ଚଳିତ ବର୍ଷ ଅନ୍ତିମ ସୂର୍ଯ୍ୟପରାଗ ୨୬ ଡିସେମ୍ବର ୨୦୧୯ ରେ ହେବ, ଯାହା ଦ୍ଵାରା ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିବ । କାହା ଉପରେ ଭଲ ତ କାହା ଉପରେ ଖରାପ । ତେବେ ସମସ୍ତଙ୍କୁ କିଛି ନା କିଛି ପ୍ରତିକାର କରିବା ଆବଶ୍ୟକ ପଡିବ । ସେଥିପାଇଁ ଆଜି ଆମେ ଆପଣଙ୍କୁ ୧୨ ରାଶି ପାଇଁ କଣ ସବୁ ପ୍ରତିକାର ଦରକାର ସେ ବିଷୟରେ କହିବୁ । ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ୧୨ ପ୍ରକାର ଉପାୟ ବିଷୟରେ ।
ମେଷ : ସୂର୍ଯ୍ୟପରାଗ ଆର୍ଥିକ ଲାଭ ପ୍ରଦାନ କରିବ, ଅଟକି ଥିବା ଧନ ଆଜି ପ୍ରାପ୍ତ କରିବେ । ସଫଳତା ବହୁତ ସିଗ୍ର ପାଇବେ ଏବଂ ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ, ବିଦେଶ ଯାତ୍ରା ମଧ୍ୟ ଭୋଗ କରି ପାରିବେ ।
ପରାଗ କାଳ ରେ ‘ଓଁ ଭାସ୍କରାୟ ନମଃ’ମନ୍ତ୍ର ଜାପ ଆପଣଙ୍କ ପାଇଁ ବରଦାନ ଅଟେ ।
ବୃଷ : ଏହି ପରାଗ ପରିବାର ଝଗଡା ବଢେଇ ପାରେ, ବ୍ୟବସାୟ ଆରମ୍ଭ ପାଇଁ ବା ଧନ ଖର୍ଚ ସମୟ ରେ ବିଶେଷ ଧ୍ୟାନ ରଖନ୍ତୁ ଧନ ହାନି ଯୋଗ ଅଛି ।
‘ଓଁ ନମଃ ଶିବାୟ’ମନ୍ତ୍ର ଜାପ ଭୟଙ୍କର ପରିସ୍ଥିତି ରୁ ଆପଣଙ୍କୁ ମୁକ୍ତି ପ୍ରଦାନ କରିବ ।
ମିଥୁନ : ମାନସିକ ଅଶାନ୍ତି ଏବଂ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ସ୍ଵଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ ।
‘ଓଁ ଘୃଣିଃ ସୂର୍ଯ୍ୟାୟ ନମଃ’ମନ୍ତ୍ର ଜାପ କରନ୍ତୁ ।
କର୍କଟ : ପରାଗ ପାଇଁ ଦିନ କଷ୍ଟକର ଏବଂ ବ୍ୟସ୍ତ ରହିବ । ଧନ କାହାକୁ ଦିଅନ୍ତୁ ନାହିଁ ନଚେତ ମାଗିଲା ବେଳେ ସମସ୍ଯା ହୋଇ ପାରେ ।
ॐ ଖଖୋଲ୍କାୟ ନମଃ’ ଜାପ କଲେ ଶୁଭ ହୋଇ ଥାଏ ।
ସିଂହ : ଏହି ସମୟ ଧନ ଲାଭ ପାଇଁ ଅନେକ ପ୍ରକାର ନୂଆ ରାସ୍ତା ଦେଖେଇବ, ଟ୍କି ଥିବ ଧନ ଆଜି ପରାଟ ହୋଇବ ।
ॐ ଆଦିତ୍ୟାୟ ନମଃ ମନ୍ତ୍ର ଜାପ କରନ୍ତୁ ।
କନ୍ୟା : ମାନସିକ ଚିନ୍ତା ଏବଂ ଆର୍ଥିକ ସମସ୍ଯା ହୋଇ ପାରେ କିନ୍ତୁ ବହୁତ କମ ସମୟ ପାଇଁ ରହିବ ସେଥିପାଇଁ ଧର୍ଯ୍ୟ ସହ କାର୍ଯ୍ୟ କରନ୍ତୁ ।
ॐ ନମୋ ଭଗୱତେ ବାସୁଦେବାୟ’ମନ୍ତ୍ର ଜାପ କରନ୍ତୁ ।
ତୁଳା : କାର୍ଯ୍ୟ ସମ୍ପୂର୍ଣ ହବା ପାଇଁ ସମୟ ଲାଗିବ କିନ୍ତୁ ସମସ୍ଯା ଗୋଟେ ମାସ ପାଇଁ ରହିବ ।
‘ଓଁ ନମଃ ଶିବାୟ’ମନ୍ତ୍ର ଜାପ କରନ୍ତୁ ଏବଂ ଧର୍ମ କର୍ମ ପାଇଁ ଦାନ କରନ୍ତୁ ।
ବିଛା : ସ୍ୱାସ୍ଥ୍ୟ ଟିକେ ଖରାପ ହୋଇ ପାରେ, ଗାଡି ଚଳେଇଲା ବେଳେ ଧ୍ୟାନ ଦିଅନ୍ତୁ ।
ॐ ନମୋ ଭଗୱତେ ଆଦିତ୍ୟାୟ ଅହୋୱାହିନୀ ଅହୋୱାହିନୀ ସ୍ୱାହା’ ମନ୍ତ୍ର ଜାପ କରନ୍ତୁ ।
ଧନୁ : ଦାଂପତ୍ଯ ଜୀବନ ଖରାପ ହୋଇ ପାରେ, ନିଜ ନିଜ ମଧ୍ୟରେ ଭୁଲ ବୁଝା ମଣା ହୋଇ ପାରେ ।
‘ଓଁ ବିଷଣ୍ବେ ନମଃ’ମନ୍ତ୍ର ଜାପ କରନ୍ତୁ ।
ମକର : ସ୍ୱାସ୍ଥ୍ୟ ପାଇଁ ପରାଗ ବିପରୀତ ଅଟେ, କୋର୍ଟ କାମ ବାହାରେ ସମାଧାନ କରନ୍ତୁ ।
‘ॐ ଘୃଣିଃ ସୂର୍ଯ୍ୟାୟେ ନମଃ’ମନ୍ତ୍ର ଜାପ କରନ୍ତୁ ।
କୁମ୍ଭ : ସନ୍ତାନ ସମ୍ବନ୍ଧିତ ଚିନ୍ତା ହଇରାଣ କରି ପାରେ, ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହାନ୍ତି ତେବେ ଟିକେ ଅପେକ୍ଷା କରନ୍ତୁ ।
ॐ ନମୋସ୍ତୁ ସୂର୍ଯ୍ୟାୟେ ସହସ୍ତ୍ର ରଶ୍ମୟେ ନମଃ’ ମନ୍ତ୍ର ଜାପ କରନ୍ତୁ ।
ମୀନ : ପରିବାର ଝଗଡା ପାଇଁ ମାନସିକ ଅଶାନ୍ତି ରହିବ, ମାଁ ବାପାଙ୍କ ସ୍ୱାସ୍ଥ୍ୟ ଚିନ୍ତା ହୋଇବ ।
ॐ ହ୍ରାଂ, ହ୍ରୀଂ, ହ୍ରୌଂ ସଃ ସୂର୍ଯ୍ୟାୟେ ନମଃ’ ମନ୍ତ୍ର ଜାପ କରିବା ଉତ୍ତମ ଅଟେ ।