ୱୋର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଓଡିଶାର ଏହି ଶିଶୁ ପ୍ରତିଭା…. କଣ ତାଙ୍କର ଖାସିୟତ ଜାଣିବା ପାଇଁ ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଏମିତି ଏକ ଛୋଟ ପିଲା ବିଷୟରେ କହିବୁ ଯିଏକି ପିଲାଦିନୁ ହିଁ ବିଚକ୍ଷଣ ବୁଦ୍ଧି ସହ ଜନ୍ମ ହୋଇଛି । ବିଭିନ୍ନ ଇଂରାଜୀ ଶବ୍ଦ, ଭାଷା, ଗୀତ ଗୁଡିକ ଗାଇ ଏହି ଛୋଟ ପିଲାଟି ଆଜି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ।

ଏହା ସହ ଏହି ଛୋଟ ପିଲାଟି ଇଂରାଜୀ ଶବ୍ଦକୁ ସଠିକ ଭାବରେ ଉଚ୍ଚାରଣ କରିବା ସହ ପୁଣି ଥରେ ଓଲଟାଇ ତାକୁ ସଠିକ ରୂପରେ କହୁଛି । ୧ ରୁ ୧୦୦ ନମ୍ବରକୁ ପ୍ରଥମେ ଆଗପଟୁ ଓ ପୁଣି ଥରେ ୧୦୦ ରୁ ୧ ପର୍ଯ୍ୟନ୍ତ କହୁଛି ଏହି କୁନି ପିଲାଟି । ଏହି କୁନି ପିଲାଟି ୩୦ ରୁ ଅଧିକ ଇଂରାଜୀ ଗୀତ ମଧ୍ୟ ଗାଇଛି ।

ଏହିଭଳି ପ୍ରତିଭାବାନ କୁନି ପିଲାଟି ନିଜର ଏହି ଅଦ୍ଭୁତ ପ୍ରତିଭା ଯୋଗୁ ଆଜି ସେ ନିଜର ନାଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରି ନେଇଛି । ଏହି କୁନି ପିଲାଟି ହେଉଛି ବ୍ରହ୍ମପୁର ନିଲାଞ୍ଚଳ ନଗର ଚତୁର୍ଥ ଲାଇନର ଆରବ ପଟ୍ଟନାୟକ ଦାସ ।

ବଡ ବଡ ନେତା ଯେମିତି କି ଧର୍ମେନ୍ଦ୍ର ପ୍ରଧାନ ଭଳି ନେତାମାନେ ବି ତାଙ୍କର ପ୍ରଶଂସା କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବି ଆରବ ମାତ୍ର ୪ ବର୍ଷର ଅଟନ୍ତି ଓ ଏବେ ଠାରୁ ହିଁ ସେ ଏତେ ପ୍ରତିଭାଶାଳୀ ଅଟନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଯେଉଁ ବୟସରେ ପିଲାମାନେ କିଛି ବି ଜାଣି ପାରନ୍ତି ନାହିଁ, କେବଳ ତାଙ୍କର ଧ୍ୟାନ ଖେଳ ଓ ଖେଳଣା ଉପରେ ଥାଏ ।

ସେହି ବୟସରେ ଆରବ ଏହି ସମସ୍ତ ଜିନିଷକୁ ମନେ ରଖିଛନ୍ତି । ଇଂରାଜୀ ଶବ୍ଦ ଯାହାକି କିଛି ଭାରତୀୟଙ୍କ ପାଇଁ ଅସମ୍ଭବ ହୋଇଥାଏ ତାକୁ ଆରବ ମାତ୍ର ୪ ବର୍ଷ ବୟସରେ ମନେ ରଖିଛନ୍ତି । ଯେତେବେଳେ ଆରବଙ୍କ ଇଣ୍ଟରଭିୟୁ ନିଆଗଲା ତେବେ ସେ ପ୍ରଥମେ ନିଜ ବିଷୟରେ କହିଲେ ଓ କହିଲେ କି ଏହି ସବୁ ଜିନିଷ ତାଙ୍କର ମାତା ପିତା, ଜେଜେ ମା, ଜେଜେ ବାପା, ମାଉସୀ, ମାଇଁ, ଅଜା, ଆଈ ଓ ଶିକ୍ଷକମାନେ ତାଙ୍କୁ ଶିଖାଇଛନ୍ତି ।

ସେ ମିଡିଆ ସାମ୍ନାରେ ବି କିଛି ଇଂରାଜୀ ରାଇମ ଓ ୧ ରୁ ୧୦୦ ଓ ୧୦୦ ରୁ ୧ ପର୍ଯ୍ୟନ୍ତ ବି କହିଲେ । ତାଙ୍କର ମାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଯେତେବେଳେ ସେ ବହୁତ ଛୋଟ ଥିଲା ଅର୍ଥାତ ବର୍ଷେ ବି ତାକୁ ପୁରା ହୋଇ ନ ଥିଲା ଓ ସେ କଥା ବି କହୁ ନ ଥିଲା ସେହି ସମୟରେ ଯଦି ମୁଁ ତାକୁ ପାଠ ଉପରେ କିଛି ବି କହିବି ତେବେ ସେ ବହୁତ ଇଚ୍ଛାର ସହ ଶୁଣୁଥିଲା । ଆମେ ସମସ୍ତେ ନୋଟିସ କରିଲୁ କି ସେ ପାଠ ପଢା ଉପରେ ବହୁତ ଫୋକସ କରୁଛି ।

ତାଙ୍କ ମା ଆଗକୁ କହିଲେ କି ଆରବ ବର୍ତ୍ତମାନ ଏଲକେଜିରେ ଅଛି କିନ୍ତୁ ସେ ଏବେ ଠାରୁ ହିଁ ପ୍ରଥମ ଶ୍ରେଣୀର ପାଠ ସବୁ ଜାଣି ପାରୁଛି । ତାହା ପାଖରେ ଏହି ସବୁ ପ୍ରତିଭା ଆଗରୁ ହିଁ ଥିଲା । ଏହା ପରେ ଆମେ ଇଣ୍ଡିଆ ବୁକ ଅଫ ରେକର୍ଡରେ ଏପ୍ଲାଇ କରିଲୁ ଓ ସେ ନିଜ ପ୍ରତିଭା ଦାମରେ ଏହି ଟାଇଟେଲକୁ ନି ନାଁରେ କରି ପାରିଛି ।

Leave a Reply

Your email address will not be published. Required fields are marked *