ସ୍ଵାମୀର ମଙ୍ଗଳ ଚାହୁଁଥିଲେ ବିବାହିତା ନାରୀ ଭୁଲରେ ମଧ୍ୟ ଏହି ସବୁ ଜିନିଷ ପରିଧାନ କରନ୍ତୁ ନାହିଁ- ନଚେତ

ଭାରତୀୟ ସମାଜରେ ଧର୍ମ, ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରର ମହତ୍ଵ ଅଧିକ । ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ବିଷୟରେ ଉଲେଖ ରହିକି ଯାହା ଜାଣତରେ ହେଉ ବା ଅଜାଣତରେ ହେଉ ଆମ ଉପରେ ପ୍ରଭାବ ପକାଇଥାଏ । ଏମିତି ଅନେକ କାର୍ଯ୍ୟ ଅଛି ଯାହା ଆମେ ଜାଣତରେ ହେଉ ବା ଅଜାଣତରେ ହେଉ ଆମେ କରିଦେଇଥାଉ, କିନ୍ତୁ ଏହା ଆମର ଜୀବନେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ ଜୀବନରେ କଠିନତା ଦେଖା ଦେଇଥାଏ ।

ଅନେକ ଥର କାହାର ବୈବାହିକ ଜୀବନ ଶୈଳୀରେ ଏମିତି ସ୍ଥିତି ଉତ୍ପନ ହେଇଥାଏ, ଅନେକ ଥର ଗୃହର ବା ଜୀବନରେ ଆସୁଥିବା ଅନେକ ସମସ୍ଯା ପଛରେ ଘରର ମହିଳାଙ୍କ କିଛି କର୍ମର ପରିଣାମ ରହିଥାଏ ।

ଯାହା କାରଣରୁ ପରିବାର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ଏହି ସବୁ କାର୍ଯ୍ୟ ବିଷୟରେ ।

ଧଳା ରଙ୍ଗର ଶାଢୀ :-

ହିନ୍ଦୁ ଧର୍ମରେ ଧଳା ରଙ୍ଗର ଶାଢୀକୁ ଅଶୁଭ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ଯେତେବେଳେ କୌଣସି ନାରୀ ବିଧବା ହେଇଥାଏ ସେତେବେଳେ ସେ ଧଳା ଶାଢୀ ପାରିଧାନ କରିଥାଏ ।   ଏହି କାରଣରୁ କୌଣସି ସଧବା ନାରୀକୁ ଶାଳାରଙ୍ଗର ଶାଢୀ ପରିଧାନ କରିବା ଅନୁଚିତ । କୁହାଯାଏ ଗୋଟେ ବିବାହିତା ମହିଳା ଧଳା ଶାଢୀ ପରିଧାନକଲେ ତାର ବୈବାହିକ ଜୀବନରେ ସମସ୍ଯା ଦେଖାଯାଇଥାଏ । ସ୍ଵାମୀ ସହ ସମ୍ପର୍କରେ ତିକ୍ତତା ଦେଖାଯିବା ସହ ସ୍ବାମୀର ଜୀବନ ପ୍ରତି ସଙ୍କଟ ଆସିଥାଏ ।

ସୁନାର ପାଉଁଜି :-

ଆଜିକାଲି ଅନେକ ମହିଳା ସୁନାର ପାଉଁଜି ବା ସୁନାର ମୁଦି ଗୋଡରେ ପରିଧାନ କରୁଛନ୍ତି । କିନ୍ତୁ ଏହାକୁ ଶାସ୍ତ୍ରରେ ବାରଣ କରାଯାଇଛି , ସୁନାକୁ କେବେ ମଧ୍ୟ ଗୋଡରେ ପରିଧାନ କରିବା ଅନୁଚିତ । ଏପରି କରିବା ଦ୍ଵାରା ଧାନର ଦେବତା କୁବେର ଅସନ୍ତୁଷ୍ଟ ହେଇଥାନ୍ତି । ସୁନାକୁ କେବଳ ଅଣ୍ଟା ଠାରୁ ଉପରକୁ ପରିଧାନ କରିବା ଉଚିତ । ସୁନାକୁ ଗୋଡରେ ପରିଧାନ କରିବା ଦ୍ଵାରା ଗୃହରେ ଦରିଦ୍ରାତା ଦେଖାଯିବା ସହ ସ୍ବାମୀର ଉର୍ନତିରେ ବାଧାପ୍ରାପ୍ତ ହେଇଥାଏ ।

କଳା ରଙ୍ଗର ଚୁଡି :-

କଳା ରଙ୍ଗକୁ ନକରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଇଥାଏ । ଆପଣ ଜାଣିଥିବେ କଳାରଙ୍ଗର ବସ୍ତ୍ର ପରିଧାନକରି କୌଣସି ପ୍ରକାରର ପୂଜାପାଠରେ ବସାଜାଏ ନାହିଁ । ଏହି ରଙ୍ଗର ଚୁଡି ପରିଧାନକରିବା ମଧ୍ୟ ବହୁତ ଅଶୁଭ ହୋଇଥାଏ । ଏହି ରଙ୍ଗର ଚୁଡି ପରିଧାନ କରିବା ଦ୍ଵାରା ସ୍ଵାମୀ ଓ ସନ୍ତାନ ଉପରେ ବିପଦ ଆସିବାର ସମ୍ଭାବନା ରହିଥାଏ ।

Leave a Reply

Your email address will not be published. Required fields are marked *