ଶିବ ଶଙ୍କରଙ୍କ ପୂଜା କରିବା ଦ୍ଵାରା ସମସ୍ତ କଷ୍ଟରୁ ମୁକ୍ତି ମିଳେ। କୁହାଯାଏ କି ଭଗବାନ ଶିବଙ୍କୁ ପୂଜା କଲେ ସେ ବହୁତ ଜଲ୍ଦି ପ୍ରଶନ୍ନ ହୁଅନ୍ତି ଓ ବରଦାନ ଦିଅନ୍ତି। ସେଥିପାଇଁ ଭଗବାନ ଶିବଙ୍କ ପାଖରେ କରିଯିବା ଏହି ଗୋଟେ ଉପାୟ ବହୁତ ଲାଭଦାୟକ ଅଟେ। ଏହା ସହ ପାର୍ବତୀଙ୍କ ପୂଜା କରିବା ଦ୍ଵାରା ସମସ୍ତ ଗ୍ରହ ଦୋଷ, ମୁଖ୍ୟତଃ ଶନି ଦୋଷ ଦୂର ହୁଏ। ଯେଉଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ଭେଦ ଦେଖା ଦଉଛି, ବାଦ ବିବାଦ ଲାଗି ରହୁଛି ବା ସେମାନଙ୍କ ଦାମ୍ପତ୍ୟ ଜୀବନରେ ସର୍ବଦା ସମସ୍ୟା ଦେଖା ଦେଉଛି। ତେବେ ସେମାନେ ଏହି ଉପାୟ କରି ସେହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଆସନ୍ତୁ ଜାଣିବା ସେହି ଉପାୟ କଣ-
୧- ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ
ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଶିବଲିଙ୍ଗର ପୂଜା କରିବା ପରେ ତାଙ୍କ ଉପରେ ଥିବା ଜଳପାତ୍ରରେ ଯେଉଁଥିରୁ ଜଳ ଶିବଙ୍କ ଉପରେ ପଡୁଥାଏ, ସେଥିରେ ସିନ୍ଦୁର, ହଳଦୀ, ନାଲି ଚୁଡି, ନାଲି ଶାଢୀ ଓ ନାଲି ଗୋଲାପ ଚଢାନ୍ତୁ। ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଥିବା ସମସ୍ତ ଝଗଡା ସମାପ୍ତ ହୋଇଥାଏ ଓ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
୨- ଦୁର୍ଭାଗ୍ୟ ଦୂର କରିବା ପାଇଁ
ଦୁର୍ଭାଗ୍ୟ ଦୂର କରିବା ପାଇଁ ଶିବ ଳିଙ୍ଗ ପାଖରେ ଘିଅର ଦୀପ ଜଳାନ୍ତୁ ଓ “ଓଁ ନମଃ ଶିବାୟ ମନ୍ତ୍ରର ଜପ ୧୦୮ ଥର କରନ୍ତୁ। କିମ୍ବା ହନୁମାନ ଚାଳିଶାର ପାଠ କରନ୍ତୁ। ଏହି ଉପାୟ କରୁଥିବା ସମୟରେ ଦୁର୍ଭାଗ୍ୟ ଦୂର କରିବା ପାଇଁ ପାର୍ଥନା କରନ୍ତୁ।
୩- ଘରର ସୁଖ ଶାନ୍ତି ପାଇଁ
ଘରର ସୁଖ ଶାନ୍ତି ଚାହୁଁଥିଲେ ଗଣେଶଙ୍କୁ ପ୍ରଶନ୍ନ କରାନ୍ତୁ। ଗଣେଶଙ୍କୁ ପ୍ରଶନ୍ନ କରିବା ପାଇଁ କୌଣସି ହାତୀକୁ ଆଖୁ ଖୁଆନ୍ତୁ। ଯଦି ଆପଣ କୌଣସି ଶୁଭ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହି ଦିନମାନଙ୍କରେ ଶ୍ରୀ ଗଣେଶଙ୍କ ନାମ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ।
୪- କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ
ହନୁମାନଙ୍କୁ ମିଠା ପାନ, ସିନ୍ଦୁର ଓ ଚମେଲୀର ତେଲ ଚଢାନ୍ତୁ। ଦୀପ ଜଳାଇ “ଓଁ ରାମ ଦୂତାୟ ନମଃ“ ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ।