ସୁର ଭାଇଙ୍କ ଧର୍ମପତ୍ନୀଙ୍କ ସୁର ଭାଇଙ୍କୁ ମିଡିଆ ଆଗରେ ଯାହା କହିଲେ, ହେଉଛି ଭାଇରାଲ: ଦେଖନ୍ତୁ Video

ଗତକାଲି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ତାଙ୍କର ସହକ୍ରମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘଜୀବୀ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ବି କରିଛନ୍ତି । ଏହା ସହିତ ତାଙ୍କର ପତ୍ନୀ ବି ଏହି ସମୟରେ ସେହି ସ୍ଥାନରେ ଉପସ୍ଥିତି ଥିଲେ ।

ଯେତେବେଳେ ତାଙ୍କର ପତ୍ନୀଙ୍କ ଠାରୁ ସୁର ଭାଇଙ୍କ ଜନ୍ମଦିନ ଉପଲକ୍ଷେ ଯେତେବେଳେ ତାଙ୍କୁ କିଛି ପ୍ରଶ୍ନ କରାଗଲା ତେବେ ସେ କହିଲେ କି ମୁଁ ବହୁତ ଖୁସି ଅଛି । ମୁଁ ତାଙ୍କୁ ନିଜ ସ୍ଵାମୀ ରୂପରେ ପାଇଛି ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୁଁ ତାଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁଛି । ଯେତେବେଳେ ତାଙ୍କୁ ପାରିବାରିକ ଜୀବନ ଉପରେ ତାଙ୍କର ମନ୍ତବ୍ୟ ଜାଣିବାକୁ ଚେଷ୍ଟା କରାଗଲା ତେବେ ସେ କହିଲେ କି ସେ ପରିବାରର ସମସ୍ତ ଦାୟିତ୍ଵ ମୋ ଉପରେ ଛାଡି ଦେଇଛନ୍ତି ।

ମୋ ପିଲାମାନଙ୍କର ପାଠ ପଢା, ଘରର ସମସ୍ତ ଦାୟିତ୍ଵ ମୋ ଉପରେ ଅଛି । ସେ ଦିନ ସାରା ବାହାରେ ରହିବେ ଓ ଯେତେ ରାତି ହେଲେ ବି ସେ ଘରକୁ ଫେରିବେ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ସେ ତାଙ୍କର ସ୍ଵାମୀଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କୁ କଣ ଉପହାର ଦେଇଛନ୍ତି । ତେବେ ସେ ନିଜ ହାତରେ ଲେଖିଥିବା ଟାଟୁକୁ ସମସ୍ତଙ୍କୁ ଦେଖାଇଲେ ।

କହିବାକୁ ଗଲେ ସେ ଏହି ଟାଟୁକୁ ପରଦିନ ରାତିରେ ହାତରେ କରିଛନ୍ତି ଓ ଜନ୍ମଦିନ ଦିନ ସକାଳେ ତାଙ୍କ ସ୍ଵାମୀଙ୍କୁ ସେ ଏହା ଉପହାର ସ୍ୱରୂପ ଦେଖାଇଛନ୍ତି ମଧ୍ୟ । ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏତେ ବର୍ଷ ବିବାହ ପରେ ଓ ଏହି ସ୍ଥିତିରେ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ନାହିଁ । ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉଛନ୍ତି । କହିଦେଉଛୁ କି ସୁର ରାଉତରାୟଙ୍କ ପତ୍ନୀ ହାତରେ ସୁର ଲଭ ମ ଟାଟୁ ଲେଖିଛନ୍ତି ।

ସୁର ରାଉତରାୟଙ୍କ ବିଷୟରେ ତାଙ୍କର ପତ୍ନୀ କହିଲେ କି ଘରେ ସେ କାହା ଉପରେ ବି ରାଗନ୍ତି ନାହିଁ । ମୋ ପୁଅ ଆମେରିକାରେ ଗୋଟିଏ କମ୍ପାନୀରେ କାମ କରୁଛି । ସାନ ପୁଅ ମୋର ଭାରତରେ ହିଁ ଗୋଟିଏ କମ୍ପାନୀରେ କାମ କରୁଛି ।

ସେହିଭଳି ମୋ ଝିଅ ଏମବିଏ କରି ବର୍ତ୍ତମାନ ରାଜସ୍ଥାନରେ ଚାକିରି କରୁଛି । ଆଉ ଗୋଟିଏ ଝିଅ ଏମଏ କରିଛି । ଯେତେବେଳେ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ସେ ଯେତେବେଳେ ୯ମ ଶ୍ରେଣୀରେ ପଢୁଥିଲେ ତେବେ ସେହି ସମୟରେ ତାଙ୍କର ବାହାଘର ହୋଇଯାଇଥିଲା ଓ ତାଙ୍କର ବାହାଘରକୁ ୩୦ – ୪୦ ବର୍ଷ ପାଖାପାଖି ହୋଇଯିବ ।

 

ସେ କହିଲେ କି ମୁଁ ଯେତେ ରାଗିଲେ ବି ସେ କେବେ ବି ରାଗନ୍ତି ନାହିଁ । ସୁର ଭାଇ ପଖାଳ, ଶାଗ ଭଜା, ଜହ୍ନି, ଭେଣ୍ଡି ଭଜା, ଚୂନା ମାଛ, ଅଧିକ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ସବୁଠୁ ବଡ କଥା ହେଉଛି ସେ ସବୁଦିନ ସକାଳେ ଉଠି ନିଜେ ଯିବେ ଓ ନିଜ ପସନ୍ଦର ମାଛ ଓ ଶାଗ ଆଣିବେ ।

Leave a Reply

Your email address will not be published. Required fields are marked *