଜା ଜନ୍ମ ହେବା ପରେ ପୂଜାର ମାର ଦେହାନ୍ତ ହୋଇଗଲା । କିଛି ଦିନ ପରେ ପୂଜାଙ୍କ ବାପା ମାନସିକ ଭାରସାମ୍ୟ ହରାଇ କେଉଁଠି ଚାଲି ଯାଇଛନ୍ତି ଓ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ବି ଠିକଣା ନାହିଁ । ଏମିତିରେ ପୂଜା ଅଭାବ ଓ କଷ୍ଟ ମଧ୍ୟରେ ଗୋଟିଏ ଭଙ୍ଗା ଚାଲ ଘରେ ବହୁତ କଷ୍ଟରେ ନିଜର ଦିନ କାଟୁଛନ୍ତି ।

ପୂଜାଙ୍କ ପାଖରେ ନା ହିଁ ଟଙ୍କା ଅଛି ଓ ନା ହିଁ କୌଣସି ବି ପ୍ରକାରର ସୁବିଧା । ମାରଶାଘାଇ ବ୍ଲକର ବରେଇ ଗାଁର ୨୨ ବର୍ଷୀୟ ଝିଅ ପୂଜା ଦାସଙ୍କ କାହାଣୀ ସାମ୍ନାକୁ ଆସିବା ପରେ ବର୍ତ୍ତମାନ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପୂଜା ଦାସଙ୍କ ନିକଟକୁ ଯାଇ ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି । ଅନୁଭବ ମହାନ୍ତି ପୂଜା ସହ ସାକ୍ଷାତ କରିବା ସହ ତାଙ୍କ ଘର ବୁଲି ତାଙ୍କର ସ୍ଥିତି ଦେଖିଛନ୍ତି ଓ ତାଙ୍କର ଦୁଃଖ ଭରା କାହାଣୀ ମଧ୍ୟ ଅନୁଭବ ମହାନ୍ତି ଶୁଣିଛନ୍ତି ।

ସେ ପୂଜାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ସେ ତାଙ୍କ ପାଇଁ ଘର, ପାଇଖାନା ତିଆରି କରି ଦେବେ । ଏହା ସହିତ ତାଙ୍କର ରାଶନ କାର୍ଡ ବି କରିଦେବେ ଓ ତାଙ୍କ ପାଇଁ ଗୋଟିଏ ଭଲ ଚାକିରି ବି ଖୋଜି ଦେବେ । ଏତିକି ନୁହେଁ ସେ ପୂଜାଙ୍କୁ ନିଜର ଫୋନ ନମ୍ବର ବି ଦେଇଛନ୍ତି ଓ ଦରକାର ହେଲେ କେବଳ ମ୍ୟାସେଜ କରି ଦେବ ମୁଁ ତମ ପାଖରେ ଛିଡା ହୋଇଯିବି ବୋଲି ସେ ପୂଜାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅନୁଭବ ମହାନ୍ତିଙ୍କ ଆଶା ଦେବା ପରେ ବର୍ତ୍ତମାନ ପୂଜାଙ୍କ ଆତ୍ମବିଶ୍ଵାସ ବଢିଛି ଓ ସେ ଅନୁଭବଙ୍କ ଉପରେ ବିଶ୍ଵାସ ରଖିଛନ୍ତି କି ଅନୁଭବ ମହାନ୍ତି ତାଙ୍କୁ ସାହାର୍ଯ୍ୟ କରିବେ । କହିଦେଉଛୁ କି ପୂଜା + ୩ ପର୍ଯ୍ୟନ୍ତ ପଢିଛନ୍ତି ଓ ତାଙ୍କ ପାଖରେ କମ୍ପିଉଟର ସାର୍ଟିଫିକେଟ ବି ଅଛି । କେବଳ ଅନୁଭବ ମହାନ୍ତି ନୁହନ୍ତି ମିଡିଆରେ ପୂଜା ଦାସଙ୍କ ଖବର ପ୍ରସାରିତ ହେବା ପରେ କେତେକ ସ୍ଵେଚ୍ଛା ସେବି ସଂଗଠନ ବି ପୂଜା ଦାସଙ୍କ ନିକଟକୁ ଯାଇ ତାଙ୍କୁ ସାହାର୍ଯ୍ୟ କରିଛନ୍ତି ।

ଆର୍ଥିକ ରୂପରେ ସାହାର୍ଯ୍ୟ କରିବା ସହ ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଛନ୍ତି । ଏହା ସହିତ ପୂଜାଙ୍କୁ ଗୋଟିଏ ଖଟ ମଧ୍ୟ ଦେଇଛନ୍ତି । ମିଡିଆ ସାମ୍ନାରେ ଖବର ଆସିବା ପରେ ପୂଜାଙ୍କୁ ବର୍ତ୍ତମାନ ବହୁତ ଦିଗରୁ ସାହାର୍ଯ୍ୟ ମିଳିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *