ସୂର୍ଯ୍ୟଦେବଙ୍କ ରଥରେ କାହିଁକି ରହିଛି ୭ ଟି ଘୋଡ଼ା- ଏହାର ବୈଜ୍ଞାନିକ କାରଣ ବହୁତ ଆକର୍ଷଣୀୟ

ହିନ୍ଦୁ ଧର୍ମ ରେ କେତେ ଦେବାଦେବୀ ଙ୍କ ବିଶୟ ରହିଛି ସେଥିରେ ସେମାନେ କିଛି ଭିନ୍ନ ଭିନ୍ନ ଜିନିଷ ଉପରେ ସବାରି କରିଛନ୍ତି । ଭଗବାନ ଗଣେଶ ମୂଷା ଉପରେ, ଶିବ ନନ୍ଦୀ ରେ ସବାରୀ କରୁଛନ୍ତି । ହେଲେ ଯେବେ ସୂର୍ଯ୍ୟ ଦେବ ଙ୍କ କଥା କୁହାଯାଏ ତ ସବୁବେଳେ ତାଙ୍କୁ ସାତ ଘୋଡ଼ା ର ରଥରେ ଦେଖା ଯାଆନ୍ତି । ଆପଣ ଭାବୁଥିବେ ସବୁବେଳେ ସାତ ଘୋଡ଼ା ରେ କାଇଁ ସବାରି କରନ୍ତି ଓ ୭ ରୁ କମ୍ କି ବେଶୀ କାଇଁ ନୁହେଁ ।

ଆସନ୍ତୁ ଜାଣିବା ଏହା ପଛରେ ଥିବା ବିଜ୍ଞାନ କାରଣ ।

 

ସୂର୍ଯ୍ୟ ଦେବ ସାତ ଘୋଡ଼ା ରେ ମଜ୍ବୁତ୍ ହେଇ ବନ୍ଧା  ହେଇଥିବା ରଥରେ ସବାରି କରନ୍ତି । ଏହି ରଥ ଲଗାମ ଅରୁଣ ଦେବ ଙ୍କ ହାତରେ । ସେ ରଥ ସଂଚାଳନ କରନ୍ତି ପଛରେ ସୂର୍ଯ୍ୟ ଦେବ ବିରାଜମାନ କରିଥାନ୍ତି । ସବୁବେଳେ ତାଙ୍କ ପ୍ରତିମା ସାତ ଘୋଡ଼ା ର ରଥ ରେ ହୀ ଦେଖିବାକୁ ମିଳେ । ଏହା କାରଣ ପୁରାଣ ରେ ବି କୁହାଯାଇଛି । ଏହାକୁ ନେଇ ଦୁଇଟି ଅଲଗା ଅଲଗା କଥା କୁହାଯାଇଛି, ଗୋଟେ ପୌରାଣିକ ଓ ଅନ୍ୟ ଟି ବୈଜ୍ଞାନିକ କାରଣ ସହିତ ସମ୍ବନ୍ଧିତ ।

ତାଙ୍କ ୭ ଘୋଡ଼ା ର ନା ହେଉଛି ଗାୟତ୍ରୀ, ଭ୍ରାତି, ଉଷ୍ଣିକ,ଜଗତି, ତ୍ରିସ୍ତପ, ଅନୁସ୍ତପ ଓ ପଙ୍କ୍ତି । ସାତ ଘୋଡ଼ା ସପ୍ତାହ ର ସାତ ଦିନ କୁ ବୁଝାଏ, ପ୍ରତେକ ଗୋଟେ ଘୋଡ଼ା ଗୋଟେ ଦିନ ଦର୍ଶାଏ । ଆଉ କିଛିକଥା ଅଛି ଯାହା ବୈଜ୍ଞାନିକ କାରଣ ରୁ ସତ ଲାଗେ । ପୌରାଣିକ କଥା ଅନୁସାରେ ଏ ସାତ ଘୋଡ଼ା ଏହାର ରଶ୍ମି କୁ ଦର୍ଶାଏ । ରଶ୍ମି , ସୂର୍ଯ୍ୟ ଙ୍କ ଠୁ ବାହାରିଥାଏ । ରଶ୍ମି ରେ ସାତ ରଙ୍ଗ ଥାଏ । ଯାହା କେବେ କେବେ ଇନ୍ଦ୍ରଧନୁ ରୂପେ ଦେଖି ଥାଉ । ସେ ସାତ ଘୋଡ଼ା କୁ ସାତ ରଙ୍ଗ ସହ ତୁଳନା କରାଯାଏ । ଏମିତି କି ସାତ ଘୋଡ଼ା ରଙ୍ଗ ଅଲଗା ଅଲଗା ହୋଇଥାଏ ।

କିଛି ଛବି ରେ ମଧ୍ୟ ଗୋଟେ ଘୋଡ଼ା ୭ ଟି ମୁଣ୍ଡ ଥାଏ ଯେମିତି ଏକ ଘୋଡ଼ା ରୁ ସାତ ଘୋଡ଼ା ର ଉତ୍ପତ୍ତି, ଯେମିତି ଏକ ରଶ୍ମି ରୁ ସାତ ରଙ୍ଗ ହେଉଚି ସେହିପରି । ରଥ ରେ ବେଶୀ ଆକର୍ଷଣୀୟ ହେଉଚି ଏହାର ଗୋଟିଏ ଚକ, ଏହା ଏତେ ବଡ଼ ରଥ କୁ ସମ୍ଭଳିଚି । ଗୋଟେ ଚକ ର ତୁଳନା  ୧ ବର୍ଷ ସହ କରାଯାଏ । ବାର ତିତିଲିଆଁ ବାର ମାସ କୁ ବୁଝାଇ ଥାଏ ।

Leave a Reply

Your email address will not be published. Required fields are marked *